ଓଡିଶା

odisha

ETV Bharat / bharat

ଜ୍ଞାନବ୍ୟାପୀ ମସଜିଦ ସର୍ଭେ ମାମଲା: କୋର୍ଟରେ ରିପୋର୍ଟ ଦାଖଲ କଲା ASI - ଉତ୍ତର ପ୍ରଦେଶ ଖବର

Gyanvapi mosque report submitted in Varanasi court by ASI: ମୁଦ୍ଦା ଲଫାପାରେ ରିପୋର୍ଟ ଦାଖଲ କଲା ଏଏସଆଇ । ଅଗଷ୍ଟ 4 ରେ ଆରମ୍ଭ ହୋଇଥିଲା ବୈଜ୍ଞାନିକ ପ୍ରଣାଳୀରେ ସର୍ଭେ । ଅଧିକ ପଢନ୍ତୁ

କୋର୍ଟରେ ସର୍ଭେ ରିପୋର୍ଟ ଦାଖଲ କଲା ASI
କୋର୍ଟରେ ସର୍ଭେ ରିପୋର୍ଟ ଦାଖଲ କଲା ASI

By ETV Bharat Odisha Team

Published : Dec 18, 2023, 5:48 PM IST

ଲକ୍ଷ୍ନୌ:ବହୁଚର୍ଚ୍ଚିତ ଜ୍ଞାନବ୍ୟାପୀ ମାମଲାରେ ବିଜ୍ଞାନଭିତ୍ତିକ ସର୍ଭେ ରିପୋର୍ଟ ବାରାଣାସୀ କୋର୍ଟରେ ଦାଖଲ କରିଛି ଭାରତୀୟ ପ୍ରତ୍ନତାତ୍ତ୍ବିକ ସଂସ୍ଥା (ASI) । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି ସର୍ଭେ ଅଗଷ୍ଟ 4 ତାରିଖରୁ ଆରମ୍ଭ ହୋଇଥିଲା । ସଂସ୍ଥା ମୁଦ୍ଦା ଲଫାପାରେ ଏହି ରିପୋର୍ଟ କୋର୍ଟରେ ଦାଖଲ କରିଛି ।

ମିଳିଥିବା ସୂଚନା ଅନୁସାରେ, ବାରାଣାସୀ ଜିଲ୍ଲା ଜଜଙ୍କ ନିକଟରେ ଏହି ରୋପୋର୍ଟ ଦାଖଲ କରିଛି ସଂସ୍ଥା । ତେବେ ଏହି ରିପୋର୍ଟକୁ ସାର୍ବଜନୀନ କରିବା ଓ ଏହାର କପି ମାମଲାର ସମସ୍ତ ପକ୍ଷଙ୍କୁ ପ୍ରଦାନ କରିବା ପାଇଁ ଅନୁମତି ଦେବାକୁ ହିନ୍ଦୁପକ୍ଷ କୋର୍ଟରେ ଆବେଦନ ମଧ୍ୟ କରିଥିଲେ । ମାତ୍ର ଏହି ରିପୋର୍ଟ କେବଳ ମୁଦ୍ଦା ଲଫାପାରେ କୋର୍ଟରେ ହିଁ ଦାଖଲ ହୋଇଛି । ଡିସେମ୍ବର 11 ତାରିଖରେ ସର୍ଭେ ଶେଷ କରିବାକୁ କୋର୍ଟଙ୍କୁ ଅଧିକ ସମୟ ମାଗିଥିଲା ଏଏସଆଇ । କୋର୍ଟ ମଧ୍ୟ ଏଏସଆଇକୁ ଆଉ 10 ଦିନ ଅଧିକ ପ୍ରଦାନ ଦେଇଥିଲେ । 18 ତାରିଖରେ ରିପୋର୍ଟ ଦାଖଲ କରିବା ପାଇଁ ଶେଷ ତାରିଖ ପ୍ରଦାନ କରାଯାଇଥିଲା ।

କୋର୍ଟଙ୍କ ନିର୍ଦ୍ଦେଶ ପରେ ଅଗଷ୍ଟ 4 ତାରିଖରେ ପ୍ରତ୍ନତାତ୍ତ୍ବିକ ବିଭାଗ ଏହି ବିଜ୍ଞାନ ଭିତ୍ତିକ ସର୍ଭେ ଆରମ୍ଭ କରିଥିଲା । ନିର୍ଦ୍ଧାରିତ ସମୟଠାରୁ ସର୍ଭେ ଶେଷ କରିବା ବେଶ ବିଳମ୍ବ ହୋଇଥିଲା । ଏକାଧିକ ଥର ସର୍ଭେ ସମୟ ଅବଧିକୁ କୋର୍ଟ ସମ୍ପ୍ରସାରିତ କରିଛନ୍ତି । ପ୍ରାୟ 100 ଦିନ ପରେ ଏହି ସର୍ଭେ ଶେଷ ହୋଇଛି । ଏବେ ସର୍ଭେର ସଂସ୍ଥା କଣ ଦର୍ଶାଇଛି, ତା’ ଉପରେ ପରବର୍ତ୍ତୀ ପ୍ରକ୍ରିୟା ନିର୍ଭର କରୁଛି । ମାତ୍ର ଏହି ସର୍ଭେ ହିନ୍ଦୁପକ୍ଷଙ୍କ ଦାବି ସହ ମେଳଖାଉଥିବା ମଧ୍ୟ କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ :- ଶୀତ ଅଧିବେଶନରୁ ଆଉ 33 ଲୋକସଭା ସାଂସଦ ନିଲମ୍ବିତ

କୋର୍ଟରେ ସର୍ଭେ ରିପୋର୍ଟ ଦାଖଲ କଲା ASI

ଏହି ମସଜିଦ ପରିସର ମଧ୍ୟରେ ହିନ୍ଦୁ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ରହିଥିବା ଜଣାପଡିଛି । ମନ୍ଦିର ଧ୍ବଂସ କରାଯାଇ ଏହାର ଢାଞ୍ଚା ଉପରେ ମସଜିଦ ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି । ଏପରିକି ମସଜିଦ କମ୍ପଲେକ୍ସ ମଧ୍ୟରେ ଏକ ଶିବ ଲିଙ୍ଗ ମଧ୍ୟ ଠାବ ହୋଇଥିବା ଦାବି ହୋଇଛି । ଏହି ଶିବଲିଙ୍ଗ ମିଳିଥିବା ସ୍ଥାନରେ ପୂଜାର୍ଚ୍ଚନା ଅନୁମତି ଦେବା ପାଇଁ ଏକ ପୃଥକ ମାମଲା ମଧ୍ୟ କୋର୍ଟରେ ବିଚାରାଧୀନ ରହିଛି । ସାଇଣ୍ଟିଫିକ ସର୍ଭେ ହେଲେ ମସଜିଦ ଢାଞ୍ଚାକୁ କ୍ଷତି ପହଞ୍ଚିବ ବୋଲି ମୁସଲିମ ପକ୍ଷ ତର୍କ ରଖିଥିଲେ । ତଥାପି କୋର୍ଟ ଏହି ସର୍ଭେକୁ ଅନୁମତି ଦେଇଥିଲେ । ଅଗଷ୍ଟ 4 ରୁ ଆରମ୍ଭ ହୋଇଥିବା ସର୍ଭେ ଏବେ ଶେଷ ହୋଇଛି । ରିପୋର୍ଟ ଆଧାରରେ କୋର୍ଟ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details