କୋଲକାତା:ପଶ୍ଚିମବଙ୍ଗ ବିଧାନସଭା ନର୍ବାଚନରେ ବିପୁଳ ବିଜୟ ଆଡକୁ ଅଗ୍ରହର ହେଉଛି ଟିଏମସି । ମମତା ବାନାର୍ଜୀଙ୍କ ଟିଏମସି ସରକାର କରିବା ନେଇ ଚିତ୍ର ମଧ୍ୟ ସ୍ପଷ୍ଟ ହୋଇଛି । ଏପଟେ ଦଳର ବିପୁଳ ବହୁମତ ପାଇଁ ମମତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଭିନ୍ନ ବ୍ୟକ୍ତି ବିଶେଷ । ସେହି କ୍ରମରେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର ମମତାଙ୍କୁ ଶୁଭେଚ୍ଛା ଜଣାଇବା ସହ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହେବା ନେଇ ମଧ୍ୟ ସୂଚନା ଦେଇଛନ୍ତି ।
ଧନଖର କହିଛନ୍ତି ଆସନ୍ତାକାଲି (ସୋମବାର) ସକାଳ 7 ଟାରେ ସଂଖ୍ୟା ଗରିଷ୍ଠ ଦଳର ନେତା ଭାବେ ମମତାଙ୍କୁ ରାଜଭବନକୁ ନିମନ୍ତ୍ରଣ କରାଯିବ । ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ଅନୁସାରେ ନିର୍ବାଚନ ଫଳାଫଳ ପରେ ଏକକ ବହୁମତ ପାଇଥିବା ଦଳକୁ ସରକାର ଗଠନ କରିବାର ନିମନ୍ତ୍ରଣ ଦେବାର ପରମ୍ପରା ରହିଛି ।