ଶ୍ରୀନଗର: କାଶ୍ମୀର ପୁଲୱାମା ସହରରେ ସୁରକ୍ଷାବଳକୁ ଗ୍ରେନେଡ ଆକ୍ରମଣ କରିଛନ୍ତି ଆତଙ୍କୀ । ଆଜି (ରବିବାର) ଅପରାହ୍ନରେ ଆକ୍ରମଣ ହୋଇଥିବାବେଳେ ଏଥିରେ ଦୁଇ ସୁରକ୍ଷାକର୍ମୀ ଆହତ ହୋଇଥିବା ସୂଚନା ରହିଛି । ଆହତ ଯବାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସିତ କରାଯାଉଛି ।
ଏହା ମଧ୍ୟ ପଢନ୍ତୁ:-Anantnag Encounter: ISJK ଆତଙ୍କୀ ସଫା
ସ୍ଥାନୀୟ ପୋଲିସର ସୂଚନା ଅନୁସାରେ, ଆଜି ଅପରାହ୍ନରେ କାଶ୍ମୀରର ପୁଲୱାମା ସହର ଡାକଘର ନିକଟରେ ସୁରକ୍ଷାବଳକୁ ଅତର୍କିତ ଗ୍ରେଡ୍ରେନ ମାଡ କରିଥିଲେ ଆତଙ୍କବାଦୀ । ଏଥିରେ ୨ ଜଣ ଆହତ ହୋଇଥିବାବେଳେ କଡା ଯବାବ ଦେଇଥିଲେ ସୁରକ୍ଷା ବାହିନୀ । ଏହି ଆକ୍ରମଣରେ କେଉଁ ଆତଙ୍କୀ ସଙ୍ଗଠନର ସମ୍ପୃକ୍ତି ରହିଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ଘଟଣାସ୍ଥଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଜାରି ରଖିଛି ସୁରକ୍ଷାବଳ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ