ଓଡିଶା

odisha

By

Published : Jul 5, 2021, 4:23 PM IST

ETV Bharat / bharat

ପୁଣେ ଓ ହାଇଦ୍ରାବାଦରେ ଆଉ ଦୁଇଟି ଟିକା ପରୀକ୍ଷଣ କେନ୍ଦ୍ର ସ୍ଥାପନ

ଟେଷ୍ଟିଂ ଓ ଟିକାଗୁଡ଼ିକର ଗୁଣବତ୍ତା ପରୀକ୍ଷଣ ନିମନ୍ତେ ଏହାର ଦୁଇଟି ସ୍ବୟଂଶାସିତ ଗବେଷଣା ସଂସ୍ଥାନ ପୁଣେସ୍ଥିତ ନ୍ୟାସନାଲ ସେଣ୍ଟର ଫର ସେଲ୍‌ ସାଇନ୍ସ (ଏନସିସିଏସ) ଏବଂ ହାଇଦ୍ରାବାଦସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଆନିମଲ ବାୟୋଟେକ୍ନୋଲୋଜି (ଏନଆଇଏବି) ଠାରେ କେନ୍ଦ୍ରୀୟ ଔଷଧ ପରୀକ୍ଷାଗାର ଭାବେ ଦୁଇଟି ଟିକା ପରୀକ୍ଷଣ ସୁବିଧା କେନ୍ଦ୍ର ସ୍ଥାପନ କରାଯାଇଛି। ଅଧିକ ପଢନ୍ତୁ...

ପୁଣେ ଓ ହାଇଦ୍ରାବାଦରେ ଆଉ ଦୁଇଟି ଟିକା ପରୀକ୍ଷଣ କେନ୍ଦ୍ର ସ୍ଥାପନ
ପୁଣେ ଓ ହାଇଦ୍ରାବାଦରେ ଆଉ ଦୁଇଟି ଟିକା ପରୀକ୍ଷଣ କେନ୍ଦ୍ର ସ୍ଥାପନ

ନୂଆଦିଲ୍ଲୀ: କୋଭିଡ-19 ମହାମାରୀର ବ୍ୟାପକତା ଏବଂ କୋଭିଡ ଟିକା ଉତ୍ପାଦନ ବୃଦ୍ଧିର ଆବଶ୍ୟକତାକୁ ବିଚାର କରି ଅଧିକ ପ୍ରସ୍ତୁତ ହେଉଛନ୍ତି ସରକାର । ଟିକା ପରୀକ୍ଷଣ/ଟିକାଗୁଡ଼ିକ ପାଇଁ ଆଗୁଆ ପ୍ରମାଣପତ୍ର ଜାରି କରିବା ସୁବିଧା ପ୍ରଦାନ କରିବା ନିମନ୍ତେ ସରକାର ସକ୍ରିୟ ଭାବେ ଦୁଇଟି ଅତିରିକ୍ତ ପରୀକ୍ଷାଗାର ବିକଶିତ କରିବା ଲାଗି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଭାରତରେ ମାନବ ଉପଯୋଗ ଲାଗି ଉଦ୍ଦିଷ୍ଟ ଇମ୍ୟୁନୋବାୟୋଲୋଜିକାଲ(ଟିକା ଓ ଆଣ୍ଟିସେରା)ର ପରୀକ୍ଷା ଓ ଆଗୁଆ ପ୍ରମାଣପତ୍ର ଜାରି କରିବା ନିମନ୍ତେ ଏହା ଜାତୀୟ କେନ୍ଦ୍ରୀୟ ପରୀକ୍ଷାଗାର ଭାବେ କାର୍ଯ୍ୟ କରୁଛି । ଟେଷ୍ଟିଂ ଓ ଟିକାଗୁଡ଼ିକର ଗୁଣବତ୍ତା ପରୀକ୍ଷଣ ନିମନ୍ତେ ଏହାର ଦୁଇଟି ସ୍ବୟଂଶାସିତ ଗବେଷଣା ସଂସ୍ଥାନ ପୁଣେସ୍ଥିତ ନ୍ୟାସନାଲ ସେଣ୍ଟର ଫର ସେଲ୍‌ ସାଇନ୍ସ (ଏନସିସିଏସ) ଏବଂ ହାଇଦ୍ରାବାଦସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଆନିମଲ ବାୟୋଟେକ୍ନୋଲୋଜି (ଏନଆଇଏବି) ଠାରେ କେନ୍ଦ୍ରୀୟ ଔଷଧ ପରୀକ୍ଷାଗାର ଭାବେ ଦୁଇଟି ଟିକା ପରୀକ୍ଷଣ ସୁବିଧା କେନ୍ଦ୍ର ସ୍ଥାପନ କରାଯାଇଛି।

ପୁଣେ ଓ ହାଇଦ୍ରାବାଦରେ ଆଉ ଦୁଇଟି ଟିକା ପରୀକ୍ଷଣ କେନ୍ଦ୍ର ସ୍ଥାପନ

ପିଏମ-କେୟାର୍ସ ଫଣ୍ଡ ଟ୍ରଷ୍ଟ ପକ୍ଷରୁ ଯୋଗାଇ ଦିଆଯାଇଥିବା ପାଣ୍ଠି ସହାୟତା ବଳରେ ଡିବିଟି-ଏନସିସିଏସ ଏବଂ ଡିବିଟି-ଏନଆଇଏବି ଠାରେ କେନ୍ଦ୍ରୀୟ ଔଷଧ ପରୀକ୍ଷାଗାର ଭାବରେ ଦୁଇଟି ନୂଆ ଟିକା ପରୀକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। କୋଭିଡ-19 ମହାମାରୀ ପରଠାରୁ, ବାୟୋଟେକ୍ନୋଲୋଜି ବିଭାଗ ପକ୍ଷରୁ କୋଭିଡ-19 ସଂକ୍ରାନ୍ତ ବିଭିନ୍ନ କାର୍ଯ୍ୟକଳାପ ଯେପରିକି ଟିକା ବିକାଶ, ନିଦାନ ଓ ପରୀକ୍ଷଣ ଆଦି ଜାରି ରଖିଛି। ଏହାଛଡ଼ା ମୌଳିକ ଗବେଷଣା ଓ ଟ୍ରାନ୍ସଲେସନାଲ ଗବେଷଣା ଇକୋସିଷ୍ଟମ ବିକଶିତ କରିବା ଦିଗରେ ମଧ୍ୟ ଯୋଗଦାନ ଦେଇ ଆସୁଛି।

ପୁଣେ ଓ ହାଇଦ୍ରାବାଦରେ ଆଉ ଦୁଇଟି ଟିକା ପରୀକ୍ଷଣ କେନ୍ଦ୍ର ସ୍ଥାପନ

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଗେଜେଟ୍ ବିଜ୍ଞପ୍ତି ଅନୁଯାୟୀ ପୁଣେସ୍ଥିତ ଏନସିସିଏସ କେନ୍ଦ୍ର ବର୍ତ୍ତମାନ କୋଭିଡ 19 ଟିକାର ପରୀକ୍ଷଣ ଓ ଲଟ୍ ରିଲିଜ୍ ପାଇଁ କେନ୍ଦ୍ରୀୟ ଔଷଧ ପରୀକ୍ଷାଗାର ଭାବେ ବିଜ୍ଞପିତ କରାଯାଇଛି। ଖୁବଶୀଘ୍ର ଏନଆଇଏବି, ହାଇଦ୍ରାବାଦ କେନ୍ଦ୍ର ଜରୁରି ବିଜ୍ଞପ୍ତି ହାସଲ କରିବ।

ପୁଣେ ଓ ହାଇଦ୍ରାବାଦରେ ଆଉ ଦୁଇଟି ଟିକା ପରୀକ୍ଷଣ କେନ୍ଦ୍ର ସ୍ଥାପନ

ପିଏମ କେୟାର୍ସ ପାଣ୍ଠି ଟ୍ରଷ୍ଟରୁ ଆର୍ଥିକ ସହାୟତା ପାଇଁ ଏହି ଦୁଇଟି ସଂସ୍ଥା ଖୁବ୍ ଅଳ୍ପ ଦିନ ମଧ୍ୟରେ ଏହି ଉଦ୍ଦେଶ୍ୟ ପାଇଁ ଅତ୍ୟାଧୁନିକ ସୁବିଧା ସ୍ଥାପନ କରିଛନ୍ତି । ଏହି ସୁବିଧା କେନ୍ଦ୍ରରେ ପ୍ରତି ମାସରେ ଆନୁମାନିକ 60 ବ୍ୟାଚ୍ ଟିକା ପରୀକ୍ଷା କରାଯାଇପାରିବ ବୋଲି ଆଶା କରାଯାଉଛି। ଏହି ନୂଆ ସୁବିଧା କେନ୍ଦ୍ରରେ ବର୍ତ୍ତମାନ ଦେଶରେ ପ୍ରଚଳିତ କୋଭିଡ-19 ଟିକା ଏବଂ ନୂଆ କୋଭିଡ-19 ଟିକା ପରୀକ୍ଷା ଚାହିଦା ଅନୁସାରେ ବୃଦ୍ଧି କରିପାରିବ ବୋଲି ଆଶା କରାଯାଉଛି।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details