ଶ୍ରୀନଗର: ଭାଇରାଲ୍ ହେଉଛି 6 ବର୍ଷର ଶିଶୁର ଭିଡିଓ । ହୋମୱାର୍କ ଓ ପାଠପଢାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିଯୋଗ ଜଣାଇବାର ଭିଡିଓ ଟ୍ବିଟରରେ ବେଶ୍ ଭାଇରାଲ୍ ହୋଇଥିଲା । ବର୍ତ୍ତମାନ ଝିଅଟିର ଭିଡିଓ ପହଞ୍ଚିଛି ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ପାଖରେ । ଝିଅଟିର ଅନୁରୋଧ ପରେ ପାଠପଢାରେ ସାମାନ୍ୟା ଆଶ୍ବସ୍ତି ଆଣିଛନ୍ତି ସରକାର ।
ପିଲାଙ୍କ ମୁଣ୍ଡରୁ ପଢାବୋଝକୁ ହାଲୁକା କରିବା ପାଇଁ ଶିକ୍ଷା ବିଭାଗକୁ 48 ଘଣ୍ଟାର ସମୟ ଦେଇଛନ୍ତି ଉପରାଜ୍ୟପାଳ । ଭିଡିଓଟିରେ ଛୋଟ ଝିଅଟି ପଢାବୋଝକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ କରିଥିଲା ଅଭିଯୋଗ । ଭିଡିଓରେ ଝିଅଟି କହିଥିଲା, ‘ ମୋଦି ସାହେବ ମୋ କ୍ଲାସ ସକାଳ 10ଟାରୁ ଦିନ 2ଟା ପର୍ଯ୍ୟନ୍ତି । ସେତିକି ସମୟ ମଧ୍ୟରେ ମୁଁ ଗଣିତ, ଉର୍ଦ୍ଦୁ, ଇଂରାଜୀ, କମ୍ପ୍ୟୁଟର ପଢୁଛି । ଏତେ ପାଠପଢା ଷଷ୍ଠ, ସପ୍ତମ, ଦଶମ ଶ୍ରେଣୀ ପିଲାଙ୍କୁ ଦିଆଯାଏ । ଆମକୁ ଏତେ କାମ କାହିଁକି ? ମୋଦି ସାହେବ’ ।