ଓଡିଶା

odisha

ରାଜ୍ୟପାଳ-ସରକାର ବିବାଦ: ମିଳିତ ଷ୍ଟ୍ରାଟେଜି ପାଇଁ ଷ୍ଟାଲିନଙ୍କ ସହ କଥା ହେଲେ ମମତା

By

Published : Apr 20, 2023, 10:10 PM IST

ରାଜ୍ୟପାଳ-ସରକାର ବିବାଦ ପ୍ରସଙ୍ଗରେ ଷ୍ଟାଲିନଙ୍କୁ ସମର୍ଥନ କଲେ ମମତା ବାନାର୍ଜୀ । ମିଳିତ ଷ୍ଟ୍ରାଟେଜି ପାଇଁ ଷ୍ଟାଲିନଙ୍କ ସହ କଥା ହେଲେ ମମତା । କହିଲେ ଅଣ ବିଜେପି ଶାସିିତ ରାଜ୍ୟରେ ରାଜ୍ୟପାଳଙ୍କ ଜରିଆରେ ସମସ୍ୟା ସୃଷ୍ଟି କରୁଛି କେନ୍ଦ୍ର । ଅଧିକ ପଢନ୍ତୁ

ମମତା ଷ୍ଟାଲିନ ଆଲୋଚନା
ମମତା ଷ୍ଟାଲିନ ଆଲୋଚନା

ହାଇଦ୍ରାବାଦ:ପଶ୍ଚିମବଙ୍ଗ, ତାମିଲନାଡୁ ସମେତ ଅନ୍ୟ କିଛି ଅଣବିଜେପି ଶାସିତ ରାଜ୍ୟରେ ସରକାର ଓ ରଜ୍ୟପାଳଙ୍କ ମଧ୍ୟରେ ତିକ୍ତତା ଜାରି ରହିଛି । କେନ୍ଦ୍ରରେ ବିଜେପି ସରକାର ଅଣବିଜେପି ସରକାର ଥିବା ରାଜ୍ୟମାନଙ୍କରେ ରାଜ୍ୟପାଳଙ୍କ ଜରିଆରେ ସାମ୍ବିଧାନିକ ସଙ୍କଟ ସୃଷ୍ଟି କରୁଥିବା ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅନୁଭବ କରୁଛି ।

ମମତା ଷ୍ଟାଲିନ ଆଲୋଚନା

ଅନ୍ୟପଟେ ଡିଏମକେ ଶାସିତ ତାମିଲନାଡୁରେ ମଧ୍ୟ ରାଜ୍ୟପାଳ-ସରକାର ବିବାଦ ଜାରି ରହିଛି । ନିକଟରେ ଏହି ପ୍ରସଙ୍ଗ ନେଇ ଷ୍ଟାଲିନ ସମସ୍ତ ଅଣବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖି ନୈତିକ ସମର୍ଥନ ମାଗିଥିଲେ । ଏନେଇ ଗତକାଲି ଏମ.କେ ଷ୍ଟାଲିନଙ୍କ ସହ ଫୋନରେ ଆଲୋଚନା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହି ପ୍ରସଙ୍ଗରେ ମମତା ଷ୍ଟାଲିନଙ୍କୁ ନୈତିକ ସମର୍ଥନ ଦେବା ସହ ଅନ୍ୟ ଅଣବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏକ ବୈଠକ ପାଇଁ ପ୍ରସ୍ତାବ ରଖିଛନ୍ତି ।

ମମତା ଗତାକାଲି(ବୁଧବାର) ଷ୍ଟାଲିନ୍‌ଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ । କେନ୍ଦ୍ରର ବିଜେପି ସରକାର ରାଜ୍ୟପାଳଙ୍କ ଜରିଆରେ ଅଣବିଜେପି ଶାସିତ ରାଜ୍ୟରେ ଅଗଣତାନ୍ତ୍ରିକ କାର୍ଯ୍ୟକଳାପ ଜାରି ରଖିଛନ୍ତି । ଅଣବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ଏକ ବୈଠକ ଆୟୋଜନ କରିବା ନେଇ ସେ ଷ୍ଟାଲିନଙ୍କ ନିକଟରେ ଏକ ମଧ୍ୟ ପ୍ରସ୍ତାବ ଦେଇଥିଲେ ।

ମମତାଙ୍କ କଲ ସମ୍ପର୍କରେ ଟ୍ବିଟ୍‌ କରି ନିଜେ ଷ୍ଟାଲିନ କହିଛନ୍ତି, "ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମତେ କଲ କରି ନୈତିକ ସମର୍ଥନ ଜଣାଇଛନ୍ତି । ଅଣ-ବିଜେପି ଶାସିତ ରାଜ୍ୟଗୁଡିକରେ ରାଜ୍ୟପାଳଙ୍କ ଅଗଣତାନ୍ତ୍ରିକ କାର୍ଯ୍ୟକଳାପ ବିରୋଧରେ ଆମର ପଦକ୍ଷେପ ପାଇଁ ଏକତା ଏବଂ କୃତଜ୍ଞତା ଜଣାଇଛନ୍ତି ମମତା । ଏହା ସହିତ ଏହି ପ୍ରସଙ୍ଗରେ ବିରୋଧୀ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କର ଏକ ବୈଠକ ଡକାଯିବା ଉଚିତ୍, ଯାହାଦ୍ୱାରା ମିଳିତ ଆଭିମୁଖ୍ୟ ଗ୍ରହଣ କରାଯାଇପାରିବ ବୋଲି ମମତା କହିଛନ୍ତି ।"

ନିକଟରେ ତାମିଲନାଡୁ ସରକାର ବିଧାନସଭାରେ ଏକ ସଂକଳ୍ପ ପାରିତ କରି ରାଜ୍ୟପାଳଙ୍କ ବିଲ୍ ଅନୁମୋଦନ ପାଇଁ ସମୟ ସୀମା ନିର୍ଦ୍ଧାରିତ କରିବା ପାଇଁ ଦାବି ଉଠାଇଥିଲେ । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ମଧ୍ୟ ଅଣ-ବିଜେପି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଥିଲେ । ରାଜ୍ୟପାଳଙ୍କ ପାଇଁ ଧାର୍ଯ୍ୟ ସମୟ ସୀମା ସମ୍ପର୍କରେ କେରଳ ଏବଂ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ମଧ୍ୟ ସମ୍ମତି ଜଣାଇଛନ୍ତି ସୂଚନା ମିଳିଥିଲା ।

ଅଣ-ବିଜେପି ଶାସିତ ରାଜ୍ୟରେ ରାଜ୍ୟପାଳ ଓ ସରକାରଙ୍କ ମଧ୍ୟରେ ବିବାଦ କାରଣରୁ ସାମ୍ବିଧାନିକ ସଙ୍କଟ ସୃଷ୍ଟି ହେଉଛି । ଫଳରେ ରାଜ୍ୟପାଳ ସରକାରଙ୍କ ଦ୍ବାରା ପାରିତ ବିଲ୍‌କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କିପରି ଅଟକାଇ ପାରିବେ ନାହିଁ ସେ ନେଇ ଏକ ବିଲ ପାରିତ କରିବା ପାଇଁ ତାମିଲନାଡୁ ସରକାର ଏହି ସଙ୍କଳ୍ପରେ ଉଲ୍ଲେଖ କରିଥିଲେ । ଷ୍ଟାଲିନ ସରକାରଙ୍କ ଏହି ଲଢେଇକୁ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମର୍ଥନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details