ଓଡିଶା

odisha

ETV Bharat / bharat

ଦୁଷ୍କର୍ମ ପୀଡିତାଙ୍କୁ କ୍ଷତିପୂରଣ ଦେବାକୁ ଗୁଜୁରାଟ ପୋକ୍ସୋ କୋର୍ଟର ନିର୍ଦ୍ଦେଶ - Judge AJ Kanani

ଭଦୋଦରା ସ୍ଥିତ ଏକ ପୋକ୍ସୋ କୋର୍ଟ ଦୁଇ ନାବାଳିକାଙ୍କୁ ହୋଇଥିବା ଦୁଷ୍କର୍ମ ମାମଲାର ଶୁଣାଣି କରି ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଘଟଣାରେ ସମ୍ପୃକ୍ତ 2 ଅଭିଯୁକ୍ତଙ୍କୁ 2 ଲକ୍ଷ ଟଙ୍କା ଏବଂ 75,000 ଟଙ୍କା ମଧ୍ୟବର୍ତ୍ତୀକାଳୀନ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ଖବର ପଢନ୍ତୁ...

ଦୁଷ୍କର୍ମ ପୀଡିତାଙ୍କୁ କ୍ଷତିପୂରଣ ଦେବାକୁ ଗୁଜୁରାଟ ପୋକ୍ସୋ କୋର୍ଟର ନିର୍ଦ୍ଦେଶ
ଦୁଷ୍କର୍ମ ପୀଡିତାଙ୍କୁ କ୍ଷତିପୂରଣ ଦେବାକୁ ଗୁଜୁରାଟ ପୋକ୍ସୋ କୋର୍ଟର ନିର୍ଦ୍ଦେଶ

By

Published : Nov 9, 2020, 11:04 AM IST

ଅହମ୍ମଦାବାଦ: ଦୁଷ୍କର୍ମ ମାମଲା ଥମୁନି । ପ୍ରତ୍ୟେକ ଦିନ ବିଭିନ୍ନ ସ୍ଥାନରୁ ଏପରି ଘଟଣା ସାମ୍ମନାକୁ ଆସୁଛି । ତେବେ ଗତ କିଛିଦିନ ତଳେ ଭଦୋଦରା ସ୍ଥିତ ଏକ ପୋକ୍ସୋ କୋର୍ଟ ଦୁଇ ନାବାଳିକାଙ୍କୁ ହୋଇଥିବା ଦୁଷ୍କର୍ମ ମାମଲାର ଶୁଣାଣି କରି ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଗତ ବର୍ଷ ଏପ୍ରିଲ 26 ରେ ଲାଗୁ ହୋଇଥିବା ଗୁଜରାଟ ଦୁଷ୍କର୍ମ ପୀଡ଼ିତା କ୍ଷତିପୂରଣ ଯୋଜନା ଅଧୀନରେ ଅଭିଯୁକ୍ତଙ୍କୁ 2 ଲକ୍ଷ ଟଙ୍କା ଏବଂ 75,000 ଟଙ୍କା ମଧ୍ୟବର୍ତ୍ତୀକାଳୀନ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସାଭଲି ଅତିରିକ୍ତ ଅଧିବେଶନ ଜଜ୍ ଏ.ଜେ କାନାନି ଏହି ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଯୁବକଙ୍କୁ 2 ଲକ୍ଷ ଟଙ୍କା ଏବଂ 75,000 ଟଙ୍କା ମଧ୍ୟବର୍ତ୍ତୀକାଳୀନ କ୍ଷତିପୂରଣ ଦେବାକୁ ଜିଲ୍ଲା ନ୍ୟାୟିକ ପ୍ରାଧିକରଣକୁ ଅନୁରୋଧ କରିଛନ୍ତି । ଗୁଜୁରାଟର ପୀଡିତା କ୍ଷତିପୂରଣ ଯୋଜନାର ବ୍ୟବସ୍ଥା ଅନୁଯାୟୀ ଚିକିତ୍ସା ତଥା ଅନ୍ୟାନ୍ୟ ଖର୍ଚ୍ଚ ପୂରଣ କରିବାରେ ସହାୟତା କରିବାକୁ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଯୋଜନାରେ ପୀଡିତାଙ୍କ ପାଇଁ କ୍ଷତିପୂରଣ ପ୍ରଦାନ କିମ୍ବା ଅପରାଧ ହେତୁ କ୍ଷତିଗ୍ରସ୍ତ ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଉଛି । କ୍ଷତିପୂରଣ ପାଇଁ ଜଣେ ପୀଡିତା, ଅଭିଭାବକ କିମ୍ବା ସ୍ଥାନୀୟ ପୋଲିସ୍ ଷ୍ଟେସନ୍ ହାଉସ୍ ଅଧିକାରୀ ରାଜ୍ୟ କିମ୍ବା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପାଖରେ ଆବେଦନ କରିପାରିବେ । ରାଜ୍ୟ କିମ୍ବା ଜିଲ୍ଲା ଆଇନ ସେବା ପ୍ରାଧିକରଣ ମଧ୍ୟ ପୀଡିତମାନଙ୍କୁ ଏହିପରି ରିଲିଫ୍ ପାଇଁ କାରଣ ଦର୍ଶାଅ ସୁପାରିଶ କରିପାରନ୍ତି ।

ABOUT THE AUTHOR

...view details