ନୂଆଦିଲ୍ଲୀ:ଦ୍ରବ୍ୟ ଓ ସେବା କର (GST) ସଂଗ୍ରହ ନଭେମ୍ବର ମାସରେ ଆଉ ଏକ ନୂଆ ରେକର୍ଡ ସ୍ଥାପନ କରିଛି । ଗତ ମାସରେ ମୋଟ 1.31 ଲକ୍ଷ କୋଟି ଟଙ୍କା ସଂଗ୍ରହ ହୋଇଛି । ଯାହା ଜୁଲାଇ 2017ରେ ଜିଏସଟି( Good Service Tax)ଲାଗୁ ହେବା ପରେ ଦ୍ବିତୀୟ ଥର ପାଇଁ ଏତେ ଟଙ୍କା ସଂଗ୍ରହ ହୋଇଛି । କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ (Ministry of Finance)ଏହି ସୂଚନା ଦେଇଛି ବୁଧବାର ।
ମନ୍ତ୍ରଣାଳୟର ସୂଚନା ଅନୁସାରେ ନଭେମ୍ବର ମାସରେ ମୋଟ ଜିଏସଟି ରାଜସ୍ବ ଆଦାୟ 1.31.526 କୋଟି ସଂଗ୍ରହ ହୋଇଛି । ଯେଉଁଥିରେ ସିଜିଏସଟି (CGST)23 ହଜାର 978 କୋଟି, ଏସଜିଏସଟି (SGST) 31 ହଜାର 127 କୋଟି । ଆଇଜିଏସଟି (IGST)66 ହଜାର 815 କୋଟି । ଏହାବାଦ ମାଲ ପରିବହନରୁ 32 ହଜାର 165 କୋଟି ଓ ଉପ-କରରୁ 9 ହଜାର 606 କୋଟି ସଂଗ୍ରହ ହୋଇଛି । ସିଜିଏସଟି(CGST) ହେଉଛି କେନ୍ଦ୍ରୀୟ ମାଲ ଓ ସେବା କର । ଏସଜିଏସଟି (SGST) ହେଉଛି ରାଜ୍ୟ ମାଲ ସେବା କର । ଆଇଜିଏସଟି (IGST) ହେଉଛି ଏକିକୃତ ମାଲ ଓ ସେବା କର ।