ଝାରଖଣ୍ଡ: ଧାନବାଦରେ ବିଚାରପତିଙ୍କ ମୃତ୍ୟୁ ମାମଲାରେ ଦୋହଲିଯାଇଛି ଦେଶ । ହଜିଯାଇଛି ପୋଲିସ ପ୍ରଶାସନର ନିଦ । ବିଚାରପତିଙ୍କ ମୃତ୍ୟୁ ପଛରେ ବଡ ଷଡଯନ୍ତ୍ରର ଗନ୍ଧ ବାରୁଛି ପୋଲିସ । ମାମଲା ପଛରେ ଯୋଡିହୋଇଛି ଧାରା ୩୦୨ ।
ବୁଧବାର ବୁଧବାର ପ୍ରାତଃଭ୍ରମଣରେ ବାହାରିଥିଲେ ସେସନ ଜଜ ଉତ୍ତମ ଆନନ୍ଦ । ଶୂନଶାନ ସଡକରେ ଅଚାନକ ରଣଧୀର ବର୍ମା ଛକରେ ପଛପଟୁ ବିଚାରପତିଙ୍କୁ ଏକ ଅଟୋ ଧକ୍କା ଦେଇ ହୋଇଯାଇଥିଲା ଫେରାରର । କଣ ଘଟିଥିଲା ସେଦିନ ସକାଳେ ? ବିଚାରପତିଙ୍କ ମୃତ୍ୟୁ ଦୁର୍ଘଟଣା ନାଁ ହତ୍ୟା ? କଣ କହୁଛି ଆକ୍ସିଡେଣ୍ଟ ଓ ମର୍ଡର ମିଷ୍ଟ୍ରୀ ସସପେନ୍ସ ପଛର ଇନସାଇଡଷ୍ଟୋରୀ ।
୨୮ ଜୁଲାଇରେ ଘଟିଥିଲା ଦୁର୍ଘଟଣା
୨୮ ଜୁଲାଇ ସକାଳ । ଶୂନଶାନ ଥିଲା ସହରର ରାସ୍ତା । ଅଚାନକ ଏକ ଅଟୋ ଆସି ପ୍ରାତଃଭ୍ରମଣ କରୁଥିବା ଜଣେ ପଛପଟୁ ଦେଇଥିଲା ଧକ୍କା । ଦୁର୍ଘଟଣା ପରେ ନ ଅଟକି ଆଖି ପିଛୁଳାକେ ଫେରାର ହୋଇଯାଇଥିଲା ଅଟୋ ।
ଝାଡଖଣ୍ଡର ଇଣ୍ଡଷ୍ଟ୍ରିଆଲ ସିଟି ଧାନବାଦରେ ଘଟିଥିଲା ଏହି ଦୁର୍ଘଟଣା । ଯେଉଁ ବ୍ୟକ୍ତି ଜଣଙ୍କୁ ଅଟୋଟି ଧକ୍କା ଦେଇଥିଲା, ସେ କୌଣସି ସାଧାରଣ ବ୍ୟକ୍ତି ନୁହେଁ ଥିଲେ ଜଣେ ବିଚାରପତି, ଯାହାଙ୍କ ନାଁ ହେଉଛି ଉତ୍ତମ ଆନନ୍ଦ । କିଛି ସମୟ ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ ଜମିଥିଲା । ତୁରନ୍ତ ଗୁରୁତର ଅବସ୍ଥାରେ ବିଚାରପତି ଆନନ୍ଦଙ୍କୁ ହସ୍ପିଟାଲେ ଭର୍ତ୍ତି କରାଯାଇଥିଲା, ଯେଉଁଠି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଯାଇଛି ।
ମୃତ୍ୟୁ ପରେ ଚାଞ୍ଚଲ୍ୟ
ଜଜ ଉତ୍ତମ ଆନନ୍ଦଙ୍କ ମୃତ୍ୟୁ ଖବର ପୁରା ଜିଲ୍ଲାରେ ନିଆଁ ପରି ବ୍ୟାପିଯାଇଥିଲା । ମୁଖ୍ୟ ଜିଲ୍ଲା ଓ ସେସନ ବିଚାରପତି ରାମ ଶର୍ମା, ବିଚାରପତି ଅରବିନ୍ଦ ପାଣ୍ଡେଙ୍କ ସମେତ ତମାମ ଆଇନଜୀବୀ ପହଁଞ୍ଚିଯାଇଥିଲେ ହସ୍ପିଟାଲ । ଧନବାଦ ଏସପିଙ୍କ ସମେତ ଜିଲ୍ଲା ପ୍ରଶାସସନର ବଡ ଅଧିକାରୀ ପହଁଞ୍ଚି ଆରମ୍ଭ କରିଥିଲେ ତଦନ୍ତ ।
ଅଟୋର ରହସ୍ୟ
ଗୋଟିଏ ଅଟୋ ବିଚାରପତିଙ୍କୁ ଧକ୍କା ଦେଇଥିବା ସୁରାକ ପାଇଥିଲା ପୋଲିସ । କାହାର ଥିଲା ଏହି ଅଟୋ ? କିଏ ଚଳାଉଥିଲା ଏହି ଅଟୋ ? ଏହାକୁ ନେଇ ପୋଲିସ ଆରମ୍ଭ କରିଥିଲା ଛାନଭିନ ।