ଓଡିଶା

odisha

By ETV Bharat Odisha Team

Published : Sep 6, 2023, 9:50 PM IST

ETV Bharat / bharat

କୁକୁରକୁ ବିୟର ପିଆଇ ଫସିଲେ ଯୁବତୀ, ପୋଲିସର ତଦନ୍ତ ଆରମ୍ଭ

ଉତ୍ତରାଖଣ୍ଡର ଡେରାଡୁନରେ ଜଣେ ଯୁବତୀ ଏକ କୁକୁରକୁ ବିୟର ପିଆଉଥିବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ପୋଲିସ ଉକ୍ତ ଯୁବତୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅଧିକ ପଢ଼ନ୍ତୁ

girl forcibly gave beer to pet dog in Dehradun
କୁକୁରକୁ ବିୟର ପିଆଇ ଫସିଲେ ଯୁବତୀ

ଡେରାଡୁନ: ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପାଇଁ ଲୋକେ ଆଜିକାଲି ବିଭିନ୍ନ ପନ୍ଥା ଆପଣାଉଛନ୍ତି । ଏହାରି ଭିତରେ କେହି କେହି ନିଜ ସୀମା ଅତିକ୍ରମ କରି ବସୁଛନ୍ତି । ଅମାନୁଷିକ କାମ କରି ମଣିଷ ପଣିଆକୁ ମାରି ଦେଉଛନ୍ତି । ଉତ୍ତରାଖଣ୍ଡର ଡେରାଡୁନରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଜଣେ ଯୁବତୀ ଏକ କୁକୁରକୁ ବିୟର ପିଆଉଥିବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ପୋଲିସ ଏସମ୍ପର୍କରେ ଜାଣିବା ପରେ ସମ୍ପୃକ୍ତ ଯୁବତୀଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢ଼ନ୍ତୁ:Stray dogs Foreign Visit: କାନାଡା ଯିବେ ବୁଲା କୁକୁର, ପାସପୋର୍ଟ ଆବେଦନ

ଏହା ମଧ୍ୟ ପଢ଼ନ୍ତୁ:ହଜିଯାଉଛି ମଣିଷପଣିଆ: ବେଲ୍ଟରେ କୁକୁରକୁ ପିଟିପିଟି ଦରମରା କରିଦେଲା ମଣିଷ, ଥାନାରେ ମାମଲା

ଡେରାଡୁନର ଜଣେ ଯୁବତୀ ଏକ କୁକୁରକୁ ବିୟର ପିଆଇଲେ । ଏହାର ଭିଡ଼ିଓକୁ କଏଦ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । ଏହାପରେ ଭିଡ଼ିଓଟି ଭାଇରାଲ ହେବାରେ ଲାଗିଥିଲା । ଏକ ପଶୁ ପ୍ରତି ଏଭଳି ଅମାନୁଶିକ କାର୍ଯ୍ୟକୁ ଅପରାଧ ଦର୍ଶାଇ ଭାଇରାଲ ଭିଡ଼ିଓ ଆଧାରରେ ପୋଲିସ ଘଟଣାର ତଦନ୍ତ କରୁଛି । ଉକ୍ତ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏହି ଘଟଣା ନେଇ ଡେରାଡୁନ ଏସପି କହିଛନ୍ତି, 'ଏଭଳି କୌଣସି ଭିଡ଼ିଓ କର ନାହିଁ ଯେଉଁଥିରେ ପଶୁଙ୍କ କ୍ଷତି ହେବ । ଯଦି ଏଭଳି କିଛି ଭିଡ଼ିଓ ପୋଲିସ ନଜରକୁ ଆସେ ତେବେ ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହା ମଧ୍ୟ ପଢ଼ନ୍ତୁ:ମରିଗଲା ମାନବିକତା: ବାଇକ୍‌ରେ ବାନ୍ଧି ୧ କିଲୋମିଟର ଘୋଷାଡ଼ି ନେଲେ, କୁକୁର ମୃତ

ଅନେକ ସମୟରେ ନୀରିହ ପଶୁଙ୍କ ପ୍ରତି କିଛି ଅମାନୁଶିକ ବ୍ୟକ୍ତି କ୍ରୁର ବ୍ୟବହାର କରନ୍ତି । ସେମାନଙ୍କ ଉପର ଆକ୍ରମଣ କରିବା, ଘୋଷାଡ଼ି ନେବା, ଗରମ ପାଣି ପକାଇବା ଭଳି ଘୃଣ୍ଯ ଘଟଣା ଅନେକ ନିକଟ ଅତିତରେ ରହିଛି । ତେଣୁ ଯଦି କେହି ଏପରି କାର୍ଯ୍ୟ କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଭାଇରାଲ ହୋଇଥିବା ଭିଡ଼ିଓ ଆଧାରରେ ଯବତୀଙ୍କୁ ଚିହ୍ନଟ କରାଯାଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଖୁବଶୀଘ୍ର ତାଙ୍କୁ ଗିରଫ କରାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡେରାଡୁନ ଏସପି କହିଛନ୍ତି ।

ABOUT THE AUTHOR

...view details