ମୁମ୍ବାଇ:ମହାରାଷ୍ଟ୍ରରେ ଅଭାବନୀୟ ଘଟଣା । ଗରମ ଚା’ ଥିବା ପାତ୍ରରେ ପଡି ଶିଶୁ କନ୍ୟାର ମୃତ୍ୟୁ ( Girl Dies After Falling in to Hot Tea Pot । ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା । ଏଭଳି ଘଟଣା ଘଟିଛି ଧୁଲେ ଜିଲ୍ଲା ସିନ୍ଧଖେଡା ତାଲୁକର ଚାଉଗାଁରେ(Chaugaon in Shindkheda taluk of Dhule district) । ଶିଶୁ କନ୍ୟାର ବୟସ ମାତ୍ର ଏକ ବର୍ଷ ହୋଇଥିବା ଜଣାପଡିଛି ।
ମଳିଥିବା ସୂଚନା ଅନୁଯାୟୀ, ଏକ ବର୍ଷର ଶିଶୁ କନ୍ୟାଟି ଏକ କପଡାରେ ତିଆରି ଝୁଲାରେ ଝୁଲୁଥିଲା, ପାଖରେ ପରିବାରର ସଦସ୍ୟ କେହି ଏକ ପାତ୍ରରେ ଗରମ ଚା ରଖିଯାଇଥିବା ବେଳେ ଶିଶୁଟି ଖେଳୁଥିବା ସମୟରେ ହଠାତ ଚା’ ପାତ୍ରରେ ପଡିଯାଇଥିଲା । ଫଳରେ ଶିଶୁଟି ଗୁରୁତର ହୋଇଥିବା ଦେଖି ପରିବାର ଲୋକେ ତାକୁ ଧୁଲେ ସ୍ଥିତ ଭାଉସାହେବ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା ଜାରି ରହିବାର କେଇ ଘଣ୍ଟା ପରେ ଶିଶୁଟିର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ ।
ଏହା ମଧ୍ୟ ପଢନ୍ତୁ-ପ୍ରିନ୍ସିପାଲଙ୍କ ଉପରେ ଛାତ୍ରଙ୍କ ଗୁଳିମାଡ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି