ଓଡିଶା

odisha

ETV Bharat / bharat

ଖୁବଶିଘ୍ର RJD ରେ ବିଲୟ ହେବ JDU: ଗିରିରାଜ ସିଂ

Giriraj Singh Claims RJD-JDU Merger Soon: ଗିରିରାଜ ସିଂଙ୍କ ପୂର୍ବାନୁମାନ । ଖୁବଶିଘ୍ର ଲାଲୁଙ୍କ RJD ରେ ବିଲୟ ହେବ ନୀତିଶଙ୍କ JDU । ନୀତିଶ କ୍ୟାମ୍ପ କହିଲା ରାଜନୈତିକ ଷ୍ଟଣ୍ଟ ବ୍ୟତୀତ କିଛି ନୁହେଁ । ଅଧିକ ପଢନ୍ତୁ

ଖୁବଶିଘ୍ର RJD ରେ ବିଲୟ ହେବ JDU: ଗିରିରାଜ ସିଂ
ଖୁବଶିଘ୍ର RJD ରେ ବିଲୟ ହେବ JDU: ଗିରିରାଜ ସିଂ

By ETV Bharat Odisha Team

Published : Dec 23, 2023, 5:26 PM IST

ନୂଆଦିଲ୍ଲୀ/ପାଟନା:ବିହାରରେ କ୍ଷମତାରେ ଥିବା ଦୁଇ ରାଜନୈତିକ ଦଳର ମିଶ୍ରଣ ହେବାକୁ ଯାଉଛି । ଲାଲୁ ପ୍ରସାଦ ଯାଦବଙ୍କ ରଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସହ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ) ବିଲୟ ହେବାକୁ ଯାଉଛି । ଏପରି ଏକ ସଙ୍କେତ ଶାସକ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କ ନିକଟରୁ ଶୁଣିବାକୁ ମିଳିବା ପରେ ବିହାର ରାଜନୀତି ସରଗରମ ହୋଇଛି । ଶାସକ ମେଣ୍ଟରେ ଥିବା ଉଭୟ ଦଳ ଶିଘ୍ର ମିଳିତ ହେବେ ବୋଲି ଗିରିରାଜ କହିଛନ୍ତି । ଏହା ପରେ ଏହାକୁ କାଉଣ୍ଟର କରିଛି ନୀତିଶଙ୍କ କ୍ୟାମ୍ପ । ଏକଥା ମିଥ୍ୟା ଓ ମନୋଗଢା ବୋଲି ଦଳ କହିବା ସହ ରାଜନୈତିକ ଷ୍ଟଣ୍ଟ ପାଇଁ ଏପରି ମନ୍ତବ୍ୟ ଗିରିରାଜ ସିଂ ଦେଇଛନ୍ତି ବୋଲି ଦଳ କହିଛି ।

ଗିରିରାଜ ସିଂ ଏହି ଦାବି ସହ ଏହା ତାଙ୍କୁ ନିଜେ ଲାଲୁଙ୍କ ନିକଟରୁ ଶୁଣିବାକୁ ମିଳିଛି ବୋଲି ଦାବି କରିଛନ୍ତି । ଏହା ପରେ ଜେଡିୟୁ ସଭାପତି ଲଲନ ସିଂ କହିଛନ୍ତି, ଗିରିରାଜ ସିଂ ନିଜେ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବା ପାଇଁ ଏପରି ମନ୍ତବ୍ୟ ପ୍ରାୟତଃ ଦେଇଥାନ୍ତି । ନିକଟରେ ସେ ହଲାଲ ମିଟ୍‌ ପ୍ରସଙ୍ଗ ଉଠାଇ ଥିଲେ । ଯାହା ତାଙ୍କୁ ଚର୍ଚ୍ଚାକୁ ଟାଣିଥିଲା । ନିଜେ ସେ ଅଢେଇ କେଜିର ମାଂସ ଖାଆନ୍ତି, ତେବେ ସେ କେଉଁ ମାଂସ ଖାଆନ୍ତି ଝଟକା ନା ହଲାଲ ? ଏବେ ସେ ଏହି ପ୍ରସଙ୍ଗକୁ ଚର୍ଚ୍ଚାକୁ ଆସିବା ପାଇଁ ବ୍ୟବହାର କରିଛନ୍ତି । ଯେଉଁଥିରେ ସତ୍ୟତା ନାହିଁ ।

ଏହା ମଧ୍ୟ ପଢନ୍ତୁ :- ଭାରତ ମହାସାଗରେ ଏକ ଜାହାଜ ଉପରେ ଡ୍ରୋନ ଷ୍ଟ୍ରାଇକ

ଗତ ନିର୍ବାଚନରେ ଉଭୟ ଯେଡିୟୁ ଓ ଆରଜେଡି କେହି ସଂଖ୍ୟା ବହୁମତ ପାଇବାରେ ସଫଳ ହୋଇନଥିଲେ । ଯାହାକୁ ନେଇ ଭାରତୀୟ ଜନତା ପାର୍ଟି ଏହାର ଫାଇଦା ଉଠାଇଥିଲା । ନୀତିଶଙ୍କ ସହ ମିଶି ବିଜେପି ସରକାର ଗଠନ କରିଥିଲା । ନୀତିଶ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ବିଜେପିର ବରିଷ୍ଠ ନେତା ସୁଶୀଲ ମୋଦି ଉପମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଲେ 2022 ଅଗଷ୍ଟରେ ଅତି ନାଟକୀୟ ଢଙ୍ଗରେ ବିଜେପି ସହ ମେଣ୍ଟ ଭାଙ୍ଗି ଆରଜେଡି ଓ କଂଗ୍ରେସ ସହ ମିଶି ସରକାର ଗଠନ କରିଥିଲେ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ତାର ମାତ୍ର 24 ଘଣ୍ଟା ମଧ୍ୟରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଶପଥ ନେଇଥିଲେ ନୀତିଶ । ଏବେ ଲୋକସଭା ନିର୍ବାଚନ ପୂର୍ବରୁ ଉଭୟ ଦଳ ‘ଇଣ୍ଡିଆ’ ମେଣ୍ଟରେ ସଦସ୍ୟ ରହିଛନ୍ତି । ନର୍ବାଚନ ପାଖଉଥିବା ବେଳେ ରେଳବାଇ ନିଯୁକ୍ତି ମାମଲାରେ ଲାଲୁ ଓ ପୁଅ ତେଜସ୍ବୀଙ୍କ ନାମରେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୁଣି ନୂଆ ସମନ ଜାରି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details