ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ଅଶୋଭନୀୟ ଟିପ୍ପଣୀ ଦେବା ମାମଲାରେ ଅଟକ ଥିବା ଗୁଜୁରାଟ ଆପ୍ ମୁଖ୍ୟ ଗୋପାଳ ଇଟାଲିଆ(Gujarat chief Gopal Italia) ମୁକୁଳିଛନ୍ତି । ୩ ଘଣ୍ଟା ପଚରାଉଚରା ପରେ ପୋଲିସ ତାଙ୍କୁ ଛାଡି ଦେଇଛି । ଜାତୀୟ ମହିଳା କମିଶନ(National Commission of Women)ର ଅଭିଯୋଗ କ୍ରମେ ପୋଲିସ ଗୋପାଳଙ୍କୁ ଉଠାଉ ଆଣି ୩ ଘଣ୍ଟା କାଳ ଜେରା କରିଥିଲା । ମହିଳା ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ସଭାମଞ୍ଚରୁ ସେ ଆପତ୍ତିଜନକ ଶବ୍ଦର ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା ।
ଏକ ଭିଡିଓରେ ଗୋପାଳ ଇଟାଲିଆ ପ୍ରଧାନମନ୍ତ୍ରୀଙ୍କୁ ନୀଚ ଆଦ୍ମୀ ବୋଲି କହିଥିବାର ନଜର ଆସିଥିଲେ । ଏହି ବିବାଦୀୟ ଭିଡିଓ ପାଇଁ ଏନସିଡବ୍ଲ୍ୟୁ ଗୁଜୁରାଟ ମୁଖ୍ୟଙ୍କୁ ସମନ କରିଥିଲା । ଏହି ସମନ ପରେ ଆମ୍ ଆଦମୀ ପାର୍ଟିର କର୍ମୀମାନେ ଏନସିଡବ୍ଲ୍ୟୁ ମୁଖ୍ୟ ରେଖା ଶର୍ମାଙ୍କ କାର୍ଯ୍ୟାଳୟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ ଗୋପାଳ ଇଟାଲିଆ କମିଶନ ଅଧ୍ୟକ୍ଷା(NCW chairmperson) ତାଙ୍କୁ ଜେଲ୍ରେ ରଖିବାକୁ ଧମକ ଦେଇଥିବା ସେ ଅଭିଯୋଗ କରିଥିଲେ । ଏହାର କିଛି ସମୟ ପରେ ଦିଲ୍ଲୀ ପୋଲିସ ସେଠାରୁ ତାଙ୍କୁ ଅଟକ ରଖିଥିଲା ।