ଓଡିଶା

odisha

Gujarat Assembly Poll: ନାମାଙ୍କନ ଭରିଲେ ରିଭାବା, ପତ୍ନୀଙ୍କ ପାଇଁ ଭୋଟ ମାଗିଲେ ଜାଡେଜା

By

Published : Nov 14, 2022, 1:54 PM IST

Updated : Nov 14, 2022, 2:01 PM IST

ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଦିନ ପାଖଉଛି । ଏହି ପରିପ୍ରେକ୍ଷୀରେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ପ୍ରାର୍ଥୀଙ୍କ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇ ଗଲାଣି । କ୍ରିକେଟର ରବୀନ୍ଦ୍ର ଜାଡେଜା ତାଙ୍କ ପତ୍ନୀଙ୍କ ପାଇଁ ଭୋଟରଙ୍କୁ ଅପିଲ କରିଛନ୍ତି । ଅଧିକ ପଢନ୍ତୁ

Gujarat Assembly Poll
ପତ୍ନୀଙ୍କ ପାଇଁ ଭୋଟ ମାଗିଲେ ଜାଡେଜା

ଗାନ୍ଧୀନଗର: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଦିନ ନିକଟତର ହେଉଛି । ଦିନ ଯେତିକି ପାଖଉଛି ପ୍ରାର୍ଥୀ ଭୋଟରଙ୍କୁ ଆକର୍ଷିତ କରିବାର ପ୍ରୟାସ ଜାରି ରଖିଛନ୍ତି । ଏହାରି ଭିତରେ କ୍ରିକେଟର ରବୀନ୍ଦ୍ର ଜାଡେଜା ତାଙ୍କ ପତ୍ନୀଙ୍କୁ ଭୋଟ ଦେଇ ଜିତେଇବାକୁ ଭୋଟରଙ୍କୁ ଅପିଲ କରିଛନ୍ତି । ଜାଡେଜାଙ୍କ ପତ୍ନୀ ରିଭାବାଙ୍କୁ ବିଜେପି ଜାମନଗରରୁ ପ୍ରାର୍ଥୀ କରିଛି । ଗୁଜୁରାଟୀରେ ଜାଡେଜା ଏକ ଭିଡିଓ କରି ଭୋଟ ପାଇଁ ଅପିଲ କରିଛନ୍ତି ।

ଆଜି ଉତ୍ତର ଜାମନଗର ବିଧାନସଭାରୁ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି କ୍ରିକେଟର ରବୀନ୍ଦ୍ର ଜାଡେଜା ତାଙ୍କ ପତ୍ନୀ ରିଭାବା । ଏହା ପୂର୍ବରୁ ଜାଡେଜା ଏକ ଭିଡିଓ କରି ଟ୍ବିଟ କରିଛନ୍ତି । ଯେଉଁଥିରେ ଜାମନଗରବାସୀଙ୍କୁ ରିଭାବାଙ୍କୁ ଭୋଟ ଦେଇ ବିଜୟୀ କରିବାକୁ ଅନୁରୋଧ କରିଛନ୍ତି । କେବେଳ ଜାମନଗରବାସୀ ନୁହେଁ କ୍ରିକେଟପ୍ରେମୀଙ୍କୁ ମଧ୍ୟ ରିଭାବାଙ୍କୁ ଭୋଟ ଦେବାକୁ ଅପିଲ କରିଛନ୍ତି । ସେ କହିଛନ୍ତି,'' ଗୁୁଜୁରାଟ ବିଧାନସଭା ନିର୍ବାଚନ ଟି-ଟ୍ବେଣ୍ଟି କ୍ରିକେଟ ପରି ଆଗକୁ ବଢୁଛି । ମୋର ପ୍ରିୟ ଜାମନଗରବାସୀ ଏବଂ ସମସ୍ତ କ୍ରିକେଟପ୍ରେମୀ, ଆପଣ ସମସ୍ତେ ଜାଣିଛନ୍ତି ଏଠାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋବାକୁ ଯାଉଛି । ମୋ ପତ୍ନୀ ରିଭାବାଙ୍କ ଉପରେ ବିଜେପି ଭରସା କରି ଜାମନଗରରୁ ପ୍ରାର୍ଥୀ କରିଛି । ଆଜି ସେ ନାମାଙ୍କନ ଭରିଛନ୍ତି । ମୋର ପତ୍ନୀଙ୍କ ବିଜୟ ଆପଣ ସସସ୍ତ ଜାମନଗରବାସୀଙ୍କ ହାତରେ ।''

ପୂର୍ବ ବିଧାୟକ ଧର୍ମେନ୍ଦ୍ର ସିଂହଙ୍କ ସ୍ଥାନରେ ଜାମନଗରରୁ ପ୍ରାର୍ଥୀ ହୋଇଛନ୍ତି ରିଭାବା ଜାଡେଜା । ଧର୍ମେନ୍ଦ୍ର ସିଂହଙ୍କୁ ବିଜେପି ଏଥରେ ଟିକେଟ ଦେଇନାହିଁ ତାଙ୍କ ସ୍ଥାନରେ ରିଭାବା ଜାଡେଜାଙ୍କ ଉପରେ ଆସ୍ଥା ପ୍ରକଟ କରିଛି । ନଭେମ୍ବର 10 ତାରିଖରେ 182 ଆସନ ବିଶିଷ୍ଟ ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୬୦ ଜଣ ପ୍ରାର୍ଥୀଙ୍କ ତାଲିକା ଜାରି କରିିଥିଲା ବିଜେପି । ଏଥିରେ ଜାମନଗରରୁ ରିଭାବାକୁ ପ୍ରାର୍ଥୀ କରିଛି ଭାରତୀୟ ଜନତା ପାର୍ଟି । ଷ୍ଟାର କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା 2019ରେ ବିଜେପିରେ ମିଶିଥିଲେ । ଆସନ୍ତା ବିଧାନସଭା ନିର୍ବାଚନରେ ଜାଡେଜାଙ୍କ ପତ୍ନୀଙ୍କୁ ବିଜେପି ପ୍ରାର୍ଥୀ କରିଛି । ଜାମନଗର ଉତ୍ତରୁ ଜାଡେଜାଙ୍କ ପତ୍ନୀ ରିଭାବାଙ୍କୁ ଟିକେଟ ଦେଇଛି ବିଜେପି ।

ଏହା ବି ପଢନ୍ତୁ...Gujarat assembly Poll: ପ୍ରାର୍ଥୀ ତାଲିକା ଘୋଷଣା କଲା BJP, ଜାମନଗରରୁ ଲଢିବେ ଜାଡେଜାଙ୍କ ପତ୍ନୀ

ପ୍ରକାଶ ଥାଉ କି, ଡିସେମ୍ବର ୧ରେ ଗୁଜରାଟର ୮୯ଟି ଆସନ ପାଇଁ ଭୋଟିଂ ହେବ । ସେହିପରି ୫ ତାରିଖରେ ବାକି ୯୩ଟି ଆସନ ପାଇଁ ଲୋକମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଡିସେମ୍ବର ୮ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ ।

Last Updated : Nov 14, 2022, 2:01 PM IST

ABOUT THE AUTHOR

...view details