ଗାନ୍ଧୀନଗର:କଂଗ୍ରେସ ଛାଡିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ପଦ୍ମ ଧରିଛନ୍ତି ଗୁଜୁରାଟ କଂଗ୍ରେସର ପୂର୍ବତନ ନେତା ହିମାଂଶୁ ବ୍ୟାସ । ପୂର୍ବାହ୍ନରେ ସେ ଦଳର ସାଧାରଣ ସମ୍ପାଦକ ଓ ପ୍ରଭାରୀ ଦାୟିତ୍ବ ସହ ପ୍ରାଥମିକ ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେଇଥିଲେ (Gujarat Congress leader Himanshu Vyas joins BJP )। ସେ ତାଙ୍କ ଇସ୍ତଫାପତ୍ର କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେଙ୍କ ନିକଟକୁ ପଠାଇ ଦେଇଥିଲେ । ତେବେ ଇସ୍ତଫା ଦେବାର ମାତ୍ର କିଛ ସମୟ ମଧ୍ୟରେ ସେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ସେ ଇସ୍ତଫା ପରେ ଭାରତୀୟ ଜନତା ପାର୍ଟିରେ ସାମିଲ ହେବା ନେଇ ଚର୍ଚ୍ଚା ଲାଗି ରହିଥିଲା । ମାତ୍ର କିଛି ଘଣ୍ଟାରେ ତାହା ବାସ୍ତବରେ ପରିଣତ ହୋଇଛି ।
ହିମାଂଶୁ ସୁରେନ୍ଦ୍ର ନଗର ବଡବାନ ବିଧାନସଭା ଆସନରୁ ଦୁଇ ଥର କଂଗ୍ରେସ ଟିକେଟରେ ନିର୍ବାଚନ ଲଢିଥିଲେ ସୁଦ୍ଧା ଦୁଇ ଥର ବିଜେପି ପ୍ରାର୍ଥୀଙ୍କ ଠାରୁ ପରାଜିତ ହୋଇଥିଲେ । ତେବେ ସେ ଇସ୍ତଫା ଦେବା ପରେ କଂଗ୍ରେସରେ ତାଙ୍କୁ ଉଚିତ ଗୁରୁତ୍ବ ମିଳୁନଥିବା ନେଇ ମଧ୍ୟ ମତ ରଖିଥିଲେ । ଚଳିତ ନିର୍ବଚନରେ ସେ ଭାରତୀୟ ଜନତା ପାର୍ଟି ଟିକେଟରେ ନିର୍ବାଚନ ଲଢିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।