ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଲାଗି ରହିଥିବା ଆର୍ଥିକ ସଙ୍କଟ ଭୀଷଣ ଋପ ଧାରଣ କଲାଣି । ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିମ । ଜାରି ରହିଥିବା ସଙ୍କଟକୁ ଦେଖି ଶ୍ରୀଲଙ୍କାରେ ଥିବା ତାମିଲମାନଙ୍କୁ ତାମିଲନାଡୁ ସରକାର ଜରୁରୀ ସହୟତା ପ୍ରଦାନ କରିବାକୁ ଆଗ୍ରହୀ ଅଛି । କେନ୍ଦ୍ର ସରକାର ଆବଶ୍ୟକୀୟ ଅନୁମତି ପ୍ରଦାନ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ଷ୍ଟାଲିନ।
ଷ୍ଟାଲିନ କହିଛନ୍ତି, ଜରୁରୀ ଔଷଧ ଓ ଚିକିତ୍ସା ସାମଗ୍ରୀ ଆଦି ପଠାଇବାକୁ ଚାହୁୁଁଛି ତାମିଲନାଡୁ । ଶ୍ରୀଲଙ୍କାର ଉତ୍ତର ଓ ପୂର୍ବାଞ୍ଚଳରେ ଅଧିକାଂଶ ତମିଲ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି । ସେମାନେ ଏହି ଆର୍ଥିକ ସଙ୍କଟରେ ସର୍ବାଧିକ ପ୍ରଭାବିତ । ସେହିମାନଙ୍କୁ ଏହି ସୟାୟତା ପ୍ରଦାନ କରିବାକୁ ତାମିଲନାଡୁ ସରକାର ଚିନ୍ତା କରୁଛନ୍ତି ।