ଓଡିଶା

odisha

ETV Bharat / bharat

19 ଥର ମୃଦୁ ଭୁମ୍ପିକମ୍ପରେ ଥରିଲା ଗୁଜୁରାଟ, କ୍ଷୟକ୍ଷତିର ନାହିଁ ସୂଚନା

ଗୁଜୁରାଟର ଗିର ଓ ସୋମନାଥ ଜିଲ୍ଲାରେ ସୋମବାର ସକାଳ 19 ଟି ଭୂକମ୍ପ ଅନୁଭୂତ । କୌଣସି କ୍ଷୟକ୍ଷତିର ନାହିଁ ସୂଚନା। ପଢନ୍ତୁ ଅଧିକ....

By

Published : Dec 7, 2020, 5:04 PM IST

19 ଥର ମୃଦୁ ଭୁମ୍ପିକମ୍ପ ଥରିଲା ଗୁଜୁରାଟ, କ୍ଷୟକ୍ଷତିର ନାହିଁ ସୂଚନା
19 ଥର ମୃଦୁ ଭୁମ୍ପିକମ୍ପ ଥରିଲା ଗୁଜୁରାଟ, କ୍ଷୟକ୍ଷତିର ନାହିଁ ସୂଚନା

ଗାନ୍ଧୀନଗର: ଗୁଜୁରାଟର ଗିର ଓ ସୋମନାଥ ଜିଲ୍ଲାରେ ସୋମବାର ସକାଳ 19 ଟି ଭୂକମ୍ପ ଅନୁଭୂତ ହୋଇଛି । ଏହା ସାମାନ୍ୟ ବା ମୃଦୁ ଭୁମିକମ୍ପ କାରଣରୁ ବିଶେଷ କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି । ଗାନ୍ଧିନଗର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ସେସମୋଲୋଜିକାଲ୍ ରିସର୍ଚ୍ଚ (ଆଇଏସ୍ଆର୍) ର ଜଣେ ବରିଷ୍ଠ ଅଧିକାରୀ ଏହି ଘଟଣାକୁ ମୃଦୁ ଭୁମିକମ୍ପ ବୋଲି କହିବା ସହ ଏହାର ତୀବ୍ରତା ମାତ୍ର 3 ମ୍ୟାଗ୍ନିଚୁଡ ତଳେ ଥିବା ସୂଚନା ଦେଇଛନ୍ତି । ଜିଲ୍ଲାବାସୀଙ୍କୁ ଆତଙ୍କିତ ନହେବା ପାଇଁ ପରାମର୍ଶ ଦିଆଯାଇଛି ।

ଏହି ଭୂକମ୍ପଗୁଡିକ ମଧ୍ୟରୁ ଅଧିକାଂଶ 3 ମ୍ୟାଗ୍ନିଚ୍ୟୁଡ ତଳେ ଥିବାବେଳେ 6 ଟି ତୀବ୍ରତା 3 ରୁ ସାମାନ୍ୟ ଅଧିକ ଥିଲା, ଏଥି ସହିତ 3.3 ମ୍ୟାଗ୍ନିଚ୍ୟୁଡ୍‌ର ଭୂକମ୍ପ ସକାଳ 3.46 ରେ ରେକର୍ଡ ହୋଇ ତାଲାଲାର 12 କିଲୋମିଟର ଅଞ୍ଚଳରେ ଅନୁଭୁତ ହୋଇଥିଲା ।

ଆଇଏସଆର ନିର୍ଦ୍ଦେଶକ ସୁମେର ଚୋପ୍ରା କହିଛନ୍ତି ଯେ ଏହା ଏକ ସାମାନ୍ୟ ପ୍ରକ୍ରିୟା। ଯେତେବେଳେ ମୌସୁମୀ ସ୍ବାଭାବିକ ଠାରୁ ଅଧିକ ହୁଏ ସେତେବେଳେ ଦୁଇରୁ ତିନିମାସ ବର୍ଷା ପରେ ଏହି ଧରଣର ଭୂକମ୍ପ ଅନୁଭୂତ ହୋଇଥାଏ । ତେଣୁ ଏହା ଅଧିକ ଶକ୍ତିଶାଳୀ ହୋଇନଥାଏ ତେଣୁ ଏହା ପ୍ରତି ଅଧିକ ଭୟଭୀତ ହେବା ଉଚିତ ନୁହେଁ ବୋଲି ବିଶେଷଜ୍ଞ ମାନେ ମତ ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details