ନୂଆଦିଲ୍ଲୀ: ଜାରି ହେବ 75ଟଙ୍କିଆ ମୁଦ୍ରା । ଆସନ୍ତା 28 ତାରିଖରେ ନୂଆ ସଂସଦ ଭବନ ଉଦଘାଟନ ହେବ । ଏହି ସଂସଦ ଭବନ ଉଦଘାଟନୀ ଉତ୍ସବରେ ଦେଶରେ 75ଟଙ୍କିଆ ନୂଆ ମୁଦ୍ରା ଜାରି ହେବ । ନୂଆ ମୁଦ୍ରା ଜାରି ନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା ହୋଇଛି । 75 ବର୍ଷ ସ୍ବାଧୀନତା ପୂର୍ତ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ସଂସଦ ଭବନ ଉଦଘାଟନ କରିବେ ।
ଜାରି ହେବାକୁ ଥିବା ନୂଆ 75 ଟଙ୍କିଆ ମୁଦ୍ରାରେ ଜାତୀୟ ଚିହ୍ନ ଅଶୋକ ସ୍ତମ୍ଭ ରହିବ । ସଂସଦ ଭବନ ଚିତ୍ର ସହ ସତ୍ୟମେବ ଜୟତେ ମଧ୍ୟ ମୁଦ୍ରାରେ ଲେଖାଥିବ । ହିନ୍ଦୀ ଏବଂ ଇଂରାଜୀରେ ଇଣ୍ଡିଆ ଲେଖାଥିବ । ମୁଦ୍ରାରେ ଟଙ୍କାର ଚିହ୍ନ ଏବଂ ଜାତୀୟ ଚିହ୍ନ ଅଶୋକ ସ୍ତମ୍ଭ ସହ ସଂଖ୍ୟାରେ 75 ଲେଖାଥିବ । ମୁଦ୍ରାର ଅନ୍ୟ ପାଖରେ ସଂସଦ ଭବନ ଚିତ୍ର ରହିବ । ଏହା ସହ ମୁଦ୍ରାର ବାମ ପାଖରେ ହିନ୍ଦୀରେ ଓ ଡାହାଣ ପାର୍ଶ୍ବରେ ଇଂରାଜୀ ଭାଷାରେ ଭାରତ ଲେଖାଥିବ । ଏହା ସହ ହିନ୍ଦୀରେ ସଂସଦ ସଙ୍କୁଳ ଲେଖାଥିବ । ତଳ ପାର୍ଶ୍ବରେ ପାର୍ଲାମେଣ୍ଟ କମ୍ପଲେକ୍ସ ଲେଖା ରହିବ । ମୁଦ୍ରାର ଓଜନ 35 ଗ୍ରାମ ରହିବ । ଏହାର ବ୍ୟାସ 44ମିଲିମିଟର ଓ ପରିଧି 200 ରହିବ । ଏହା 4ଟି ଧାତୁରୁ ପ୍ରସ୍ତୁତ ହୋଇଛି । 50 ପ୍ରତିଶତ ରୂପା, 40 ପ୍ରତିଶତ ତମ୍ବା, 5 ପ୍ରତିଶତ ନିକେଲ ଓ 5 ପ୍ରତିଶତ ଜିଙ୍କ ରହିଛି ।