ଓଡିଶା

odisha

ETV Bharat / bharat

ବିବାହ ନକରି ଧାରଣାରେ ବସିଲେ ବର

ବିବାହ ନକରି ଧାରଣାରେ ବସିଲେ ବର । ଏଠାରେ ବର ବିବାହ ମଣ୍ଡପରେ ନୁହେଁ, ବରଂ ଧାରଣାରେ ବସିଛନ୍ତି । ଆଉ ପ୍ରଶାସନ ନିକଟରେ ନିଜ ଦାବି ରଖିଛନ୍ତି । ଏଭଳି ଘଟଣା ଉତ୍ତରାଖଣ୍ଡର ହଲଦ୍ବାନୀ ଅଞ୍ଚଳରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ବିବାହ ନକରି ଧାରଣାରେ ବସିଲେ ବର, ଜାଣନ୍ତୁ କାରଣ
ବିବାହ ନକରି ଧାରଣାରେ ବସିଲେ ବର, ଜାଣନ୍ତୁ କାରଣ

By

Published : Dec 6, 2022, 10:44 PM IST

ଡେରାଡୁନ: ଉତ୍ତରାଖଣ୍ଡର କାଠଗୋଦାମ-ହୈଡାଖାନା ରାସ୍ତା (Kathgodam HaidaKhan Road) ଭୂସ୍ଖଳନ ଲାଗି ଗତ ୧ ମାସ ଧରି ବନ୍ଦ ରହିଛି । ଏଥିଲାଗି ଯାତାୟତ ଲାଗି ଲୋକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ଏହି ରାସ୍ତାକୁ ପୁନଃ କାର୍ଯ୍ୟକ୍ଷମ କରିବା ଲାଗି ସ୍ଥାନୀୟ ଲୋକେ ଧାରଣାରେ ବସିଥିଲେ (Groom sat on a dharna) । ତେବେ ଏହି ରାସ୍ତା ଦେଇ ଯାଉଥିବା ଜଣେ ବର ମଧ୍ୟ ଧାରଣାରେ ସାମିଲ ହୋଇଥିଲେ ।

ଧାରଣାରେ ବସିଲେ ବର:-

ସାଧାରଣତଃ ବିବାହ ଦିନ ବର କନ୍ୟା ଘରକୁ ଯାଇ ବିବାହ ପାଇଁ ତତ୍ପରତା ଦେଖାଇଥାନ୍ତି । କିନ୍ତୁ ଏହି ବର ନିଜର ସାମାଜିକ ଦାୟିତ୍ବକୁ ଗୁରୁତ୍ବ ଦେଇ ବ୍ୟକ୍ତିଗତ ଜୀବନକୁ ବାଦ ଦେଇଛନ୍ତି । କନ୍ୟା ଘରକୁ ନ ଯାଇ ପ୍ରାୟ ଏକ ଘଣ୍ଟା ଧରି ସେ ଧାରଣାରେ ବସିଛନ୍ତି । ଏହା ପରେ ସେ ବରଯାତ୍ରୀ ସହିତ କନ୍ୟା ଘରକୁ ଯାଇଥିଲେ । କୋଟାବାଗରୁ ପତଲିଆ ଯାଉଥିବା ଏହି ବରଯାତ୍ରୀ ପ୍ରାୟ ୫ କିଲୋମିଟର ପଦଯାତ୍ରା କରିବାକୁ ପଡିଲା । ବର ରାହୁଲ ବରଯାତ୍ରୀ ସହିତ ଖରାପ ରାସ୍ତା ଦେଇ ପତଲିଆ ଅଭିମୁଖେ ଯାତ୍ରା କରିଥିଲେ ।

ଏହା ବି ପଢନ୍ତୁ- ABORTION: ଦିଲ୍ଲୀ ହାଇକୋର୍ଟଙ୍କ ବଡ ରାୟ, ୩୩ସପ୍ତାହର ଗର୍ଭବତୀଙ୍କୁ ଗର୍ଭପାତ ଅନୁମତି

୧୫୦ ଗାଁରେ ଯୋଗାଯୋଗ ବିଚ୍ଛିନ୍ନ:-

ଭୂସ୍ଖଳନ ଯୋଗୁଁ ଗତ ଏକ ମାସ ଧରି କାଠଗୋଦାମ ହୈଡାଖାନା ରାସ୍ତା ବନ୍ଦ ରହିଥିଲା । ଏଣୁ ୧୫୦ଟି ଗାଁର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବିରୋଧୀ ଦଳର ନେତା ଯଶପାଲ ଆର୍ଯ୍ୟ ଆଜି ଭୂସ୍ଖଳନ ଦ୍ବାରା ବନ୍ଦ ରହିଥିବା ଅଞ୍ଚଳରେ ପହଞ୍ଚିଥିଲେ । ଏହି ସମୟରେ ବହୁ ସଂଖ୍ୟକ କଂଗ୍ରେସ ନେତା ତଥା ସ୍ଥାନୀୟ ଲୋକ ମଧ୍ୟ ବିରୋଧ ସ୍ଥଳରେ ପହଞ୍ଚି କାଠଗୋଦାମ-ହୈଡାଖାନ-ସିମଲିଆ ରାସ୍ତା ଖୋଲିବାକୁ ଦାବି କରିଥିଲେ । ଏହି ସମୟରେ ସେଠାରୁ ଶୋଭାଯାତ୍ରାରୁ ବାହାରୁଥିବା ବର ମଧ୍ୟ କଂଗ୍ରେସର ବିରୋଧକୁ ସମର୍ଥନ କରିବା ପାଇଁ ଧାରଣା ସ୍ଥଳରେ ପହଞ୍ଚିଥିଲେ । ରାସ୍ତା ବନ୍ଦ ଯୋଗୁଁ ପଦଯାତ୍ରାରେ ବାହାରିଥିବା ବର ମଧ୍ୟ ଶୀଘ୍ର ରାସ୍ତା ଖୋଲିବାକୁ ଦାବି କରିଥିଲେ । ବିରୋଧୀ ଦଳର ନେତା ଯଶପାଲ ଆର୍ଯ୍ୟ କହିଛନ୍ତି ଯେ, "ଏହି ରାସ୍ତା କେବଳ କଂଗ୍ରେସ ଶାସନ କାଳରେ ନିର୍ମିତ ହୋଇଥିଲା । ଆଜି ଭୂସ୍ଖଳନ ହେତୁ ରାସ୍ତା ଏକ ମାସ ପାଇଁ ବନ୍ଦ ହୋଇଯିବା ଲୋକଙ୍କ ପାଇଁ ନିଶ୍ଚିତ ଦୁର୍ଭାଗ୍ୟ ଜନକ ।"

ABOUT THE AUTHOR

...view details