ଓଡିଶା

odisha

ETV Bharat / bharat

ଭୋଳାବାବାଙ୍କୁ ବିବାହ କଲେ ଯୁବତୀ, ଶିବଲିଙ୍ଗରେ ପିନ୍ଧାଇଲେ ବରମାଳା

ଉତ୍ତରପ୍ରଦେଶ ଝାନ୍ସିରେ ଭୋଳାବାବାଙ୍କୁ ସାତ ଜନ୍ମର ସାଥୀ କଲେ ଯୁବତୀ । ଶିବଲିଙ୍ଗରେ ପିନ୍ଧାଇଲେ ବରମାଳା । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jul 24, 2023, 11:01 PM IST

ଶିବଲିଙ୍ଗରେ ପିନ୍ଧାଇଲେ ବରମାଳା

ଲକ୍ଷ୍ନୌ: ଚାଲିଛି ପବିତ୍ର ଶ୍ରାବଣ ମାସ । ଏହି ଅବସରରେ ଭୋଳାବାବାଙ୍କୁ ଜୀବନ ସାଥୀ କରିଛନ୍ତି ଯୁବତୀ । ଆଉ ଶିବଲିଙ୍ଗରେ ପିନ୍ଧାଇଛନ୍ତି ବରମାଳା । ବିଧି ବିଧାନ ଅନୁସାରେ ଦେବ ଦେବ ମହାଦେବଙ୍କୁ ଯୁବତୀ ବିବାହ କରିଛନ୍ତି । ଏଭଳି ନିଆରା ବିବାହ ଉତ୍ତରପ୍ରଦେଶ ଝାନ୍ସୀ ଜିଲ୍ଲାରେ ଦେଖିବାକୁ ମିଳିଛି । ଯାହାକି ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଝାନ୍ସୀର ଅନ୍ନପୂର୍ଣ୍ଣା କଲୋନିର ଗୋଲ୍ଡି ରବିବାର ଭୋଳାବାବାଙ୍କୁ ସ୍ବାମୀ ରୂପେ ସ୍ବୀକାର କରିଛନ୍ତି ।

ଏହି ବିବାହ ସହିତ ଯୁବତୀ ପ୍ରତିଜ୍ଞା ନେଇଛନ୍ତି ଯେ ଜୀବନ ସାରା ଅବିବାହିତ ରହି ଶିବଲିଙ୍ଗର ସେବା କରିବେ । ଗୋଲ୍ଡି ଅନେକ ଦିନ ଧରି ବ୍ରହ୍ମକୁମାରୀ ସଂସ୍ଥାର ଜଣେ ସଦସ୍ୟ । ତାଙ୍କ ପରିବାର ମଧ୍ୟ ଏହି ସଂସ୍ଥା ସହିତ ଜଡ଼ିତ । ଏହି ସଂସ୍ଥାରୁ ତାଙ୍କୁ ଜ୍ଞାନ ମିଳିଛି ଯେ ମହାଦେବଙ୍କୁ ସ୍ବାମୀ ରୂପେ ସ୍ବୀକାର କରି ଜୀବନ ଥିବା ପର୍ଯ୍ୟନ୍ତ ତାଙ୍କ ସେବା କରିବା । ଏନେଇ ଗୋଲ୍ଡି କହିଛନ୍ତି, "ପ୍ରତ୍ୟେକ ନାରୀର ସ୍ବପ୍ନ ରହିଥାଏ ଯେ ତା ସ୍ବାମୀ ସାରା ଜୀବନ ତା ସାଥୀରେ ରହୁ । ମୁଁ ସୌଭାଗ୍ୟଶାଳୀ ଯେ ସ୍ବୟଂ ଭଗବାନ ମହାଦେବ ସବୁବେଳେ ମୋ ସାଥୀରେ ରହିବେ ।"

ଏହା ବି ପଢନ୍ତୁ- ଜଳ ପ୍ରଳୟ ମଧ୍ୟରେ ଏମିତି ଏକ ବିବାହ...

ମହାଦେବଙ୍କୁ ବିବାହ କରିବା ଲାଗି ଯେତେବେଳେ ଗୋଲ୍ଡି ନିଜ ପରିବାର ବର୍ଗଙ୍କୁ କହିଥିଲେ ସେତେବେଳେ ତାଙ୍କ ମାତାପିତା ରାଜି ହୋଇଥିଲେ । ଏହାପରେ ବିଧି ବିଧାନ ଅନୁଯାୟୀ ଧୁମଧାମରେ ତାଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଗୋଲ୍ଡିଙ୍କ ପରିବାର ଓ ସମ୍ପର୍କୀୟ ଏଥିଲାଗି ମାସେ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଥିଲେ । ବିବାହର ନିମନ୍ତ୍ରଣ କାର୍ଡ ଛପାଇ ସମସ୍ତଙ୍କୁ ବାଣ୍ଟିଥିଲେ । ଗତକାଲି (ରବିବାର) ସନ୍ଧ୍ୟା ୫ଟାରେ ଶିବଲିଙ୍ଗକୁ ବର ଭାବେ ସୁସଜ୍ଜିତ କରାଯାଇଥିଲା । ଏହାପରେ ଏକ ରଥରେ ଶିବଲିଙ୍ଗକୁ ବିରାଜମାନ କରାଯାଇଥିଲା । ଏହାପରେ ବାଜା ରୋଷଣି ସହିତ ବରଯାତ୍ରୀ ଗୋଲ୍ଡିଙ୍କ ଘରେ ପହଞ୍ଚିଥିଲେ ।

ଗୋଲ୍ଡିଙ୍କ ପରିବାର ବରଯାତ୍ରୀଙ୍କୁ ସ୍ବାଗତ କରିଥିଲେ । ଏହାପରେ ସମସ୍ତ ରୀତିନୀତି ଅନୁଯାୟୀ ଗୋଲ୍ଡି ମହାଦେବଙ୍କୁ ବିହାହ କରିଛନ୍ତି । ଖାଲି ସେତିକି ନୁହେଁ, ବରଯାତ୍ରୀଙ୍କ ଲାଗି ଶାକାହାରୀ ଭୋଜନର ଆୟୋଜନ କରାଯାଇଥିଲା । ପିଲାଟି ବେଳୁ ମହାଦେବଙ୍କୁ ବର ରୂପେ ପାଇବା ଲାଗି ଗୋଲ୍ଡିଙ୍କ ଇଚ୍ଛା ରହିଥିଲା । ଏହାପରେ ସୋମବାର ବିଦାଈ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଝିଅ ବିଦା ସମୟରେ ଭୋଳାବାବୁଙ୍କୁ ଦର୍ଶନ କରିବା ଲାଗି ଗୋଲ୍ଡିଙ୍କ ଘରେ ବହୁ ଶ୍ରଦ୍ଧାଳୁ ଭିଡ଼ ଜମାଇଥିଲେ ।

ABOUT THE AUTHOR

...view details