ଶ୍ରୀନଗର: ବିମାନବନ୍ଦରରେ ଜଣେ ସେନା ଯବାନଙ୍କ ନିକଟରୁ ଉଦ୍ଧାର ହେଲା ଅଫୁଟା ଗ୍ରେନେଡ । ଶ୍ରୀନଗର ବିମାନବନ୍ଦରରେ ଏପରି ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ଯ କରିଛି । ବିମାନ ଯାତ୍ରା କରୁଥିବା ଜଣେ ଯବାନଙ୍କ ବ୍ୟାଗରେ ଏକ ଗ୍ରେନେଡ ଥିବା ସ୍କ୍ରିନିଂ ବେଳେ ଜଣାପଡିବା ପରେ ଉଦ୍ଧାର କରାଯାଇଛି ।
ସ୍ଥାନୀୟ ପୋଲିସ ସୂଚନା ଅନୁସାରେ, ସକାଳ ପ୍ରାୟ 9:30 ରେ ଏହି ଘଟଣା ସାମ୍ନାକୁ ଆସିଥିଲା । ବ୍ୟାଗ ଯାଞ୍ଚ ସମୟରେ ଜଣେ ଯାତ୍ରା କରୁଥିବା ଯବାନଙ୍କ ବ୍ୟାଗରେ ସନ୍ଦେହଜନକ ସାମଗ୍ରୀ ଥିବା ଜଣାପଡିବା ପରେ ବ୍ୟାଗକୁ ଯାଞ୍ଚ କରାଯାଇଥିଲା । ସେଥିରୁ (312M/KF90) ମଡେଲର ଏକ ଗ୍ରେନେଡ ଉଦ୍ଧାର କରାଯାଇଥିଲା । ପରେ ଯବାନଜଣଙ୍କୁ ଅଟକ ରଖାଯାଇ ପଚରାଉଚରା ଜାରି ରହିଛି ।