ହାଇଦ୍ରାବାଦ:ପାଟନାରେ ଜଣେ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଏଥିରେ 5 ଅଭିଯୁକ୍ତଙ୍କ ସମ୍ପୃକ୍ତି ଥିବା ପୀଡିତା ଅଭିଯୋଗ କରିଥିବା ବେଳେ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଅନ୍ୟ 4 ଅଭିଯୁକ୍ତ ଏବେ ମଧ୍ୟ ଫେରାର ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରହିଛି । ଘଟଣା ନେଇ ଆଜି ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା ।
ସହରର ବାଇବାସ ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ଘଟଣା ସାମ୍ନାକୁ ଆସିଛି । ପୀଡିତା ପରିବାର ସଦସ୍ୟ ଏନେଇ ବାଇପାସ୍ ପୋଲିସ୍ ଷ୍ଟେସନରେ ଏତଲା ଦେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା । ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁସାରେ, ସୋମବାର ସଂଧ୍ୟାରେ କୋଚିଂରୁ ଫେରୁଥିବା ସମୟରେ ଛାତ୍ରୀଙ୍କୁ ଏହି ଅଭିଯୁକ୍ତମାନେ ଉଠାଇ ନେଇ ଏକ ପରିତ୍ୟକ୍ତ ଘରେ ଦୁଷ୍କର୍ମ କରିଥିଲେ ।