ଓଡିଶା

odisha

ETV Bharat / bharat

ଡୁଡଲରେ ସଙ୍ଗୀତଜ୍ଞ ଭୂପେନ ହଜାରିକାଙ୍କ ଜନ୍ମ ଜୟନ୍ତୀ ପାଳିଲା ଗୁଗଲ୍‌ - ଆଜିର ଗୁଗଲ୍‌ ଡୁଡୁଲ

ଆଜି ବିଶିଷ୍ଟ ସଙ୍ଗୀତଜ୍ଞ ଭୂପେନ ହଜାରିକାଙ୍କ ଜନ୍ମ ଜୟନ୍ତୀ । ଖାସ୍ ଡୁଡଲ୍‌ ତିଆରି କରି ହଜାରିକାଙ୍କୁ ମନେ ପକାଇଲା ଗୁଗଲ୍‌ । ଅଧିକ ପଢନ୍ତୁ

ସଙ୍ଗୀତଜ୍ଞ ଭୂପେନ ହଜାରିକାଙ୍କ ଜନ୍ମ ଜୟନ୍ତୀ ପାଳିଲା ଗୁଗଲ ଡୁଡଲ
ସଙ୍ଗୀତଜ୍ଞ ଭୂପେନ ହଜାରିକାଙ୍କ ଜନ୍ମ ଜୟନ୍ତୀ ପାଳିଲା ଗୁଗଲ ଡୁଡଲ

By

Published : Sep 8, 2022, 1:22 PM IST

ନୂଆଦିଲ୍ଲୀ: ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀର ବିଶିଷ୍ଟ ସଙ୍ଗୀତଜ୍ଞ ଭୂପେନ ହଜାରିକାଙ୍କ ଆଜି ୯୬ତମ ଜନ୍ମ ଜୟନ୍ତୀ(Bhupen Hazarika birth anniversary) । ଏହି ଅବସରରେ ସମଗ୍ର ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି । ଗୁଗଲ୍‌ ମଧ୍ୟ ନିଜର ଖାସ୍ ଡୁଡଲ ପ୍ରସ୍ତୁତ କରି ଏହି ପ୍ରଚ୍ଛଦପଟ ଗାୟକଙ୍କୁ ମନେ ପକାଇଛି । ଆଜିର ଡୁଡଲରେ ହଜାରିକା ହାରମୋନିୟମ ବଜାଉଥିବାର ଦୃଶ୍ୟ ଦର୍ଶାଯାଇଛି । ମୁମ୍ବାଇର ଗେଷ୍ଟ ଆର୍ଟିଷ୍ଟ ଋତୁଜା ମାଳି ଏହି ସ୍ବତନ୍ତ୍ର ଡୁଡୁଲ ତିଆରି କରିଛନ୍ତି । ହଜାରିକା ଏକାଧାରରେ ଜଣେ ସଙ୍ଗୀତଜ୍ଞ, ଗୀତିକାର, ଗାୟକ, କବି, ଚଳଚ୍ଚିତ୍ର ନିର୍ମାତା ଥିଲେ । ୧୯୬୭-୭୨ ଯାଏଁ ସେ ଆସାମ ବିଧାନସଭାରେ ବିଧାୟକ ମଧ୍ୟ ରହିଥିଲେ ।

ଆସାମରେ ଜନ୍ମ ହୋଇଥିଲେ ଭୂପେନ ହଜାରିକା

ଭୂପେନ ହଜାରିକା(Bhupen Hazarika) ୧୯୨୬ ମସିହା ସେପ୍ଟେମ୍ବର ୮ ତାରିଖରେ ଆସାମର ସାଦିଆରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ନୀଳକଣ୍ଠ ଓ ମାତାଙ୍କ ନାମ ଶାନ୍ତିପ୍ରିୟା । ପିଲାଟି ବେଳୁ ହଜାରିକା ପାରମ୍ପରିକ ଆସାମ ସଙ୍ଗୀତ ଶିକ୍ଷାଲାଭ କରିଥିଲେ । ମାତ୍ର ୧୦ ବର୍ଷ ବୟସରେ ସେ ନିଜର ପ୍ରଥମ ଗୀତ ରେକର୍ଡ କରିଥିଲେ । ନିଜ ପାଠପଢା ସାରିବା ପରେ ସେ ଗୌହାଟୀ ସ୍ଥିତ ଅଲ ଇଣ୍ଡିଆ ରେଡିଓରେ ଗୀତ ଗାଇବା ଆରମ୍ଭ କରିଥିଲେ । ହଜାରିକା ବଙ୍ଗୀୟ ଗୀତକୁ ହିନ୍ଦୀରେ ଅନୁବାଦ କରି ଗାଉଥିଲେ । ସମୟକ୍ରମେ ସେ କାହାଣୀ ଲେଖିବା ଆରମ୍ଭ କରିଥିଲେ । ସାମ୍ପ୍ରଦାୟିକ ବନ୍ଧୁତା, ସର୍ବଭାରତୀୟ ନ୍ୟାୟ ଏବଂ ସମବେଦନା ଉପରେ ଆଧାରିତ ତାଙ୍କର ଗୀତଗୁଡିକ ଆସାମ, ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଲୋକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ । ସେ ନିଜ ମାତୃଭାଷା ଆସାମ ବ୍ୟତୀତ ବଙ୍ଗଳା ଏବଂ ହିନ୍ଦୀ ସମେତ ଅନେକ ଭାଷାରେ ଗୀତ ଗାଇଛନ୍ତି ।

ଏହାମଧ୍ୟ ପଢନ୍ତୁ: Vikram Vedha Trailer released: ଓଡ଼ିଶାରେ ପ୍ରଥମ ଥର ରିଲିଜ୍ ହେଲା ବଲିଉଡ ଫିଲ୍ମର ଟ୍ରେଲର

ସମ୍ମାନ:

୧୯୭୫ରେ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା ପାଇଁ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ଏହାବ୍ୟତୀତ ୧୯୮୭ରେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୭୭ରେ ପଦ୍ମଶ୍ରୀ, ୨୦୦୧ରେ ପଦ୍ମଭୂଷଣ ଏବଂ ୧୯୯୨ରେ ଦାଦା ସାହେବ ଫାଲକେ ପୁରସ୍କାର, ୨୦୧୨ରେ ଭାରତର ଦ୍ବିତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମଭୂଷଣ ସମେତ ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତ ରତ୍ନ ପ୍ରଦାନ କରାଯାଇଥିଲା ।

ABOUT THE AUTHOR

...view details