ଓଡିଶା

odisha

ETV Bharat / bharat

ଏନକାଉଣ୍ଟର ଭୟ ! ସୁରକ୍ଷା ପାଇଁ କୋର୍ଟରେ ଦ୍ବାରସ୍ଥ ହେଲା ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ - ସିଦ୍ଧୁ ମୁସେଓ୍ବାଲ ହତ୍ୟାକାଣ୍ଡ

ଜେଲରେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ । ସେ ହିଁ ସିଦ୍ଧୁ ମୁସେଓ୍ବାଲ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ହୋଇଥିବା ନେଇ ପୋଲିସର ସନ୍ଦେହ । ପଞ୍ଜାବ ପୋଲିସର ଏନକାଉଣ୍ଟର ଭୟରେ କୋର୍ଟରେ ଆଗୁଆ ଆବେଦନ । ଅଧିକ ପଢନ୍ତୁ

ଏନକାଉଣ୍ଟର ଭୟ ! ସୁରକ୍ଷା ପାଇଁ କୋର୍ଟରେ ଦ୍ବାରସ୍ଥ ହେଲା ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ
ଏନକାଉଣ୍ଟର ଭୟ ! ସୁରକ୍ଷା ପାଇଁ କୋର୍ଟରେ ଦ୍ବାରସ୍ଥ ହେଲା ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ

By

Published : May 31, 2022, 10:26 PM IST

ନୂଆଦିଲ୍ଲୀ: ଲୋକପ୍ରିୟପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେଓ୍ବାଲଙ୍କୁ ନିର୍ମମ ହତ୍ୟା ପରେ ସମଗ୍ର ପଞ୍ଜାବରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ଏହାରି ମଧ୍ୟରେ ଆଇନ ଶୃଙ୍ଖଳା ଓ ପୋଲିସର ଅପରାଗତା ନେଇ ମଧ୍ୟ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି । ତେଣୁ ଲୋକଙ୍କ ଆକ୍ରୋଶକୁ ପ୍ରଶମିତ କରିବା ପାଇଁ କୌଣସି ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ପଞ୍ଜାବ ପୋଲିସ । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ସନ୍ଦେହ କରାଯାଉଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇକୁ ଘାରିଛି ଏନକାଉଣ୍ଟରର ଭୟ । ନୂଆଦିଲ୍ଲୀର ତିହାର ଜେଲରେ ଥିବା ଲରେନ୍ସ କୌଣସି କାରଣ ଦର୍ଶାଇ ପଞ୍ଜାବ ପୋଲିସ ତାକୁ ଏନକାଉଣ୍ଟର କରି ଦେଇପାରେ ବୋଲି ଆଶଙ୍କାରେ ସୁରକ୍ଷା ପାଇଁ ଦିଲ୍ଲୀ ହାଇକୋର୍ଟରେ ଦ୍ବାରସ୍ଥ ହୋଇଛି ।

ଗ୍ୟାଙ୍ଗଷ୍ଚାର ଲରେନ୍ସର ଓକିଲ ବିଶାଲ ଚୋପ୍ରା ଆବେଦନରେ ଦର୍ଶାଇଛନ୍ତି, ବର୍ତ୍ତମାନ ସ୍ଥିତିକୁ ଦେଖି ପଞ୍ଜାବ ପୋଲିସ କୌଣସି ମୌକା କିମ୍ବା ଏପରିକି ଜେଲରେ ମଧ୍ୟ ଲରେନ୍ସଙ୍କୁ ଗୁଳି କରିପାରେ । ତେଣୁ କୋର୍ଟ ଏହି ଆଶଙ୍କାକୁ ଗମ୍ଭୀରତାର ସହ ନେଇ ସୁରକ୍ଷା ପ୍ରଦାନ କରନ୍ତୁ । ଲରେନ୍ସ ଜଣେ ଛାତ୍ର ନେତା ଥିଲା । ତାଙ୍କ ବିରୋଧରେ ରାଜନୈତିକ ଉଦ୍ଦେଶ୍ୟରେ ଏକାଧିକ ମମଲା ରୁଜୁ କରାଯାଇ ତାକୁ ଫସାଇବାର ପ୍ରୟାସ କରାଯାଇଛି । ତେଣୁ ଲରେନ୍ସ ବିରୋଧରେ ପଞ୍ଜାବ ହରିୟାଣା ଓ ରାଜସ୍ଥାନରେ ଏକାଧିକ ମାମଲା ଥିବା ବେଳେ କୌଣସି ପୁରୁଣା ଓ୍ବାରେଣ୍ଟରେ ପୋଲିସ ତାଙ୍କୁ ହେପାଜତକୁ ନେଇପାରେ ବୋଲି ଲରେନ୍ସର ଓକିଲ ଆବେଦନର ଆଶଙ୍କା ପ୍ରକାଶ କରିଛନ୍ତି ।

ଯଦି କୌଣସି ପୁରୁଣା ମାମଲାରେ ଲରେନ୍ସକୁ ପୋଲିସ ରିମାଣ୍ଡରେ ପଠାଯାଉଛି ତେବେ ସେଠାରେ ମିଥ୍ୟା ଏନକାଉଣ୍ଟର ଭୟ ଯଥେଷ୍ଟ । ଏପରି ସମୟରେ କୋର୍ଟ ଲରେନ୍ସର ସୁରକ୍ଷା ନିଶ୍ଚିତ କରିବା ପାଇଁ ବ୍ୟବସ୍ଥା କରୁନ୍ତୁ ବୋଲି ଗ୍ୟାଙ୍ଗଷ୍ଟାର ଓକିଲ ଆବଦନରେ ଦର୍ଶାଇଛି । ଅନ୍ୟପଟେ କୁଖ୍ୟାତ ଲରେନ୍ସ ଜେଲରେ ଥିବା ସତ୍ତ୍ବେ ମଧ୍ୟ ଏହି ନିର୍ମମ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ବୋଲି ମଧ୍ୟ ପୋଲିସ ପ୍ରାଥମିକ ଭାବେ ସନ୍ଦେହ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details