ଲକ୍ଷ୍ନୌ:ଇନଷ୍ଟାଗ୍ରାମରେ ଯୁବତୀଙ୍କ ସହ ବନ୍ଧୁତା କରିବା ପଡିଲା ମହଙ୍ଗା । ଟ୍ରେନି ଇନିସପେକ୍ଟରଙ୍କୁ ବିବାହ କରିବାକୁ ଜିଦରେ ଯୁବତୀ । ଆଉ ଯଦି ସେମିତି ନକରନ୍ତି ତେବେ ୫୦ ଲକ୍ଷ ଟଙ୍କା ଦେବାକୁ ସେ ଦାବି କରିଛନ୍ତି । ଉତ୍ତରପ୍ରଦେଶର ବରେଲିରେ ଏଭଳି ଘଟଣା ଦେଖିବାକୁ ମିଳିଛି । ବରେଲି ଥାନାରେ ଏନେଇ ମାମଲା ରୁଜୁ ହୋଇଛି । ମାମଲା ଆଧାରରେ ତଦନ୍ତ ଚଳାଇଛି ପୋଲିସ ।
ସୂଚନା ଅନୁସାରେ, ମୁରାଦାବାଦର ଡୁଣ୍ଡେଲାରେ ରହୁଥିବା ୨୭ ବର୍ଷୀୟ ଶୁଭମ ସାଗର ଉତ୍ତରପ୍ରଦେଶ ପୋଲିସ ଅଧୀନରେ ଟ୍ରେନିଂ ନେଉଥିଲେ । ସେହି ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଜଣେ ଯୁବତୀଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା । ଏପରିକି ଯୁବତୀଙ୍କ ପ୍ରେମର ବଶବର୍ତ୍ତୀ ହୋଇ ସେ ତାଙ୍କୁ ଦାମୀ ଉପହାର ମଧ୍ୟ ଦେବା ଆରମ୍ଭ କରିଥିଲେ । ହେଲେ ପରେ ହନିଟ୍ରାପରେ ଫସିବା ନେଇ ତାଙ୍କ ମନରେ ଆଶଙ୍କା ଦେଖା ଦେଇଥିଲା । ତେଣୁ ସେ ଧିରେ ଧିରେ ଯୁବତୀଙ୍କ ଠାରୁ ଦୂରତ୍ବ ରକ୍ଷା କରିବାକୁ ଲାଗିଲେ ।
ଆଉ ଏହା ଜାଣିବା ପରେ ଯୁବତୀ ଜଣଙ୍କ ଯୁବକଙ୍କୁ ଧମକ ଦେବା ଆରମ୍ଭ କରିଥିଲେ । ବିବାହ କରିବାକୁ ବାଧ୍ୟ ସମ୍ପୃକ୍ତ ଯୁବତୀ ବାଧ୍ୟ କରୁଥିବା ନେଇ ଅଭିଯୋଗ ହୋଇଛି । ନଚେତ୍ ୫୦ ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲେ । ଯଦି ସେପରି ନ କରନ୍ତି ତେବେ ତାଙ୍କୁ ମିଛ କେସରେ ଫସାଇ ଜେଲ ପଠାଇଦେବାକୁ ମଧ୍ୟ ଧମକ ଦେଇଥିଲେ ।