ଓଡିଶା

odisha

ETV Bharat / bharat

ପ୍ରଥମ ଶ୍ରେଣୀ ସହ ପ୍ଲେ ସ୍କୁଲରେ ନାମଲେଖା ପାଇଁ ବିଜ୍ଞପ୍ତି ଜାରି କଲା ଗଣଶିକ୍ଷା ବିଭାଗ - advisory of school and mass education department

ଚଳିତ ଶିକ୍ଷାବର୍ଷ ପାଇଁ ପ୍ଲେ ସ୍କୁଲ ଓ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ବିଜ୍ଞପ୍ତି ଜାରି କଲା ଗଣଶିକ୍ଷା ବିଭାଗ । ଅଧିକ ପଢନ୍ତୁ

ପ୍ରଥମ ଶ୍ରେଣୀ ସହ ପ୍ଲେ ସ୍କୁଲରେ ମଧ୍ୟ ନାମଲେଖା ପାଇଁ ବିଜ୍ଞପ୍ତି ଜାରି କଲା ଗଣଶିକ୍ଷା ବିଭାଗ
ପ୍ରଥମ ଶ୍ରେଣୀ ସହ ପ୍ଲେ ସ୍କୁଲରେ ମଧ୍ୟ ନାମଲେଖା ପାଇଁ ବିଜ୍ଞପ୍ତି ଜାରି କଲା ଗଣଶିକ୍ଷା ବିଭାଗ

By

Published : Apr 5, 2022, 10:45 PM IST

ଭୁବନେଶ୍ବର:ଚଳିତ ଶିକ୍ଷାବର୍ଷ ପାଇଁ ପ୍ଲେ ସ୍କୁଲ ଓ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି କରିଛି । ଚଳିତ ନିର୍ଦ୍ଦେଶନାମା ଅନୁଯାଇ 2009 ଶିକ୍ଷା ଅଧିକାର ଆଇନ (RTE) ବଳରେ 3ବର୍ଷ ବୟସର ପିଲାମାନେ ଯେକୌଣସି ଘରୋଇ ପ୍ଲେ ସ୍କୁଲ ଏବଂ ପାଞ୍ଚ ବର୍ଷ ବୟସରୁ ଊର୍ଦ୍ଧ୍ବ ପିଲାମାନେ ପ୍ରଥମ ଶ୍ରେଣୀରେ ମାଗଣାରେ ନାମଲେଖାଇ ପାରିବେ l

ପ୍ରଥମ ଶ୍ରେଣୀ ସହ ପ୍ଲେ ସ୍କୁଲରେ ମଧ୍ୟ ନାମଲେଖା ପାଇଁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ

ପ୍ରତ୍ୟେକ ପିଲାଙ୍କ ବୟସ ପ୍ଲେ ସ୍କୁଲ ପାଇଁ ମାର୍ଚ୍ଚ 31 ସୁଦ୍ଧା 3ରୁ 5ବର୍ଷ ଓ ପ୍ରଥମ ଶ୍ରେଣୀ ପାଇଁ 5ରୁ 7ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ l ଏହା ସହିତ ଆର୍ଥିକ ଅନଗ୍ରସର କ୍ଷେତ୍ରରେ ମଧ୍ୟ ଅଭିଭାବକମାନଙ୍କ ପାଇଁ ଯୋଗ୍ୟତାରେ ବାର୍ଷିକ ଆୟ ସର୍ବାଧିକ 1ଲକ୍ଷ 80 ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଥିବା ଏହି ବିଜ୍ଞପ୍ତିରେ ଦର୍ଶାଯାଇଛି ।

ଶିକ୍ଷା ଅଧିକାର ଆଇନ (RTE) ଅନୁଯାଇ ଘରୋଇ ସ୍କୁଲରେ 25% ସିଟରେ ଅବହେଳିତ ଶ୍ରେଣୀର ପିଲାଙ୍କୁ ମାଗଣା ପାଠ ପଢ଼ିବାର ବ୍ୟବସ୍ଥା କରିବାକୁ ନିର୍ଦେଶ ଦିଆଯାଇଛି । 2009ରୁ ଏହି ବ୍ୟବସ୍ଥା ରହିଥିବା ବେଳେ ତାହା କାର୍ଯ୍ୟକାରୀ ହେଉ ନଥିଲା । ଗତବର୍ଷ ରାଜ୍ୟ ସରକାରଙ୍କ RTE ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ଏହି ସିଟରେ ଆଡ଼ମିସନ ଆରମ୍ଭ ହୋଇଥିଲା ।

ହେଲେ ପ୍ରଚାର ପ୍ରସାର ଓ ସଚେତନତା ଅଭାବ ଯୋଗୁଁ ମାତ୍ର ପାଞ୍ଚ ହଜାର ପିଲା ନାମ ଲେଖାଇଥିଲେ l ଅତି କମରେ ଏହି ସ୍କିମରେ 67ହଜାର ପିଲା ମାଗଣାରେ ପାଠ ପଢିବାର ବ୍ୟବସ୍ଥା ରହିଛି । ଅନ୍ୟପଟେ ଅଭିଭାବକ ମହାସଂଘ ସରକାରଙ୍କୁ ଧନ୍ୟବାଦ ଜଣାଇଛି । ନିର୍ଦ୍ଦେଶର ସଠିକ କାର୍ଯ୍ୟକାରୀ ହେଲେ ପିଲା ଭଲ ପାଠ ପଢିବା ସହିତ ଉତ୍ତମ ଶିକ୍ଷା ପ୍ରାପ୍ତି କରି ଭବିଷ୍ୟତ ଗଢି ପାରିବା ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details