ନୂଆଦିଲ୍ଲୀ:ବିଧାନସଭାରେ ପାରିତ ହେବା ପରେ ଅନୁମୋଦନ ପାଇଁ ରାଜଭବନ ଆସୁଥିବା ବିଲ୍କୁ ଅନୁମୋଦନ ଦେବାରେ ରାଜ୍ୟପାଳମାନେ ବିଳମ୍ବ କରିବା ଉଚିତ ନୁହେଁ । ସେମାନେ ଯଥାସମ୍ଭବ ଏହା ଉପରେ ବିଚାର କରିବା ଉଚିତ । ଯଦି ସେମାନେ ଏହି ବିଲ୍ ଉପରେ ପୁନର୍ବିଚାର ଚାହାନ୍ତି, ତେବେ ସେ ଏହାକୁ ଅଧିକ ସମୟ ବିଳମ୍ବ ନକରି ପଣି ଫେରାଇ ଦେବା ଉଚିତ ନୁହେଁ ବୋଲି କହିଛନ୍ତି ସର୍ବୋଚ୍ଚ କୋର୍ଟ । ତେଲେଙ୍ଗାନାରେ ରାଜ୍ୟପାଳ ଓ ସରକାର ମଧ୍ୟରେ ଜାରି ରହିଥିବା ସାମ୍ବାଧାନିକ ବିବାଦ ସମ୍ପର୍କିତ ଏକ ମାମଲାର ବିଚାର କରି ସର୍ବୋଚ୍ଚ କୋର୍ଟ ଏପରି ଟିପ୍ପଣି ଦେଇଛନ୍ତି ।
ତାମିଲନାଡୁ ରାଜ୍ୟପାଳ ଡ.ତାମିଲସାହି ସୁନ୍ଦରରାଜନଙ୍କ ବିରୋଧରେ ଏପରି ଅଭିଯୋଗ ଆଣି ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା କେସିଆର ସରକାର । ବିଧାନସଭାରେ ପାରିତ ହେବା ପରେ ମଧ୍ୟ ରାଜ୍ୟପାଳ ବିଲକୁ ଅନୁମୋଦିତ କରିବାରେ ବିଳମ୍ବ କରୁଛନ୍ତି । ରାଜଭବନରେ ବିଲ୍ ମଞ୍ଜୁରୀ ଦେବା ପ୍ରସଙ୍ଗରେ ସାମ୍ବିଧାନିକ ଗତିରୋଧ ସୃଷ୍ଟି କରୁଛି । କେତେକ ପାରିତ ବିଲକୁ ଅନୁମୋଦନ ଦେବା ପାଇଁ ରାଜ୍ୟପାଳ ବିଳମ୍ବ କରିବାରୁ ସାମ୍ବିଧାନିକ ସଙ୍କଟ ମଧ୍ୟ ସୃଷ୍ଟି ହେଉଥିବା ପିଟିସନରେ ଦର୍ଶାଇଥିଲା କେସିଆର ସରକାର । ଯାହାର ଶୁଣାଣି ସମୟରେ ସର୍ବୋଚ୍ଚ କୋର୍ଟ ଏପରି ଟିପ୍ପଣି କରିଛନ୍ତି ।