ଓଡିଶା

odisha

ETV Bharat / bharat

ଗୁର୍ଜର ଅନ୍ଦୋଳନ ପୁରୋଧା କିରୋଡୀ ସିଂହଙ୍କ ପରଲୋକ, ଓମବିର୍ଲାଙ୍କ ଶୋକ

ରାଜସ୍ଥାନର ଗୁର୍ଜର ନେତା କିରୋଡୀ ସିଂହ ବୈଂସଲାଙ୍କ ପରଲୋକ ହୋଇଛି । ଦୀର୍ଘ ଦିନ ଅସୁସ୍ଥ ରହିବା ପରେ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ତାଙ୍କର ନିଧନ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ଅଧିକ ପଢନ୍ତୁ

କିରୋଡୀ ସିଂହ ବୈଂସଲାଙ୍କ ପରଲୋକ
କିରୋଡୀ ସିଂହ ବୈଂସଲାଙ୍କ ପରଲୋକ

By

Published : Mar 31, 2022, 11:00 AM IST

ଜୟପୁର: ରାଜସ୍ଥାନର ଗୁର୍ଜର ନେତା କିରୋଡୀ ସିଂହ ବୈଂସଲାଙ୍କ ପରଲୋକ ହୋଇଛି । ଦୀର୍ଘ ଦିନ ଅସୁସ୍ଥ ରହିବା ପରେ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ତାଙ୍କର ନିଧନ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ସେ ରାଜସ୍ଥାନର ଗୁର୍ଜର ଆନ୍ଦୋଳନର ଜଣେ ବଡ ଚେହେରା ଥିଲେ । ପରବର୍ତ୍ତୀ ସମୟରେ ସେ ବିଜେପିର ଜଣେ ସକ୍ରିୟ ନେତା ଥିଲେ ।

କିରୋଡୀଲାଲ ବୈଂସଲା ଭାରତୀୟ ସେନାରେ କର୍ଣ୍ଣଲ ଭାବେ କାର୍ଯ୍ୟ କରିଥିଲେ । ତାଙ୍କ ନେତୃତ୍ବରେ ୨୦୦୭ରେ ରାଜସ୍ଥାନରେ ଗୁର୍ଜରୀମାନେ ଏକ ବଡ ଧରଣର ଆନ୍ଦୋଳନ କରିଥିଲେ । ରାଜସ୍ଥାନରେ ଗୁର୍ଜରୀ ମାନଙ୍କୁ ସ୍ବତନ୍ତ୍ର ସଂରକ୍ଷଣ ଦାବି କରି ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା । ଏହି ଆନ୍ଦୋଳନର ଗୁର୍ଜର ସଂରକ୍ଷଣ ସମିତିର ପ୍ରମୁଖ ଥିଲେ ।

ତାଙ୍କ ବିୟୋଗରେ ଲୋକସଭା ବାଚସ୍ପତି ଓମ ବିର୍ଲା ଶୋକପ୍ରକାଶ କରିଛନ୍ତି । ବୈଂସଲା ସାମାଜିକ ଆନ୍ଦୋଳନର ଜଣେ ପ୍ରଖର ନେତୃତ୍ବକର୍ତ୍ତା ଥିଲେ । ସାମାଜିକ ଅଧିକାର ପାଇଁ ସେ ଆଜୀବନ ସଂଘର୍ଷ କରିଥିଲେ । ତାଙ୍କର ଅନୁପସ୍ଥିତି ବାସ୍ତବରେ ଅପୂରଣୀୟ ବୋଲି ଟ୍ବିଟ କରି କହିଛନ୍ତି ବାଚସ୍ପତି ।

ପ୍ରକାଶ ଥାଉ କି, ୨୦୦୯ରେ ବିଜେପି ଟିକେଟ ପାଇ ଲୋକସଭାରୁ ଲଢିଥିଲେ ବୈଂସଲା । କଂଗ୍ରେସ ପ୍ରାର୍ଥୀଙ୍କଠୁ ହାରିଥିଲେ । 2007 ଏବଂ 2008 ରେ, ଗୁରୁର୍ଜା ନେତାଙ୍କ ନେତୃତ୍ବରେ କୋଟା ଆନ୍ଦୋଳନ ହାତରୁ ଚାଲିଗଲା ଏବଂ 70ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା । ୨୦୦୭ରେ ବୈଂସଲାଙ୍କ ନେତୃତ୍ବରେ ଗର୍ଜରମାନେ ଆନ୍ଦୋଳନ କରିଥିଲେ । ଏହାପରେ ପୁଣିଥରେ ୨୦୧୫ରେ ପୁଣିଥରେ ବଡ ଧରଣର ଆନ୍ଦୋଳନ ହୋଇଥିଲା । ୨୫ ଦିନ ଧରି ଲଗାତାର ଆନ୍ଦୋଳନ ପରେ ତତକାଳୀନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସହ ଗୁର୍ଜର ନେତା ଏବଂ ବୈଂସଲାଙ୍କ ବୈଠକ ହୋଇଥିଲା । ଏଥିରେ ଗର୍ଜରୀ ମାନଙ୍କୁ ୫ପ୍ରତିଶତ ସଂରକ୍ଷଣ ଦେବାକୁ ଘୋଷଣା ହୋଇଥିଲା ।

ABOUT THE AUTHOR

...view details