ନୂଆଦିଲ୍ଲୀ: ଭାରତରେ ଦେଖାଯାଇଥିବା କୋଭିଡ ସଙ୍କଟ ମଧ୍ୟରେ ବିଭିନ୍ନ ପଡୋଶୀ ଦେଶ ସମେତ ବିଶ୍ବବ୍ୟାପୀ ଚିକିତ୍ସା ସହାୟତା ଉପକରଣ ପହଞ୍ଚିବାରେ ଲାଗିଛି । ସେହି କ୍ରମରେ ଜର୍ମାନ ମଧ୍ୟ ଭାରତକୁ ସହାୟତାର ହାତ ବଢାଇଛି । ଆଜି ଜର୍ମାନରୁ ଏକ ଅତ୍ୟାଧୁନିକ ଚିକିତ୍ସା ଉପକରଣ ଭାରତରେ ପହଞ୍ଚିଛି ।
ଆଜି 4,00,000 ଲିଟର ଅମ୍ଳଜାନ ଉତ୍ପାଦନ କ୍ଷମତା ବିଶିଷ୍ଟ ଅକ୍ସିଜେନ ଜେନେରେଟର ପଠାଇଛି ଜର୍ମାନ । ଏହି ଅତ୍ୟାଧୁନିକ ପ୍ଲାଣ୍ଟ DRDO ଦ୍ବାରା ପରିଚାଳିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ କୋଭିଡ ହସ୍ପିଟାଲରେ କାର୍ଯ୍ୟକ୍ଷମ କରାଯିବ । ଭାରତରେ ଜର୍ମାନ ରାଷ୍ଟ୍ରଦୂତ ୱାଲ୍ଟର ଜେ ଲିଣ୍ଡନର୍ ଆଜି ଏହି ପ୍ଲାଣ୍ଟ ଯାଞ୍ଚ କରିଥିବା ଦେଖାଯାଇଛି ।