ନୂଆଦିଲ୍ଲୀ:ସଦ୍ୟ ସମାପ୍ତ ଗୁଜୁରାଟ ବିଧାନସଭା ନିର୍ବାଚନ ଓ ଫଳାଫଳକୁ ନେଇ ପ୍ରତିକ୍ରିୟା ରଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ‘‘ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପିର ବିରାଟ ବିଜୟ 2024 ଲୋକସଭା ନିର୍ବାଚନ ଉପରେ ସକରାତ୍ମକ ପ୍ରଭାବ ପକାଇବ । ଏହା ସମସ୍ତ ରାଜନୈତିକ ଚିତ୍ରକୁ ପରିବର୍ତ୍ତନ କରିଦେବ ।’’ 2022ରେ ଭାଜପା ଐତିହାସିକ ବିଜୟ ଯାହା ଦଳ ନିଜ ରେକର୍ଡ ଭାଙ୍ଗି ଅଧିକ ଆସନ ଜିତିଥିଲା । ଏହାକୁ ନେଇ ଅମିତ ଶାହ କହିଛନ୍ତି ଏହି ଫଳାଫଳ ଗୁଜୁରାଟ ଦଳର ଏକ ଗଡ ବୋଲି ପ୍ରମାଣିତ ହୋଇଛି । ସୁରଟ ସିଟି ଏବଂ ଜିଲ୍ଲା ଭାଜପା ପକ୍ଷରୁ ଆୟୋଜିତ ନବନିର୍ବାଚିତ ବିଧାୟକଙ୍କ ସମ୍ମାନିତ ସମାରୋହରେ ଭିସି ଜରିଆରେ ଯୋଗ ଦେଇ ଏହା କହିଛନ୍ତି ।
ସେ ଆହୁରି କହିଛନ୍ତି, ''ଏହି ନିର୍ବାଚନ ଅନେକ ଦଳ ଆସିଲା, ଅନେକ ଦାବି କଲେ ଗ୍ୟାରେଣ୍ଟି ଦେଲେ କିନ୍ତୁ ସେହି ଦଳ ଫଳାଫଳ ପରେ ଦଳି ହୋଇଗଲେ । ଏହି ଫଳାଫଳ ପ୍ରମାଣ କରୁଛି କି ଗୁଜୁରାଟବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିକୁ ସ୍ବାଗତ କରିବାକୁ ପ୍ରସ୍ତୁତ ଅଛନ୍ତି । ଏହି ବିରାଟ ବିଜୟ ଦେଶକୁ ଏକ ଦୃଢ ବାର୍ତ୍ତା ଦେଇଛି କି ଗୁଜୁରାଟ ବିଜେପିର ଗଡ ରହିଛି ରହିବ ।''
ଗୁଜୁରାଟ ବିଧାନସଭା ନିର୍ବାଚନରେ ଏହି ବିଜୟ ସମଗ୍ର ଦେଶରେ କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହ, ପ୍ରେରଣା ଏବଂ ଉର୍ଜା ଯୋଗାଇଛି । ଏହି ବିଜୟରେ ସମଗ୍ର ରାଜନୈତିକ ଚିତ୍ର ପରିବର୍ତ୍ତନ ହୋଇଯିବ ଏବଂ 2024 ଲୋକସଭା ନିର୍ବାଚନ ଉପରେ ସକରାତ୍ମକ ପ୍ରଭାବ ପକାଇବ । ବିଜୟ ନେଇ ଗୁଜୁରାଟ ଭାଜପା ପ୍ରମୁଖ ସିଆର ପାଟିଲ ଏବଂ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂ ପାଟିଲଙ୍କ ସହିତ ଅନ୍ୟ ସଦସ୍ୟଙ୍କ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।