ଓଡିଶା

odisha

ETV Bharat / bharat

ରାମ ମନ୍ଦିର ନିର୍ମାଣ ପାଇଁ 2.5 କୋଟି ଦାନ କଲେ ଶିକ୍ଷାନୁଷ୍ଠାନ ପରିଚାଳକ

ରାମ ମନ୍ଦିରକୁ 2 କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଦାନ । ଗାଜିଆବାଦ ଏକ ଶିକ୍ଷାଅନୁଷ୍ଠାନର ପରିଚାଳକ ରାମ ମନ୍ଦିର ନିର୍ମାଣ ପାଇଁ 2 କୋଟି 51 ଲକ୍ଷ 1 ଟଙ୍କା ଦାନ ଦେଇଛନ୍ତି । ଅଧିକ ପଢନ୍ତୁ...

ରାମ ମନ୍ଦିର ନିର୍ମାଣ
ରାମ ମନ୍ଦିର ନିର୍ମାଣ

By

Published : Jan 3, 2021, 12:51 PM IST

ନୂଆଦିଲ୍ଲୀ: ରାମ ମନ୍ଦିରକୁ 2 କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଦାନ । ଗାଜିଆବାଦର ଏକ ଶିକ୍ଷା ଅନୁଷ୍ଠାନର ପରିଚାଳକ ରାମ ମନ୍ଦିର ନିର୍ମାଣ ପାଇଁ 2 କୋଟି 51 ଲକ୍ଷ 1 ଟଙ୍କା ଦାନ ଦେଇଛନ୍ତି । ଗାଜିଆବାଦ ବାସିନ୍ଦା ହର ପ୍ରସାଦ ଗୁପ୍ତା ଏହି ଚେକ୍ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରଦାନ କରିଛନ୍ତି । ହର ପ୍ରସାଦ ପ୍ରଥମରୁ ହିଁ ରାମ ମନ୍ଦିର ଆନ୍ଦୋଳନ ସହ ଯୋଡି ହୋଇଥିଲେ । ବର୍ତ୍ତମାନ ତାଙ୍କ ଆଖି ସାମ୍ନାରେ ମନ୍ଦିର ନିର୍ମାଣ ହେଉଥିବାରୁ ସେ ଏଥିପାଇଁ କୌଣସି ଅସୁବିଧା ହେବାକୁ ଦେବେନି ବୋଲି କହିଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି ଯେ 2 ଦିନ ମଧ୍ୟରେ ଗାଜିଆବାଦରୁ ପାଖାପାଖି 5 କୋଟି ଟଙ୍କା ଆଦାୟ କରାଯାଇଛି । ଏହାସହ ରସିଦ୍ ମଧ୍ୟ ଲୋକଙ୍କୁ ଦିଆଯାଉଛି । ରସିଦରେ ସର୍ବନିମ୍ନ 10 ଟଙ୍କାର ଦାନ ଦିଆଯିବାର ବ୍ୟବସ୍ଥା ରହିଛି ।

ରାମ ମନ୍ଦିର ନିର୍ମାଣ ସହ ଅଧିକରୁ ଅଧିକ ଲୋକ ଯୋଡି ହୁଅନ୍ତୁ ବୋଲି ତାଙ୍କ ଇଚ୍ଛା । ଏଥିପାଇଁ 4000 ଦଳ ପ୍ରସ୍ତୁତ କରାଯାଇଛି । ଏହି ଦଳ ଲୋକଙ୍କଠାରୁ ଦାନ ଆଦାୟ କରିବେ । ନିଜ ଇଚ୍ଛା ମୁତାବକ ଲୋକ ରାମ ମନ୍ଦିର ପାଇଁ ଦାନ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details