ଓଡିଶା

odisha

ସୁପ୍ରିମକୋର୍ଟରୁ ହାର୍ଦ୍ଦିକ ପଟେଲଙ୍କୁ ବଡ ଆଶ୍ବସ୍ତି, ଲଢିବେ ଗୁଜୁରାଟ ନିର୍ବାଚନ

By

Published : Apr 14, 2022, 9:22 AM IST

କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କ ଦୁଇ ବର୍ଷ ସଜ୍ଜା ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ । ଆସନ୍ତା ବିଧାନସଭା ନିର୍ବାଚନ ଲଢିବା ନେଇ ସୂଚନା ଦେଲେ ହାର୍ଦ୍ଦିକ । ଅଧିକ ପଢନ୍ତୁ

ସୁପ୍ରିମକୋର୍ଟରୁ ହାର୍ଦ୍ଦିକ ପଟେଲଙ୍କୁ ବଡ ଆଶ୍ବସ୍ତି, ଲଢିବେ ଗୁଜୁରାଟ ନିର୍ବାଚନ
ସୁପ୍ରିମକୋର୍ଟରୁ ହାର୍ଦ୍ଦିକ ପଟେଲଙ୍କୁ ବଡ ଆଶ୍ବସ୍ତି, ଲଢିବେ ଗୁଜୁରାଟ ନିର୍ବାଚନ

ଅହମ୍ମଦାବାଦ: ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କୁ ବଡ ଆଶ୍ବସ୍ତି ମିଳିଛି । ପଟିଦାର ସଂରକ୍ଷଣ ଆନ୍ଦୋଳନ ସମୟରେ ହୋଇଥିବା ହିଂସା ଏବଂ ବିଜେପି ବିଧାୟକ ଋଷିକେଶ ପଟେଲଙ୍କ ବିଶନଗର ସ୍ଥିତ କାର୍ଯ୍ୟାଳୟରେ ଭଙ୍ଗାରୁଜା ମାମଲାରେ ରାୟ ଆସିବା ଯାଏଁ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କ ସଜ୍ଜା ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାରେ ତଳ କୋର୍ଟ ହାର୍ଦ୍ଦିକ ପଟେଲଙ୍କୁ ଦୁଇ ବର୍ଷ ପାଇଁ ଜେଲ୍ ପଠାଇଥିଲେ ।

ପୂର୍ବରୁ ହାର୍ଦ୍ଦିକ ୨୦୧୯ ଲୋକସଭା ନିର୍ବାଚନ ଲଢିବା ଲାଗି ଦୋଷୀ ସାବ୍ୟସ୍ତ କରିବା ନିଷ୍ପତ୍ତି ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ । କିନ୍ତୁ କୋର୍ଟଙ୍କ ନିଷ୍ପତ୍ତି ଆସିବାରେ ବିଳମ୍ବ ହୋଇଥିଲା । ଫଳସ୍ବରୂପ ହାର୍ଦ୍ଦିକ ପଟେଲ ୨୦୧୭ ବିଧାନସଭା ନିର୍ବାଚନ ଏବଂ ୨୦୧୯ ଲୋକସଭା ନିର୍ବାଚନ ଲଢିପାରିନଥିଲେ । ହେଲେ ସୁପ୍ରିମକୋର୍ଟରୁ ଆଶ୍ବସ୍ତି ପରେ ବର୍ତ୍ତମାନ ତାଙ୍କୁ ଆସନ୍ତା ବିଧାନସଭା ଏବଂ ୨୦୨୪ ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବା ପାଇଁ ଅନୁମତି ମିଳିବ । ଏନେଇ ହାର୍ଦ୍ଦିକ କହିଛନ୍ତି, ମୁଁ ବର୍ତ୍ତମାନ ଜନସେବା କରୁଛି । ଆଗକୁ ମଧ୍ୟ ବିଧାନସଭା ଓ ଲୋକସଭାକୁ ଯାଇ ଲୋକଙ୍କ ସେବା କରିବି ଓ ସ୍ବର ଉତ୍ତୋଳନ କରିବି ।

କେଉଁ ଆସନରୁ ମୁଁ ନିର୍ବାଚନ ମଇଦାନକୁ ଓହ୍ଲାଇବି ତାହା ଦଳ ନିର୍ଣ୍ଣୟ ନେବ । ନିର୍ବାଚନ ଲଢିବା ପାଇଁ ନିଷ୍ପତ୍ତି ହୋଇସାରିଛି । ଏବେ ମଧ୍ୟ କ୍ଷମତା ବାହାରେ ରହି ମୁଁ ଲୋକଙ୍କ ସେବା କରୁଛି । ତେଣୁ ଆମେ ନିଶ୍ଚୟ ନିର୍ବାଚନ ଜିତିବୁ । ଯଦି ମୁଁ ବିଧାନସଭାକୁ ଯାଏ ତେବେ ଠିକ୍ ଆଇନ ତିଆରି କରିବି । ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ଗୁଜୁରାଟ ବିଧାନସଭାର ସଦସ୍ୟ ହେବା ଜରୁରୀ ଅଟେ । ଯଦି ତୁମେ ଭଲ କାମ କରୁଥିବା ତେବେ ଗୁଜୁରାଟ ଲୋକଙ୍କ ଭଲ ପାଇବ ହାସଲ କରିବ ବୋଲି ହାର୍ଦ୍ଦିକ ପଟେଲ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details