ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଫ୍ୟାକ୍ଟ ଚେକ ୟୁନିଟ ୬ଟି ୟୁଟ୍ୟୁବ ଚ୍ୟାନେଲର ପର୍ଦ୍ଦାଫାସ କରିଛନ୍ତି । ଯେଉଁ ଗୁଡିକ ସଂଯୋଜିତ ଭାବରେ କାର୍ଯ୍ୟ କରୁଥିଲେ । ଭାରତରେ ମିଥ୍ୟା ଓ ତଥ୍ୟର ପ୍ରଚାର କରୁଥିଲେ । ଏହି ଚ୍ୟାନେଲ ଗୁଡିକ ଦ୍ୱାରା ପ୍ରସାରିତ ମିଥ୍ୟା ଖବରକୁ ପ୍ରତିହତ କରିବା ପାଇଁ ଫ୍ୟାକ୍ଟ ଚେକ ୟୁନିଟ ୧୦୦ରୁ ଅଧିକ ସତ୍ୟତା ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ନେଇଛି । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱିତୀୟ କାର୍ଯ୍ୟାନୁଷ୍ଠାନ, ଯେଉଁଥିରେ ସବୁ ଚ୍ୟାନେଲ ଗୁଡ଼ିକ ଉପରେ ଚଢ଼ାଉ କରାଯାଇଛି ।
କାର୍ଯ୍ୟାନୁଷ୍ଠାନ ହୋଇଥିବା ୬ଟି ୟୁଟ୍ୟୁବ ଚ୍ୟାନେଲ ଗୁଡିକ ଏକ ସଂଯୋଜିତ ନକଲି ସୂଚନା ନେଟୱର୍କର ଅଂଶ ଭାବରେ କାର୍ଯ୍ୟ କରୁଥିଲେ । ଯାହାର ପ୍ରାୟ ୨୦ ଲକ୍ଷ ଗ୍ରାହକ ବା ସବସ୍କ୍ରାଇବର ରହିଥିଲେ । ଉକ୍ତ ଚ୍ୟାନେଲ ଭିଡିଓ ଗୁଡିକ ୫୧ କୋଟିରୁ ଅଧିକ ଥର ଦେଖା ଯାଇଥିଲା ।
ପିଆଇବି ସତ୍ୟତା ଯାଞ୍ଚ ୟୁନିଟ ଦ୍ୱାରା ଚିହ୍ନଟ ହୋଇଥିବା ୟୁଟ୍ୟୁବ ଚ୍ୟାନେଲ ଗୁଡିକ ନିର୍ବାଚନ, ସୁପ୍ରିମକୋର୍ଟର କାର୍ଯ୍ୟ ନିର୍ବାହ ଓ ଭାରତର ସଂସଦରେ ଚାଲିଥିବା ପ୍ରକ୍ରିୟା, ଭାରତ ସରକାରଙ୍କ କାର୍ଯ୍ୟକଳାପ ଇତ୍ୟାଦି ବିଷୟରେ ମିଥ୍ୟା ଖବର ପ୍ରସାରଣ କରିଛନ୍ତି । ଉଦାହରଣ ସ୍ୱରୂପ ଇଲେକ୍ଟ୍ରୋନିକ ଭୋଟିଂ ମେସିନ ଉପରେ ନିଷେଧାଦେଶ ଏବଂ ମିଥ୍ୟା ବିବୃତି ପାଇଁ ଭାରତର ରାଷ୍ଟ୍ରପତି, ପ୍ରଧାନ ବିଚାରପତିଙ୍କ ସମେତ ବରିଷ୍ଠ ସାମ୍ବିଧାନିକ କାର୍ଯ୍ୟକର୍ତ୍ତାଙ୍କୁ ଦାୟୀ କରାଯାଇଥିବା କୁହାଯାଇଥିଲା ।