ଓଡିଶା

odisha

ETV Bharat / bharat

Unique Punishment: ଛାତ୍ରୀଙ୍କୁ ଅସଦାଚରଣ କରୁଥିଲା କଣ୍ଡକ୍ଟର, କାନରେ ବିନ୍‌ ଫୁଙ୍କିଲା ପୋଲିସ - ବସରେ ଅସଦାଚରଣର ଶିକାର ଛାତ୍ରୀ

ମଧ୍ୟପ୍ରଦେଶ ଗ୍ବାଲିୟରରେ ଛାତ୍ରୀଙ୍କୁ ବସ୍‌ରେ ଅସଦାଚରଣ କରୁଥିଲା କଣ୍ଡକ୍ଟର । କାନରେ ବିନ୍‌ ଫୁଙ୍କି ସବକ୍‌ ଶିଖାଇଲା ପୋଲିସ । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Aug 27, 2023, 8:09 PM IST

କାନରେ ବିନ୍‌ ଫୁଙ୍କିଲା ପୋଲିସ

ଭୋପାଳ:ବସ୍‌ କଣ୍ଡକ୍ଟରକୁ ଉଚିତ ସବକ୍‌ ଶିଖାଇଲା ପୋଲିସ । ଛାତ୍ରୀଙ୍କୁ ଅସଦାଚରଣ କରୁଥିବାରୁ ପୋଲିସ ଏପରି ଦଣ୍ଡ ଦେଲା ଯେ ଯାହାକୁ ନେଇ ମଧ୍ୟପ୍ରଦେଶ ଗ୍ବାଲିୟରରେ ହେଉଛି ଚର୍ଚ୍ଚା । ନିଜ ଦୋଷ ନମାନିବା ପରେ ଅଭିଯୁକ୍ତ କଣ୍ଡକ୍ଟର କାନରେ ବିନ୍‌ ଫୁଙ୍କିଲା ପୋଲିସ । ଏହାପରେ ଅଭିଯୁକ୍ତ କଣ୍ଡକ୍ଟର ଜଣକ ନିଜର ଦୋଷ ସ୍ବୀକାର କରିବା ସହ ପୋଲିସ ଓ ଛାତ୍ରୀଙ୍କୁ ହାତଯୋଡ଼ି କ୍ଷମା ମାଗିଛି । ପୋଲିସର ଏଭଳି ଭିନ୍ନ ଦଣ୍ଡ ବିଧାନକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ହେଉଛି ।

ମିଳିଥିବା ସୂଚନା ଅନୁସାରେ ଏହି ଘଟଣାଟି ଘାଟିଗାଓଁ ଥାନା ଅଞ୍ଚଳର । ମହିଳା ଓ ଯୁବତୀଙ୍କ ବିରୋଧରେ ଅପରାଧିକ ମାମଲା ବୃଦ୍ଧି ପାଇବା ପରେ ଏବେ ସର୍ବସାଧାରଣ ସ୍ଥାନରେ ଏକ ବାକ୍ସ ଲଗାଯାଇଛି । ଯେଉଁଠି ମହିଳା ବା ଯୁବତୀ କୌଣସି ପ୍ରକାର ନିର୍ଯାତନାର ଶିକାର ହେଲେ ଏଠାରେ ଲିଖିତ ଭାବେ ନିଜ ଅଭିଯୋଗ ଜଣାଇ ପାରିବେ । ତେବେ ବସ କଣ୍ଡକ୍ଟର ଦ୍ବାରା ଅସଦାଚରଣର ଶିକାର ହେଉଥିବା ଛାତ୍ରୀ ଜଣକ ପୂର୍ବରୁ ଥାନାରେ ଅଭିଯୋଗ ମଧ୍ୟ କରିଥିଲା । ମାତ୍ର ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା ।

ଏହା ବି ପଢନ୍ତୁ- ଗୁରୁ-ଶିଷ୍ୟ ସମ୍ପର୍କରେ କଳଙ୍କ, ରାଜ୍ୟର ବିଭିନ୍ନ କଲେଜରେ ଛାତ୍ରୀଙ୍କୁ ଅସଦାଚରଣ କରୁଛନ୍ତି ଅଧ୍ୟାପକ

ଏହାପରେ ଛାତ୍ରୀ ଜଣକ ଏକ ଅଭିଯୋଗ ପତ୍ର ଲେଖି ଉକ୍ତ ବାକ୍ସରେ ପକାଇଥିଲେ । ପୋଲିସ ହାତରେ ଏହି ଅଭିଯୋଗ ପତ୍ରଟି ଲାଗିବା ପରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ବସ୍‌ଟି ଛାତ୍ରୀ ଯାଉଥିବା ଛକ ନିକଟରେ ପହଞ୍ଚିବା ପୂର୍ବରୁ ଯୋଜନା ମୁତାବକ ପୋଲିସ ସେଠାରେ ଉପସ୍ଥିତ ଥିଲା । ଏହାପରେ ବସ ପହଞ୍ଚିବା ପରେ ଅଭିଯୁକ୍ତ କଣ୍ଡକ୍ଟରକୁ ଏ ନେଇ ପୋଲିସ ପଚରାଉଚରା କରିଥିଲା । ମାତ୍ର କଣ୍ଡକ୍ଟର ନିଜ ଦୋଷ ନ ସ୍ବୀକାର କରିବା ପରେ ପୋଲିସ ଦଣ୍ଡ ଦେବା ଲାଗି ଏଭଳି ଅଭିନୟ ଉପାୟ ଅବଲମ୍ବନ କରିଥିଲା ।

ଥାନା ପର୍ଯ୍ୟନ୍ତ ଅଭିଯୁକ୍ତର କାନ ପାଖରେ ଜଣେ ସାପ ଧରାଳୀ ବିନ୍‌ ବଜାଇଥିଲେ । ଏହାପରେ ଅଭିଯୁକ୍ତ କଣ୍ଡକ୍ଟର ନିଜ ଦୋଷ ସ୍ବୀକାର କରିଛି ବୋଲି ମଧ୍ୟପ୍ରଦେଶ ଡିଏସପି ସନ୍ତୋଷ ପଟେଲ କହିଛନ୍ତି । ଅଭିଯୁକ୍ତ କଣ୍ଡକ୍ଟରର ନାମ ଜୟେନ୍ଦ୍ର ରାୱତ ବୋଲି ଜଣାପଡ଼ିଛି । ତେବେ ଭବିଷ୍ୟତରେ ଏପରି ଅପରାଧ ନକରିବା ଲାଗି ଅଭିଯୁକ୍ତ କଣ୍ଡକ୍ଟର ପ୍ରତିଶୃତି ଦେଇଥିବା ପୋଲିସ କହିଛି । ଏ ନେଇ ବିନ୍‌ ବଜାଉଥିବା ସାପ ଧରାଳି ଜଣକ କହିଛନ୍ତି, "ଆମେ ସାପର ବିଷ ବାହାର କରୁ । ହେଲେ ଆଜି କଣ୍ଟକ୍ଟର ମନରେ ଯେଉଁ ବିଷ ରହିଛି, ତାକୁ ବାହାର କରିବା ଲାଗି ବିନ୍‌ ବଜାଇଥିଲି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details