ଓଡିଶା

odisha

ETV Bharat / bharat

ପିଆଜ ଦର ଚିନ୍ତା, ପିଆଜ ରପ୍ତାନି ଉପରେ ମେଟ୍ରିକ ଟନ ପିଛା ସର୍ବନିମ୍ନ ରପ୍ତାନି ମୂଲ୍ୟ ଲାଗିବ: କେନ୍ଦ୍ର - ପିଆଜ ରପ୍ତାନି ଉପରେ ଏମଇପି

ପିଆଜ ରପ୍ତାନି ଉପରେ ଏମଇପି ଲାଗୁ କରିବାକୁ ନିଷ୍ପତ୍ତି ନେବା ସହିତ ବଫର ପାଇଁ ପୂର୍ବରୁ କ୍ରୟ କରାଯାଇଥିବା ୫ ଲକ୍ଷ ଟନ ପିଆଜ ଅତିରିକ୍ତ ୨ ଲକ୍ଷ ଟନ ପିଆଜ କ୍ରୟ କରିବାକୁ ମଧ୍ୟ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଅଗଷ୍ଟ ଦ୍ବିତୀୟ ସପ୍ତାହରୁ ସାରା ଦେଶର ପ୍ରମୁଖ ଉପଭୋକ୍ତା କେନ୍ଦ୍ର ଗୁଡିକରେ ବଫରରୁ ପିଆଜ କ୍ରମାଗତ ଭାବରେ ନିଷ୍କାସିତ ହେଉଛି । ଅଧିକ ପଢନ୍ତୁ

ପିଆଜ ଦର ଚିନ୍ତା, ପିଆଜ ରପ୍ତାନି ଉପରେ ମେଟ୍ରିକ ଟନ ପିଛା ସର୍ବନିମ୍ନ ରପ୍ତାନି ମୂଲ୍ୟ ଲାଗିବ: କେନ୍ଦ୍ର
ପିଆଜ ଦର ଚିନ୍ତା, ପିଆଜ ରପ୍ତାନି ଉପରେ ମେଟ୍ରିକ ଟନ ପିଛା ସର୍ବନିମ୍ନ ରପ୍ତାନି ମୂଲ୍ୟ ଲାଗିବ: କେନ୍ଦ୍ର

By ETV Bharat Odisha Team

Published : Oct 28, 2023, 11:01 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୯ ଅକ୍ଟୋବର ୨୦୨୩ ରୁ 31 ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ପିଆଜ ରପ୍ତାନି ଉପରେ ପ୍ରତି ମେଟ୍ରିକ ଟନ ଉପରେ ଏଫଓବି ଆଧାରରେ ସର୍ବନିମ୍ନ ରପ୍ତାନି ମୂଲ୍ୟ ୮୦୦ ଆମେରିକୀୟ ଡଲାର ରହିବ ବୋଲି ବିଜ୍ଞପ୍ତି ଜାରି କରିଛନ୍ତି । ସଂରକ୍ଷିତ ରବି ଋତୁ ୨୦୨୩ରେ ପିଆଜର ପରିମାଣ ହ୍ରାସ ପାଉଥିବାରୁ ପିଆଜ ରପ୍ତାନି ପରିମାଣକୁ ନିୟନ୍ତ୍ରଣ କରି ଘରୋଇ ଉପଭୋକ୍ତା ମାନଙ୍କୁ ସୁଲଭ ମୂଲ୍ୟରେ ପିଆଜର ପର୍ଯ୍ୟାପ୍ତ ଉପଲବ୍ଧତା ବଜାୟ ରଖିବା ନିମନ୍ତେ ଏହି ପଦକ୍ଷେପ ନିଆଯାଇଛି ।

ପିଆଜ ରପ୍ତାନି ଉପରେ ଏମଇପି ଲାଗୁ କରିବାକୁ ନିଷ୍ପତ୍ତି ନେବା ସହିତ ବଫର ପାଇଁ ପୂର୍ବରୁ କ୍ରୟ କରାଯାଇଥିବା ୫ ଲକ୍ଷ ଟନ ପିଆଜ ଅତିରିକ୍ତ ୨ ଲକ୍ଷ ଟନ ପିଆଜ କ୍ରୟ କରିବାକୁ ମଧ୍ୟ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଅଗଷ୍ଟ ଦ୍ବିତୀୟ ସପ୍ତାହରୁ ସାରା ଦେଶର ପ୍ରମୁଖ ଉପଭୋକ୍ତା କେନ୍ଦ୍ର ଗୁଡିକରେ ବଫରରୁ ପିଆଜ କ୍ରମାଗତ ଭାବରେ ନିଷ୍କାସିତ ହେଉଛି । ଏନସିସିଏଫ ଏବଂ ନାଫେଡ ଦ୍ବାରା ପରିଚାଳିତ ମୋବାଇଲ ଭ୍ୟାନ ମାଧ୍ୟମରେ ଖୁଚୁରା ଉପଭୋକ୍ତା ମାନଙ୍କୁ କିଲୋ ପିଛା ୨୫ ଟଙ୍କାରେ ଯୋଗାଇ ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ବଫରରୁ ପ୍ରାୟ ୧ ଲକ୍ଷ ୭୦ ହଜାର ମେଟ୍ରିକ ଟନ ପିଆଜ ନିଷ୍କାସନ କରାଯାଇଛି । ପିଆଜ ଚାଷୀ ମାନଙ୍କୁ ଲାଭଦାୟକ ମୂଲ୍ୟ ସୁନିଶ୍ଚିତ କରିବା ସହିତ ଉପଭୋକ୍ତା ମାନଙ୍କ ପାଇଁ ମୂଲ୍ୟକୁ ନିୟନ୍ତ୍ରଣ କରିବା ନିମନ୍ତେ ବଫରରୁ ପିଆଜର ନିରନ୍ତର କ୍ରୟ ଏବଂ ନିଷ୍କାସନ ପଦକ୍ଷେପ କେନ୍ଦ୍ର ସରକାର ନେଉଛନ୍ତି ।

ଅଧିକ ପଢନ୍ତୁ- ଖାଉଟିଙ୍କୁ ମହଙ୍ଗା ମାଡ଼, କାର୍ତ୍ତିକରେ କନ୍ଦାଇବ ପିଆଜ !

କେନ୍ଦ୍ର ସରକାର କହିଛନ୍ତି ମେଟ୍ରିକ ଟନ ପିଛା ୮୦୦ ଆମେରିକୀୟ ଡଲାରର ଏମଇପି କିଲୋ ଗ୍ରାମ ପିଛା ପ୍ରାୟ ୬୭ ଟଙ୍କା ହେବ । ଫଳରେ ଘରୋଇ ବଜାରରେ ପିଆଜର ଦର ନିୟନ୍ତ୍ରଣ ରହିବା ସହିତ, ଖାଉଟି ମାନଙ୍କୁ ଅତିରିକ୍ତ ଦର ମୁଣ୍ଡାଇବାକୁ ପଡିବ ନାହିଁ । ଗତ କିଛି ଦିନ ହେଲା ବିଭିନ୍ନ କାରଣରୁ ଭାରତୀୟ ବଜାରରେ ହଠାତ ପିଆଜର ଦର ବଢିବାରେ ଲାଗିଛି । କେତେକ ସହରରେ ପିଆଜ କିଲୋ ପିଛା 100 ଟଙ୍କାରେ ବିକ୍ରି ହେଲାଣି । ଯାହାକୁ ନେଇ ଜନଅସନ୍ତୋଷ ବଢିବାରେ ଲାଗିଛି । ଫଳରେ ପିଆଜ ଦରରେ ଲଗାମ କଷିବା ପାଇଁ କେନ୍ଦ୍ର ସରକାର ଏବେ ବଡ ପଦକ୍ଷେପ ନେଉଛନ୍ତି ।

ABOUT THE AUTHOR

...view details