ନୂଆଦିଲ୍ଲୀ: କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ପ୍ରକ୍ରିୟାରେ ଆରମ୍ଭ ହୋଇଯାଇଛି । ପୁଣି ଥରେ କଂଗ୍ରେସ କମାଣ ସମ୍ଭାଳି ପାରନ୍ତି ରାହୁଲ ଗାନ୍ଧୀ । ପୂର୍ବରୁ ବହୁ ବରିଷ୍ଠ ନେତାଙ୍କ ଦାବି ସତ୍ତ୍ବେ ଅରାଜି ହେଉଥିବା ରାହୁଲ ପୁଣି ଥରେ ଦଳର ମଙ୍ଗ ଧରିବାକୁ ସିଗନାଲ ଦେଇଛନ୍ତି । ତେବେ ସେ ସିଧାସିଧା ନ କହିନଥିଲେ ମଧ୍ୟ, ଦଳ ଯେଉଁ ଦାୟିତ୍ବ ଦେବ ତାକୁ ସେ ସମ୍ଭାଳିବେ ବୋଲି କହିଛନ୍ତି । ଏହା ସହିତ ଅଧ୍ୟକ୍ଷ କିଏ ହେବ ତାହା ନିର୍ବାଚନ ଉପରେ ଛାଡିଦେବାକୁ କହିଛନ୍ତି ରାହୁଲ ଗାନ୍ଧୀ ।
ସୂତ୍ର ଅନୁସାରେ, ବୈଠକରେ ଉପସ୍ଥିତ ଥିବା ନେତାମାନେ ପୁଣି ଥରେ ରାହୁଲ ଗାନ୍ଧୀଙ୍କୁ ଅଧ୍ୟକ୍ଷ କରିବାକୁ ଚାହାଁନ୍ତି । ଦଳର ନେତୃତ୍ବ ଓ ବ୍ୟାପକ ସଙ୍ଗଠନାତ୍ମକରେ ପରିବର୍ତ୍ତନ ଆଣିବାକୁ ଚିଠି ଲେଖିଥିବ ବିଦ୍ରୋହୀ ନେତାଙ୍କ ସହିତ ହାଇକମାଣ୍ଡ ଆଲୋଚନା କରିଥିଲେ । ଦୀର୍ଘ 5 ଘଣ୍ଟା ଧରି ଚାଲିଥିବା ଏହି ଆଲୋଚନାରେ ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ରାହୁଲ ଗାନ୍ଧୀ ପ୍ରମୁଖ ସାମିଲ ରହିଥିଲେ ।