ନୂଆଦିଲ୍ଲୀ: ସୋସିଆଲ ମିଡିଆ ଉପରେ ନିୟମନ୍ତ୍ରଣ ପାଇଁ ଆଇନ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ରବିବାର ଏନେଇ ସୂଚନା ଦେଇଛନ୍ତି ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ରାମ ମାଧବ । ସେ କହିଛନ୍ତି, ସୋସିଆଲ ମିଡିଆ ଉପରେ ନିୟନ୍ତ୍ରଣ ଅତ୍ୟନ୍ତ ଜୁରୁରୀ, କାରଣ ଏହା ହୁତ ଶକ୍ତିଶାଳୀ ହୋଇଯାଇଛି । ଏହା ଗଣତନ୍ତ୍ର ପାଇଁ ବିପଦ ।
ସୋସିଆଲ ମିଡିଆ ନିୟନ୍ତ୍ରଣ ଉପରେ ଆଇନ ଆଣିବେ କେନ୍ଦ୍ର ସରକାର !
ସୋସିଆଲ ମିଡିଆ ଉପରେ ନିୟମନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଆଇନ ଆଣିବାକୁ ଯାଉଛନ୍ତି ବୋଲି ସୂଚନା ଦେଇଛନ୍ତି ବରିଷ୍ଠ ବିଜେପି ନେତା ରାମ ମାଧବ । ଅଧିକ ପଢନ୍ତୁ...
ରାମ ମାଧବ କହିଛନ୍ତି ସୋସିଆଲ ମିଡିଆ ଏତେ ଶକ୍ତିଶାଳୀ ହୋଇଯାଇଛି ଯେ ଏହା କୌଣସି ସରକାରଙ୍କୁ ମଧ୍ୟ ଭାଙ୍ଗିଦେଇପାରେ । ଏଭଳିସ୍ଥିତିରେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଆଇନ ଆଣିବେ । ଏହା ଉପରେ କାମ ଚାଲିଥିବା କହିଛନ୍ତି ରାମ ମାଧବ ।
ରାମ ମାଧବ ନିଜ ବହିର ଉନ୍ମୋଚନ ଅବସରରେ କହିଛନ୍ତି, ଆଜି ଗଣତନ୍ତ୍ର ଉତ୍ତେଜନାପୂର୍ଣ୍ଣ ରହିଛି । ଏହା ଅଣ ରାଜନୈତିକ ଶକ୍ତି ଉଭା ହେଉଥିବା ଯୋଗୁଁ ଏହା ଅନେକ ଚ୍ୟାଲେଞ୍ଜର ସାମ୍ନା କରୁଛି । ତେବେ ସୋସିଆଲ ମିଡିଆ ଶକ୍ତିଶାଳୀ ହୋଇଯାଇଛି । ଏହା କୌଣସି ସରକାରଙ୍କୁ ମଧ୍ୟ ଭଙ୍ଗିଦେବାରେ ସକ୍ଷମ । ଏହା ଅରାଜକତା ସୃଷ୍ଟି କରିପାରେ । ଏନେଇ ଏହା ସହ ମୁକାବିଲା କରିବା ପାଇଁ ସମାଧାନର ରାସ୍ତା ଖୋଜିବା ନିହାତି ଆବଶ୍ୟକ ବୋଲି ରାମମାଧବ କହିଛନ୍ତି ।