ଓଡିଶା

odisha

By

Published : Aug 7, 2022, 5:16 PM IST

ETV Bharat / bharat

ଦୁଇ କଏଦୀଙ୍କୁ ସ୍ବର୍ଣ୍ଣ ପଦକ, ଜାଣନ୍ତୁ କାହିଁକି ମିଳିଲା ମେଡାଲ

ଜେଲରେ କଏଦୀଙ୍କ ସଫଳତା । ପିଜି ପାଠ୍ୟକ୍ରମ ଶେଷ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି କଏଦୀ ଭାବେ ସଜା କାଟୁଥିବା ସୁରେଶ ରେଡ୍ଡୀ ଓ ରମେଶ ବାବୁ । ଅଧିକ ପଢନ୍ତୁ

Gold medals for Kadapa Jail prisioners
Gold medals for Kadapa Jail prisioners

ଅମରାବତୀ: ଜେଲରେ କଏଦୀ ଜୀବନ ବିତାଉଥିବା ବ୍ୟକ୍ତିଙ୍କୁ ସ୍ବର୍ଣ୍ଣ ପଦକ । ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲ୍ଲାର ଧର୍ମବରା ସୁରେଶ ରେଡ୍ଡୀ ଏକ ହତ୍ୟା ମାମଲାରେ 2018ରୁ କଡାପା ସେଣ୍ଟ୍ରାଲ ଜେଲର ଅଛନ୍ତି । ଜେଲ ଯିବା ପୂର୍ବରୁ ସେ ଡିଗ୍ରୀ ହାସଲ କରିଥିଲେ । ଜେଲ ଯିବା ପରେ ସେ ଆଗକୁ ପଢିବାକୁ ଇଚ୍ଛା ପ୍ରକାଶ କରିଥିଲେ । ପରିଶ୍ରମ କରି ଆଉ ଏକ ଡିଗ୍ରୀ ହାସଲ କରିଛନ୍ତି । ଆମ୍ବେଦକର ମୁକ୍ତ ବିଶ୍ବ ବିଦ୍ୟାଳୟରୁ ସମାଜିକ ବିଜ୍ଞାନରେ ପିଜି କରି କୃତକାର୍ଯ୍ୟ ହୋଇଛନ୍ତି । 1000ରୁ 738 ମାର୍କ ରଖି ଦୁଇ ବର୍ଷିଆ ପାଠ୍ୟକ୍ରମ ଶେଷ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ।

ସେହିପରି ୱାଇଏସଆର ଜିଲ୍ଲା ଚେନୁରୁର ରମେଶ ବାବୁ ମଧ୍ୟ ଜେଲରେ ଥାଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଏକ ହତ୍ୟା ଘଟଣାରେ 2017ରୁ କଡପା ଜେଲରେ ଥିବା ରମେଶ ବାବୁ ତାଙ୍କ ଡିଗ୍ରୀ ଶେଷ କରିଛନ୍ତି । ଜେଲକୁ ଆସିବା ପରେ ସେ ଖାଲି ବସିବାକୁ ଚାହିଁ ନଥିଲେ । ଆମ୍ବେଦକର ମୁକ୍ତ ବିଶ୍ବ ବିଦ୍ୟାଳୟରେ ପିଜି କରିଥିଲେ । ନିକଟରେ ଶେଷ ହୋଇଥିବା ପିଜି ପରୀକ୍ଷାରେ ରମେଶ ବାବୁ 1000ରୁ 767 ମାର୍କ ରଖିଛନ୍ତି । ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ବିଶ୍ବ ବିଦ୍ୟାଳୟ ପକ୍ଷରୁ ସ୍ବର୍ଣ୍ଣ ପଦକ ମିଳିଛି ।

ଧର୍ମବରା ସୁରେଶ ରେଡ୍ଡୀ ହାଇଦ୍ରାବାଦ ଯାଇ ତାଙ୍କ ପଦକ ଗ୍ରହଣ କରିଛନ୍ତି । ତାଙ୍କ ସ୍ବର୍ଣ୍ଣ ସଫଳତା ପାଇଁ ଜେଲ କର୍ତ୍ତୃପକ୍ଷ ବହୁତ ଖୁସି ଥିବା କହିଛନ୍ତି । ସେପଟେ ରମେଶ ବାବୁଙ୍କୁ ଅଥରିଟିଙ୍କ ସୀକୃତି ନ ମିଳିବାରୁ ସେ ହାଇଦ୍ରାବାଦ ଯାଇ ପାରି ନାହାନ୍ତି ।

ABOUT THE AUTHOR

...view details