ଓଡିଶା

odisha

ETV Bharat / bharat

କପଡ଼ା ଚୋରି ଅଭିଯୋଗ ଆଣିଲେ ପଡ଼ୋଶୀ, ଜୀବନ ହାରିଲେ ନାବାଳିକା - ଉତ୍ତରପ୍ରଦେଶରେ ନାବାଳିକାଙ୍କ ଆତ୍ମହତ୍ୟା

ପଡ଼ୋଶୀ ମହିଳା ଆଣିଲେ କପଡ଼ା ଚୋରି ଅଭିଯୋଗ । ଉତ୍ତରପ୍ରଦେଶ କୌଶମ୍ବିରେ ଆତ୍ମହତ୍ୟା କଲେ ନାବାଳିକା । ଅଧିକ ପଢ଼ନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Oct 3, 2023, 9:24 PM IST

ଲକ୍ଷ୍ନୌ:ଉତ୍ତରପ୍ରଦେଶ କୌଶମ୍ବି ଜିଲ୍ଲାରେ ଅଭାବନୀୟ ଘଟଣା । ପଡ଼ୋଶୀ ମହିଳା ଜଣେ କପଡ଼ା ଚୋରି କରିଥିବା ଅଭିଯୋଗ ଆଣିବା ପରେ 14 ବର୍ଷୀୟ ନାବାଳିକା ଜଣକ ନେଲେ ଜୀବନର ଚରମ ନିଷ୍ପତ୍ତି । ମଙ୍ଗଳବାର ସକାଳେ ନାବାଳିକା ଜଣକ ଆତ୍ମହତ୍ୟା କରିଥିବା ବେଳେ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ଘରେ କେହି ନଥିବା ବେଳେ ଯୁବତୀ ଜଣକ ଆତ୍ମହତ୍ୟା କରିଥଇବା ପୋଲିସ ସୂତ୍ରରୁ ସୂଚନା ମିଳିଛି ।

ପୋଲିସ ଅଧିକାରୀ ସମର ବାହାଦୁର ସିଂଙ୍କ କହିବା ଅନୁସାରେ ଏହି ଘଟଣା କରାରି ଥାନା ଅଧୀନସ୍ଥ ଅଡହାରା ଗ୍ରାମର । ଗାଁର ଅଧିବାସୀ ନକୁଳ ଚାଷ କରି ପରିବାର ପ୍ରତିପୋଷଣ କରନ୍ତି । 7 ବର୍ଷ ପୂର୍ବରୁ ତାଙ୍କର ପ୍ରଥମ ପତ୍ନୀଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ନକୁଳ ଦ୍ବିତୀୟ ବିବାହ କରିଥିଲେ । ପ୍ରଥମ ପତ୍ନୀଙ୍କ ଝିଅ ତଥା ମୃତ ନାବାଳିକା ଜଣକ ମଧ୍ୟ ତାଙ୍କ ସାଥୀରେ ରହୁଥିଲେ । ସୂଚନା ଅନୁସାରେ ନକୁଳ ନାବାଳିକାଙ୍କ ସାବତ ବାପା ଥିଲେ । ତେବେ କପଡ଼ା ଚୋରି ଅଭିଯୋଗ ହେବା ପରେ ନକୁଳ ନାବାଳିକାଙ୍କୁ ମାଡ଼ ମାରିଥିଲେ । ଏହାପରେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି ।

ଏହା ବି ପଢନ୍ତୁ- ପାଠ ପଢିବା ପାଇଁ ଗାଳି କଲେ ବାପା, ଚରମ ନିଷ୍ପତ୍ତି ନେଲା ଝିଅ

ସୂଚନା ଅନୁସାରେ ନାବାଳିକା ଭଲ ପାଠ ପଢ଼ୁଥିଲେ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ନାବାଳିକାଙ୍କୁ ସାବତ ବାପା ଓ ମାଆ ବହୁ ସମୟରେ ଅତ୍ୟାଚାର କରୁଥିଲେ । ମଙ୍ଗଳବାର ସକାଳେ ଯେତେବେଳେ ପଡ଼ୋଶୀ ମହିଳା ନାବାଳିକାଙ୍କ ଉପରେ କପଡ଼ା ଚୋରି ଅଭିଯୋଗ ଆଣିଥିଲେ ଏହାପରେ ନକୁଳ ମାଡ଼ ମାରିବା ପରେ ସେ ଆତ୍ମହତ୍ୟା କରିଛନ୍ତି । ନାବାଳିକା ଜଣକ କ୍ଷେତରେ ଜୀବନ ହାରିଛନ୍ତି ।

ମୃତ ନାବାଳିକାଙ୍କ ଜଣେ ସମ୍ପର୍କୀୟ ଉଭଣୀ ପଡ଼ୋଶୀ ମହିଳାଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଏହି ଘଟଣାରେ ASP ସମର ବାହାଦୁର କହିଛନ୍ତି ଯେ, କରାରି ଥାନା ଅଞ୍ଚଳରେ ନାବାଳିକାଙ୍କ ଆତ୍ମହତ୍ୟା ଖବର ମିଳିଛି । ପିତା ମାଡ଼ ମାରିବା ପରେ ସେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ତେବେ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ।

ସୂଚନା ଥାଉ କି ବିହାର ଜମୁଇଠାରେ ପିତାଙ୍କଠାରୁ ଗାଳି ଶୁଣିବା ପରେ ଦଶମ ଶ୍ରେଣୀ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି । ଦଶମ ଶ୍ରେଣୀ ବୋର୍ଡ୍‌ ପରୀକ୍ଷାରେ ଭଲ ନମ୍ବର ଆଣିବା ଲାଗି ମନ ଲଗାଇ ପାଠ ପଢିବାକୁ ଉଭୟ ପିତାମାତା କହି ଆସୁଥିଲେ । ତେବେ ପାଠପଢ଼ା ଲାଗି ଚାପରେ ଆସି ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ସମ୍ପର୍କୀୟମାନେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details