ଚେନ୍ନାଇ: ଗଗନ ଯାନ ପାଇଁ ଇଞ୍ଜିନ ପରୀକ୍ଷଣ ସଫଳ ହୋଇଛି । ଚନ୍ଦ୍ରଯାନ-3ର ସଫଳତା ପରେ ଏବେ ମହାକାଶକୁ ମଣିଷ ପଠାଇବାକୁ ପ୍ରସ୍ତୁତ ହେଉଛନ୍ତି ଇସ୍ରୋ ବୈଜ୍ଞାନିକ । ଏଥିପାଇଁ ନେଲାଇଠାରେ ଗଗନ ଯାନର ଇଞ୍ଜିନ ପରୀକ୍ଷା କରାଯାଇଥିବାବେଳେ ତାହା ସଫଳ ହୋଇଛି । ତିରୁନେଲଭେଲି ଜିଲ୍ଲାର ମହେନ୍ଦ୍ରଗିରି ସ୍ପେସ୍ ରିସର୍ଚ୍ଚ ସେଣ୍ଟରରୁ ଉପଗ୍ରହକୁ ପଠାଯିବାକୁ ଥିବା କ୍ରିଓଜେନିକ ଇଞ୍ଜିନକୁ ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷଣ କରାଯାଇଥିଲା । ସେହି ପରକ୍ଷୀଣ ସଫଳ ହୋଇଥିବାବେଳେ ଏହି ଇଞ୍ଜିନ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିବା ମତ ରଖିଛନ୍ତି ବୈଜ୍ଞାନିକ ।
ସୂଚନା ଅନୁସାରେ, ବୁଧବାର ମହେନ୍ଦ୍ରଗିରି ସ୍ପେସ୍ ରିସର୍ଚ୍ଚ ସେଣ୍ଟରରୁ CE-20 କ୍ରାୟୋଜେନିକ ଇଞ୍ଜିନର ପରୀକ୍ଷଣ କରାଯାଇଥିଲା । ଇସ୍ରୋ ବୈଜ୍ଞାନିକମାନଙ୍କ ସୂଚନା ଅନୁସାରେ, ଏହି କ୍ରାୟୋଜେନିକ ଇଞ୍ଜିନ 720 ସେକେଣ୍ଡ ଧରି ଚାଲିଥିବାବେଳେ ଏହାର ପରୀକ୍ଷଣ ସଫଳତା ପୂର୍ବକ ଶେଷ ହୋଇଛି । ତେଣୁ ଗଗନଯାନ ମିଶନରେ LVM 3 ରକେଟକୁ ଶକ୍ତି ଯୋଗାଇବ CE-20 କ୍ରାୟୋଜେନିକ୍ ଇଞ୍ଜିନ । ଏହି ସଫଳତା ଗଗନଯାନ ମିଶନ ପାଇଁ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା ବ୍ୟକ୍ତ ରଖିଛନ୍ତି ଇସ୍ରୋ ବୈଜ୍ଞାନିକ।
ଏହା ବି ପଢନ୍ତୁ...Aditya-L1 Mission: ‘ସେପ୍ଟେମ୍ବରରେ ଇସ୍ରୋର ମିଶନ ସୂର୍ଯ୍ୟ, ସରିଛି ପ୍ରସ୍ତୁତି’