ଗାନ୍ଧୀନଗର:ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ପାଖଉଛି ଦିନ । ଏହାରି ଭିତରେ ବିଜେପି ତାର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୬୦ ଜଣ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି ବିଜେପି । ଭାରତୀୟ କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀଙ୍କୁ ଟିକେଟ ଦେଇଛି ବିଜେପି । ଜାଡେଜାଙ୍କ ପତ୍ନୀ ରିଭାବାଙ୍କୁ ଜାମନଗରରୁ ପ୍ରାର୍ଥୀ କରିଛି ବିଜେପି । ସେହିପରି କଂଗ୍ରେସ ଛାଡି ବିଜେପିରେ ମିଶିଥିବା ହାର୍ଦ୍ଦିକ ପଟେଲଙ୍କୁ ବୀରାମଗ୍ରାମରୁ ପ୍ରାର୍ଥୀ କରିଛି ବିଜେପି । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଘାଟଲୋଡିଆ ନିର୍ବାଚନ ମଣ୍ଡଳୀରୁ ଲଢିବେ ।
ଷ୍ଟାର କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା 2019ରେ ବିଜେପିରେ ମିଶିଥିଲେ । ଆସନ୍ତା ବିଧାନସଭା ନିର୍ବାଚନରେ ଜାଡେଜାଙ୍କ ପତ୍ନୀଙ୍କୁ ବିଜେପି ପ୍ରାର୍ଥୀ କରିଛି । ଜାମନଗର ଉତ୍ତରୁ ଜାଡେଜାଙ୍କ ପତ୍ନୀ ରିଭାବାଙ୍କୁ ଟିକେଟ ଦେଇଛି ବିଜେପି । ସେହିପରି ହାତ ଛାଡି ପଦ୍ମ ଶିବିରରେ ସାମିଲ ହୋଇଥିବା ହାର୍ଦ୍ଦିକ ପଟେଲଙ୍କୁ ବୀରାମଗ୍ରାମରୁ ପ୍ରାର୍ଥୀ କରିଛି ।
ଏହା ବି ପଢନ୍ତୁ...Coimbatore Car Blast: ତାମିଲନାଡୁର ୪୫ଟି ସ୍ଥାନରେ ରେଡ୍
BJP ତାଲିକାରେ ବଡ କଥା...
- 182 ଆସନ ପାଇଁ ୧୬୦ ଜଣ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି ବିଜେପି । ପ୍ରଥମ ପର୍ଯ୍ୟାୟ ପାଇଁ 84 ଆଶୟୀଙ୍କ ନାମ ରହିଛି । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂ ଘାଟଲୋଡିଆ ନିର୍ବାଚନ ମଣ୍ଡଳୀରୁ ଲଢିବେ ।
- 38 ବିଧାୟକଙ୍କ ଟିକେଟ କାଟି ଦେଇଛି ବିଜେପି ।
- ତାଲିକା ଉପରେ ମୋର୍ବି ଝୁଲା ପୋଲ ଘଟଣାର ପ୍ରଭାବ ଦେଖିବାକୁ ମିଳିଛି । ବିଧାୟକ ଓ ମନ୍ତ୍ରୀ ବ୍ରିଜେଶ ମେରଜାଙ୍କୁ ଟିକେଟ ଦେଇନାହିଁ । ତାଙ୍କ ସ୍ଥାନରେ ଅମୃତିଆଙ୍କୁ ଟିକେଟ ଦେଇଛି ବିଜେପି । ହାର୍ଦ୍ଦିକ ପଟେଲଙ୍କୁ ବୀରାମଗ୍ରାମରୁ ପ୍ରାର୍ଥୀ କରିଛି ବିଜେପି ।
- 2017ରେ କଂଗ୍ରେସରୁ ନିର୍ବାଚନ ଲଢିଥିବା 7 ଆଶାୟୀଙ୍କୁ ଏଥର ଟିକେଟ ଦେଇଛି ବିଜେପି ।
- ପ୍ରାର୍ଥୀ ତାଲିକାରେ 14 ଜଣ ମହିଳା ରହିଛନ୍ତି ।
ପ୍ରକାଶ ଥାଉ କି,ଡିସେମ୍ବର ୧ରେ ଗୁଜରାଟର ୮୯ଟି ଆସନ ପାଇଁ ଭୋଟିଂ ହେବ । ସେହିପରି ୫ ତାରିଖରେ ବାକି ୯୩ଟି ଆସନ ପାଇଁ ଲୋକମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଡିସେମ୍ବର ୮ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ ।