ଓଡିଶା

odisha

ETV Bharat / bharat

ଆବଶ୍ୟକ ପଡିଲେ ପୁଣି ଫେରିପାରେ farm laws: Rajasthan governor

କୃଷି ଆଇନ (farm laws)କୁ ନେଇ ବଡ ବିବୃତ୍ତି ଦେଲେ ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର । କହିଲେ ଆବଶ୍ୟକ ପଡିଲେ ପୁଣି ଫେରିପାରେ କୃଷି ଆଇନ । ଅଧିକ ପଢନ୍ତୁ

ଆବଶ୍ୟକ ପଡିଲେ ପୁଣି ଫେରିପାରେ farm laws: rajasthan governor
ଆବଶ୍ୟକ ପଡିଲେ ପୁଣି ଫେରିପାରେ farm laws: rajasthan governor

By

Published : Nov 21, 2021, 10:45 PM IST

ଜୟପୁର: ବିବାଦୀୟ କୃଷି ଆଇନ (farm laws)କୁ ପ୍ରଧାନମନ୍ତ୍ରୀ ପ୍ରତ୍ୟାହାର କରିବା ଘୋଷଣା ପରେ ଏହାକୁ ନେଇ ବିଭିନ୍ନ ମହଲରେ ଭିନ୍ନଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି । ତେବେ ଏହାକୁ ନେଇ ଏକ ଭିନ୍ନ ବିବୃତ୍ତି ରଖିଛନ୍ତି ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର (kalraj mishra )। ପ୍ରତ୍ୟାହାର ନିଷ୍ପତ୍ତିକୁ ବର୍ତ୍ତମାନ ସମୟରେ କେନ୍ଦ୍ର ସରକାରଙ୍କ ଉଚିତ ନିଷ୍ପତ୍ତି ବୋଲି ଦର୍ଶାଇବା ସହ ଆବଶ୍ୟକ ପଡିଲେ ଏହା ପୂନର୍ବାର ଲାଗୁ କରାଯାଇପାରେ ବୋଲି କହିଛନ୍ତି କଲରାଜ ।

କଲରାଜ କହିଛନ୍ତି ବର୍ତ୍ତମାନ ସ୍ଥିତିକୁ ଦେଖି କେନ୍ଦ୍ର ସରକାର ଆଇନ ପ୍ରତ୍ୟାହାର ନିଷ୍ପତ୍ତି ନେଇଛନ୍ତି, କିନ୍ତୁ ଚାହିଁଲେ ପୁଣିଥରେ ଲାଗୁ କରିପାରିବେ । ଏହି ନିୟମ କୃଷକଙ୍କ ସ୍ବାର୍ଥରେ ପ୍ରଣୟନ କରାଯାଇଥିଲା । କିନ୍ତୁ କୃଷକମାନେ ତାର ପ୍ରକୃତ ଉପାଦେୟତା ନବୁଝି ପ୍ରତ୍ୟାହାର ପାଇଁ ଦୀର୍ଘଦିନ ହେବ ଆନ୍ଦୋଳନ ଜାରି ରଖିଛନ୍ତି । ତେଣୁ ଏହି ଆନ୍ଦୋଳନ ସ୍ଥିତି ପାଇଁ କୃଷି ଆଇନ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି । କିନ୍ତୁ ଆବଶ୍ୟକ ପଡିଲେ ଭବିଷ୍ୟତରେ ଏହି ନିୟମକୁ ଲାଗୁ କରାଯାଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details