ଓଡିଶା

odisha

ଆଗାମୀ ଦଶନ୍ଧି ଭାରତୀୟ ବାୟୁ ସେନାର: ଏୟାର ଚିଫ

By

Published : Feb 3, 2021, 8:16 PM IST

ଏରୋ ଇଣ୍ଡିଆ ଶୋ’ରେ ଅବସରରେ କହିଛନ୍ତି ବାୟୁ ସେନାମୁଖ୍ୟ ଏୟାର ଚିଫ ମାର୍ସଲ ଆରକେ ଏସ ଭଦୋରିଆଙ୍କ ସମ୍ବୋଧନ । ଅଧିକ ପଢନ୍ତୁ...

ଆଗାମୀ ଦଶନ୍ଧି ଭାରତୀୟ ବାୟୁ ସେନାର : ଏୟାର ଚିଫ
ଆଗାମୀ ଦଶନ୍ଧି ଭାରତୀୟ ବାୟୁ ସେନାର : ଏୟାର ଚିଫ

ବେଙ୍ଗାଲୁରୁ:ଭାରତୀୟ ବାୟୁ ସେନାକୁ ସଶକ୍ତ କରିବା ସହ ସ୍ବେଦେଶୀ ଜ୍ଞାନ କୌଶଳରେ ଆଧୁନିକୀକରଣ କରିବା ଦିଗରେ ଅନେକ ସଂସ୍କାରମୂଳକ ନିଷ୍ପତ୍ତି ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ବାୟୁ ସେନାରେ ସ୍ବଦେଶୀ ଜ୍ଞାନ କୌଶଳକୁ ପ୍ରାଧାନ୍ୟ ଦେବା ଦିଗରେ କାମ ଚାଲିଛି । ଆଜି ବେଙ୍ଗାଲୁରୁର ଏଲଙ୍କା ଏୟାର ଫୋର୍ସ ବେସରେ ଚାଲିଥିବା ଏରୋ ଇଣ୍ଡିଆ ଶୋରେ ସମ୍ବୋଧନ କରିବା ଅବସରରେ କହିଛନ୍ତି ବାୟୁ ସେନାମୁଖ୍ୟ ଏୟାର ଚିଫ ମାର୍ସଲ ଆର କେ ଏସ ଭଦୋରିଆ ।

ଭଦୋରିଆ କହିଛନ୍ତି, ବର୍ତ୍ତମାନ ଆକାଶ ମାର୍ଗରେ ଆମ କ୍ଷମତା ବୃଦ୍ଧି ପାଇଛି । ଏହା କେବଳ ଆମର ସ୍ବଦେଶୀ ଜ୍ଞାନ କୌଶଳର ବିକାଶ ଫଳରେ ସମ୍ଭବ ହୋଇପାରିଛି । ବର୍ତ୍ତମାନ ବିଭିନ୍ନ ସ୍ବେଦେଶୀ ଜ୍ଞାନ କୌଶଳକୁ ଭାରତୀୟ ବାୟୁସେନାରେ ସାମିଲ କରିବା ପାଇଁ କେନ୍ଦ୍ର ସରକାର ନେଇଥିବା ବିଭିନ୍ନ ସଂସ୍କାରମୂଳକ ନିଷ୍ପତ୍ତି ଯୋଗୁ ଏହା ସମ୍ଭବ ହୋଇ ପାରିଥିବା କହିଛନ୍ତି ବାୟୁ ସେନା ମୁଖ୍ୟ ।

ଆଗାମୀ ଦଶନ୍ଧିରେ ଭାରତୀୟ ବାୟୁ ସେନା ବିଶ୍ବ ବାୟୁଶକ୍ତିରେ ଏକ ଗୁରୁତ୍ବପୁର୍ଣ୍ଣ ଭୂମିକାରେ ପହଞ୍ଚିବାକୁ ଯାଉଛି । ବିଶ୍ବ ବାୟୁ ଶକ୍ତି ଯୋଗାଣ ଶୃଙ୍ଖଳରେ ଭାରତ ଏକ ଗୁରୁତ୍ବପୁର୍ଣ୍ଣ ଅଂଶ ମଧ୍ୟ ହେବ । ଭାରତୀୟ ବାୟୁ ସେନା ତାର ଶକ୍ତି, ସାମର୍ଥ୍ୟ ଓ ସ୍ଥାୟୀତ୍ବ ପାଇଁ ସୁରକ୍ଷା ଓ ଶାନ୍ତି ପ୍ରତିଷ୍ଠା ଦିଗରେ ମଧ୍ୟ ଆଗ ଧାଡିର ଭୂମିକା ନିର୍ବାହ କରିବାକୁ ଯାଉଥିବା କହିଛନ୍ତି ଏୟାର ଚିଫ ।

ସେହିପରି ପ୍ରାକୃତିକ ବିପର୍ଯ୍ୟୟରେ ଉଦ୍ଧାର ଓ ରିଲିଫ ସହାୟତା ପ୍ରଦାନ ପରି ସମ୍ବେଦନଶୀଳ ପ୍ରସଙ୍ଗରେ ମଧ୍ୟ ନିଜର ଉତ୍ତରଦାୟିତ୍ବ ନିର୍ବାହ କରି ଆସୁଛି । ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ମଧ୍ୟ ଭାରତୀୟ ବାୟୁ ସେନାର ଭୂମିକା ଅତନ୍ତ୍ୟ ଗୁରୁତ୍ବପୂର୍ଣ୍ଣ ରହିଆସିଛି । ଆଗାମୀ ଦିନରେ ବାୟୁ ସେନା ଆହୁରି ସଶକ୍ତ ଓ ପ୍ରଭାବି ଢଙ୍ଗରେ ନିଜ କାର୍ଯ୍ୟ ଜାରିରଖିବ ବୋଲି କହିଛନ୍ତି ବାୟୁସେନା ମୁଖ୍ୟ ଆରକେଏସ ଭଦୋରିଆ ।

ଆଜିର କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଉପସ୍ଥିତ ରହିଥିଲେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏୟାର ଚିଫ ଭଦୋରିଆ ଓ ବାୟୁ ସେନାର ଯୋଦ୍ଧା ମାନଙ୍କୁ ପ୍ରଶଂସା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details