ଓଡିଶା

odisha

ETV Bharat / bharat

Gujarat Assembly Poll: ବିଜେପିର 5 ପ୍ରାର୍ଥୀଙ୍କ ମୋଟ ସମ୍ପତ୍ତି 1200 କୋଟିରୁ ଅଧିକ - ଆସୋସିଏସନ ଫର ଡେମୋକ୍ରାଟିକ

ଗୁଜରାଟ ବିଧାନସଭା ନିର୍ବାଚନ (Gujarat Assembly Poll) ପାଇଁ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ । ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଜୋରଦାର ହୋଇଛି ପ୍ରଚାର । ଦ୍ବିତୀୟ ପର୍ଯ୍ୟାୟରେ ଯେଉଁ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି ସେମାନଙ୍କର ସମ୍ପତ୍ତି ତାଳିକା ଏବେ ସାର୍ବଜନିନ ହୋଇଛି । ଯେଉଁଥିରେ ବିଜେପିର 5 ଜଣ ପ୍ରାର୍ଥୀଙ୍କ ମୋଟ ସମ୍ପତ୍ତି ହେଉଛି 1200 କୋଟିରୁ ଅଧିକ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Nov 29, 2022, 11:05 PM IST

ଗାନ୍ଧୀନଗର: ଗୁଜରାଟ ବିଧାନସଭା ନିର୍ବାଚନ (Gujarat Assembly Poll) ପାଇଁ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ । ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଜୋରଦାର ହୋଇଛି ପ୍ରଚାର । ଦ୍ବିତୀୟ ପର୍ଯ୍ୟାୟରେ ଯେଉଁ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି ସେମାନଙ୍କର ସମ୍ପତ୍ତି ତାଳିକା ଏବେ ସାର୍ବଜନିନ ହୋଇଛି । ଯେଉଁଥିରେ ବିଜେପିର 5 ଜଣ ପ୍ରାର୍ଥୀଙ୍କ ମୋଟ ସମ୍ପତ୍ତି ହେଉଛି 1200 କୋଟିରୁ ଅଧିକ । ଦ୍ବିତୀୟ ପର୍ଯ୍ୟାୟରେ ପ୍ରତିଦ୍ବନ୍ଦିତା କରୁଥିବା ମୋଟ 93 ପ୍ରାର୍ଥୀଙ୍କ ମଧ୍ୟରୁ 75 ଜଣଙ୍କ ପାଖରେ ଏକ କୋଟିରୁ ଅଧିକ ସମ୍ପତ୍ତି ରହିଛି ।

ଏହାବି ପଢନ୍ତୁ- Gujarat Assembly poll: ସରିଲା ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରଚାର, ଡିସେମ୍ବର 1ରେ ଭୋଟିଂ

ଆସୋସିଏସନ ଫର ଡେମୋକ୍ରାଟିକ(ADR) ଦ୍ବାରା ଜାରି ରିପୋର୍ଟ ଅନୁସାରେ ଗାନ୍ଧୀନଗର ନିର୍ବାଚନ କ୍ଷେତ୍ରରୁ ନିର୍ବାଚନ ଲଢୁଥିବା ବିଜେପି ପ୍ରାର୍ଥୀ ଜୟନ୍ତୀଭାଇ ସୋମାଭାଇ ପଟେଲଙ୍କ ପାଖରେ ମୋଟ 661 କୋଟି ସମ୍ପତ୍ତି ରହିଛି । ଦ୍ବିତୀୟରେ ରହିଛନ୍ତି ସିଦ୍ଧପୁରରୁ ପ୍ରାର୍ଥୀ ହୋଇଥିବା ବଲୱନ୍ତ ସିଂ ଚନ୍ଦନ ସିଂହ ରାଜପୁତଙ୍କ ପାଖରେ 343 କୋଟି ସମ୍ପତି ରହିଛି । ଏହା ବ୍ୟତୀତ ଅଧିକ ସମ୍ପତି ଥିବା ଶୀର୍ଷ 10 ଜଣ ନେତାଙ୍କ ମଧ୍ୟରେ ରହିଛନ୍ତି, ବିଜାପୁରରୁ ପ୍ରାର୍ଥୀ ହୋଇଥିବା ରମନ ଭାଇ ଡି ପଟେଲ 95 କୋଟି, ଦଶକ୍ରୋଇ ରୁ ପ୍ରାର୍ଥୀ ହୋଇଥିବା ବାବୁ ଭାଇ ଜମନାଦାଶ ପଟେଲଙ୍କ ପାଖରେ 61 କୋଟି, ଓ ଆନନ୍ଦରୁ ପ୍ରାର୍ଥୀ ହୋଇଥିବା ଯୋଗେଶ ପଟେଲଙ୍କ ପାଖରେ 46 କୋଟିର ସମ୍ପତ୍ତି ରହିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ବିଜେପିର ଏହି 5 ଜଣ ପ୍ରାର୍ଥୀଙ୍କ ପାଖରେ ମୋଟ 1235 କୋଟିର ସମ୍ପତ୍ତି ରହିଛି ।

ଏଡିଆର ରିପୋର୍ଟ ଅନୁସାରେ ଦ୍ବିତୀୟ ପର୍ଯ୍ୟାୟରେ ବିଜେପି ପ୍ରାର୍ଥୀ ହୋଇଥିବା ମୋଟ 81 ପ୍ରତିଶତ ପ୍ରାର୍ଥି ହେଉଛନ୍ତି କୋଟିପତି । ବିଜେପିର ଦ୍ବିତୀୟ ପର୍ଯ୍ୟାୟ ପାଇଁ ମୋଟ 93 ପ୍ରାର୍ଥୀଙ୍କ ମଧ୍ୟରୁ 75 ପ୍ରାର୍ଥୀ ହେଉଛନ୍ତି କୋଟିପତି ।

ସେହିପରି ଦ୍ବିତୀୟ ପର୍ଯ୍ୟାୟରେ କଂଗ୍ରେସର ପ୍ରାର୍ଥୀ ହୋଇଥିବା ମୋଟ 90 ପ୍ରାର୍ଥୀଙ୍କ ମଧ୍ୟରୁ 77 ଜଣ ହେଉଛନ୍ତି କୋଟିପତି । କଂଗ୍ରେସର ପ୍ରତ୍ୟେକ ପ୍ରାର୍ଥୀଙ୍କ ସମ୍ପତ୍ତି 4 କୋଟିରୁ ଅଧିକ ଲେଖାଏଁ ରହିଛି । ହେଲେ 2017 ବିଧାନସଭା ନିର୍ବାଚନ ଦ୍ବିତୀୟ ପର୍ଯ୍ୟାୟରେ ଥିବା ପ୍ରାର୍ଥୀଙ୍କ ମୋଟ ସମ୍ପତ୍ତି ଥିଲା 2.39 କୋଟି । ଏହା ବ୍ୟତୀତ 5 ଜଣ ପ୍ରାର୍ଥୀ ସେମାନଙ୍କ ପାଖରେ କୌଣସି ସମ୍ପତ୍ତି ନଥିବା ଘୋଷଣା କରିଛନ୍ତି ।

ABOUT THE AUTHOR

...view details