ଓଡିଶା

odisha

ETV Bharat / bharat

G 20 Summit: ପିଲାଙ୍କ ଗହଣରେ ସମୟ ଅତିବାହିତ କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ

ଜି 20 ଶିଖର ସମ୍ମିଳନୀରେ ସାମିଲ ହେବା ପୂର୍ବରୁ ଦିଲ୍ଲୀରେ ଛାତ୍ରଛାତ୍ରୀଙ୍କୁ ଭେଟିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଓ ତାଙ୍କ ପତ୍ନୀ । କହିଲେ,"ବିଶ୍ବନେତାମାନଙ୍କ ସହ ସାକ୍ଷାତ ହେବା ପୂର୍ବରୁ ଭବିଷ୍ୟତର ବିଶ୍ୱନେତାମାନଙ୍କୁ ଭେଟିଛି ।"

G20 Summit  British PM Rishi Sunak and wife Akshata Murthy meet student in delhi
G20 Summit British PM Rishi Sunak and wife Akshata Murthy meet student in delhi

By ETV Bharat Odisha Team

Published : Sep 9, 2023, 11:13 AM IST

Updated : Sep 10, 2023, 9:54 AM IST

ନୂଆଦିଲ୍ଲୀ:ଜି 20 ଶିଖର ସମ୍ମିଳନୀରେ ସାମିଲ ହେବାକୁ ଭାରତ ଆସିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ।ସମ୍ମିଳନୀ ପୂର୍ବରୁ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଦେଶୀ ଲୁକ ଦେଖିବାକୁ ମିଳିଛି । କାର୍ଯ୍ୟକ୍ରମରେ ସାମିଲ ହେବା ପୂର୍ବରୁ ସୁନକ କିଛି ଭାରତୀୟ ଛାତ୍ରଛାତ୍ରୀମାନଙ୍କ ସହ କିଛି ଖାସ ମୂହୁର୍ତ୍ତ ଅତିବାହିତ କରିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆ 'ଏକ୍ସ'(ପୂର୍ବର ଟ୍ୱିଟର)ରେ ସେୟାର କରିଛନ୍ତି ଖୋଦ ବ୍ରିଟେନ ପିଏମ ।

ସୂଚନା ଅନୁଯାୟୀ, ଜି 20 ବୈଠକରେ ସାମିଲ ହେବାକୁ ଭାରତ ଆସିଥିବା ବ୍ରିଟେନ ପିଏମ ସୁନକ ରାଜଧାନୀ ଦିଲ୍ଲୀ ସ୍ଥିତ ବ୍ରିଟିଶ କାଉନସିଲ ହେଡକ୍ୱାର୍ଟରରେ ରହିଛନ୍ତି । ସେଠାରେ ସେ ଏକ ସ୍ଥାନୀୟ ବିଦ୍ୟାଳୟରେ କିଛି ଛାତ୍ରଛାତ୍ରୀଙ୍କୁ ଭେଟିବା ସହ ସେମାନଙ୍କ ସହ କିଛି ବିଶେଷ ମୁହୂର୍ତ୍ତ ଅତିବାହିତ କରିଛନ୍ତି । ଏହି ସମୟରେ ସୁନକଙ୍କ ସହ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତି ବି ସାମିଲ ହୋଇଥିଲେ ।

ନୂଆଦିଲ୍ଲୀରେ ଛାତ୍ରଛାତ୍ରୀମାନଙ୍କୁ ଭେଟିବା ବେଳେ ଋଷି ସୁନକ ଓ ଅକ୍ଷତା ମୂର୍ତ୍ତି ବେଶ ଖୁସି ରହିଥିବା ନଜର ଆସିଥିଲେ । ସେ ପିଲାମାନଙ୍କ ସହ କଥାବାର୍ତ୍ତା କରିବା ସହ ଅନେକ ପ୍ରଶ୍ନ ପଚାରିଥିବା ବି ଦେଖିବାକୁ ମିଳିଛି । ଏନେଇ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ । ଓ ଲେଖିଛନ୍ତି,"ଆଜି ବିଶ୍ବନେତାମାନଙ୍କ ସହ ସାକ୍ଷାତ କରିବା ପୂର୍ବରୁ ଭବିଷ୍ୟତର ବିଶ୍ୱନେତାମାନଙ୍କୁ ଭେଟିଛି । ଭାରତରେ ବ୍ରିଟିଶ କାଉନସିଲରେ ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କୁ ଭେଟିବାର ମୂହୁର୍ତ୍ତ ବେଶ ଭଲ ରହିଥିଲା ।ଏହା 2 ଦେଶ ଅର୍ଥାତ ଭାରତ ଓ ୟୁକେ ମଧ୍ୟରେ ଥିବା ଦୃଢ ସମ୍ପର୍କର ପ୍ରତିବିମ୍ୱ ସଦୃଶ୍ୟ ଅଟେ ।"

ଭାରତରେ ଋଷି ସୁନକ ଓ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତି ଅନ୍ୟ କିଛି ଲୋକମାନଙ୍କ ସହ ବାର୍ତ୍ତାଳାପ କରିବା ସହ ସେମାନଙ୍କ ସହ ଫଟୋ ମଧ୍ୟ ଉଠାଇଛନ୍ତି । ବିଳମ୍ୱିତ ସନ୍ଧ୍ୟା ସମୟରେ ଦମ୍ପତି ନୂଆଦିଲ୍ଲୀର କର୍ଣ୍ଣାଟ ପ୍ଲେସର ସୌନ୍ଦର୍ଯ୍ୟ ଉପଭୋଗ କରୁଥିବାର ନଜର ଆସିଥିଲେ । ଏହା ପୂର୍ବରୁ ବିମାନବନ୍ଦରରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଓ ତାଙ୍କ ପତ୍ନୀଙ୍କ ଜୋରଦାର ସ୍ୱାଗତ କରାଯାଇଥିଲା । କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ଚୌବେ ବିମାନବନ୍ଦରରେ ସେମାନଙ୍କୁ ସ୍ୱାଗତ କରିଥିଲେ । ଓ ପିଏମ ଓ ତାଙ୍କ ପତ୍ନୀଙ୍କୁ ଭାରତର ଜ୍ୱାଇଁ ଓ ଝିଅ ବୋଲି ଅବିହିତ କରିଥିଲେ । କେନ୍ଦ୍ରମନ୍ତ୍ରୀ ଜୟ ସିତାରାମ କହି ତାଙ୍କର ସ୍ୱାଗତ କରିଥିଲେ ।

ଏହାମଧ୍ୟ ପଢନ୍ତୁ..G20 Summit: ଆଜିଠୁ ଦିଲ୍ଲୀରେ ଜି-୨୦ ସମ୍ମିଳନୀ, ଏକାଠି ହେବେ ଶକ୍ତିଶାଳୀ ରାଷ୍ଟ୍ରମୁଖ୍ୟ

ସୂଚନା ଯୋଗ୍ୟ, ପ୍ରଥମ ଥର ପାଇଁ ଜି 20 ଶିଖର ସମ୍ୱିଳନୀର ଆୟୋଜକ ସାଜିଛି ଭାରତ । ଏହି ସମ୍ମିଳନୀକୁ ସଫଳ କରିବା ଭାରତର ପ୍ରସ୍ତୁତି ମଧ୍ୟ ଜୋରଦାର ରହିଛି । ମାଟିଠୁ ନେଇ ଆକାଶ ପର୍ଯ୍ୟନ୍ତ ସବୁଠୁ ସୁରକ୍ଷା ବ୍ୟବସ୍ଥା କଡାକଡି ରହିଛି । ଦିଲ୍ଲୀରେ ମହାଶକ୍ତିମାନଙ୍କ ମହାସମ୍ମେଳନ ଦେଖିବାକୁ ମିଳିଛି । ବିଶ୍ୱର ଅର୍ଥନୈତିକ ସ୍ଥିତି, ଜଳବାୟୁ ପରିବର୍ତ୍ତନ, ଯୁଦ୍ଧ, ଖାଦ୍ୟ ସଙ୍କଟ ଭଳି ମୁଖ୍ୟ ପ୍ରସଙ୍ଗକୁ ନେଇ ଆଲୋଚନା କରିବେ ବିଶ୍ୱନେତାମାନେ । ବିଶ୍ୱର 30ରୁ ଅଧିକ ଶକ୍ତିଶାଳୀ ଦେଶ ଗୁଡିକର ନେତା ଯୋଗ ଦେଇଛନ୍ତି ଏହି ବୈଠକରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 10, 2023, 9:54 AM IST

ABOUT THE AUTHOR

...view details