ଓଡିଶା

odisha

ETV Bharat / bharat

G20 Summit: ପୁଟିନ, ଜିନପିଙ୍ଗଙ୍କ ଅନୁପସ୍ଥିତି ଅର୍ଥନୈତିକ ଏଜେଣ୍ଡାକୁ ପ୍ରଭାବିତ କରିବ ! - ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ

ଜି20 ଶିଖର ସମ୍ମିଳନୀକୁ ଆସୁନାହାନ୍ତି ସି ଜିନପିଙ୍ଗ ଏବଂ ଭ୍ଲାଦିମିର ପୁଟିନ । ଅର୍ଥନୈତିକ ଏଜେଣ୍ଡା ଉପରେ କଣ ରହିବ ପ୍ରଭାବ । ଅଧିକ ପଢନ୍ତୁ

ପୁଟିନ, ଜିନପିଙ୍ଗଙ୍କ ଅନୁପସ୍ଥିତି ଅର୍ଥନୈତିକ ଏଜେଣ୍ଡାକୁ ପ୍ରଭାବିତ କରିବ !
ପୁଟିନ, ଜିନପିଙ୍ଗଙ୍କ ଅନୁପସ୍ଥିତି ଅର୍ଥନୈତିକ ଏଜେଣ୍ଡାକୁ ପ୍ରଭାବିତ କରିବ !

By ETV Bharat Odisha Team

Published : Sep 7, 2023, 9:27 PM IST

ନୂଆଦିଲ୍ଲୀ:ଚଳିତ ଥର ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ଜି20 ସମ୍ମିଳନୀ ବିଶ୍ବର ଏକ ପ୍ରମୁଖ ସମ୍ମିଳନୀ । ଏହି ସମ୍ମିଳନୀ ସଦସ୍ୟ ରାଷ୍ଟ୍ରଙ୍କ ଲୋକସଂଖ୍ୟା ବିଶ୍ବ ଜନସଂଖ୍ୟାର 2 ତୃତୀୟାଂଶ । ବିଶ୍ବ ଜିଡିପିର 85 ପ୍ରତିଶତ ଓ ବିଶ୍ବ ବାଣିଜ୍ୟର 75 ପ୍ରତିଶତ । ହେଲେ ଚଳିତଥର ଭାରତ ଅଧ୍ୟକ୍ଷତାରେ ହେଉଥିବା ଶିଖର ସମ୍ମିଳନୀର ରାଷ୍ଟ୍ରମୁଖ୍ୟ ସମ୍ମିଳନୀରେ ଅଂଶଗ୍ରହଣ କରୁନାହାନ୍ତି ଦୁଇ ପ୍ରମୁଖ ରାଷ୍ଟ୍ରମୁଖ୍ୟ ଭ୍ଲାଦମିର ପୁଟିନ ଓ ସି.ଜିନପିଙ୍ଗ । ତେବେ ଉଭୟ ରାଷ୍ଟ୍ରମୁଖ୍ୟଙ୍କର ଅନୁପସ୍ଥିତି ସମ୍ମିଳନୀର ଅର୍ଥନୈତିକ ଏଜେଣ୍ଡାକୁ ସାମାନ୍ୟ ପ୍ରଭାବିତ କରିବା ନେଇ ଅନୁମାନ କରାଯାଉଛି ।

ବିଶ୍ବର ଦ୍ବିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ଚୀନର ରାଷ୍ଟ୍ରପତି ସି.ଜିନପିଙ୍ଗ ନୂଆଦିଲ୍ଲୀ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରୁନାହାନ୍ତି । କୌଣସି ନିର୍ଦ୍ଦିଷ୍ଟ କାରଣ ବେଜିଂ ପକ୍ଷରୁ ସ୍ପଷ୍ଟ କରାଯାଇନଥିବା ବେଳେ ଜିନପିଙ୍ଗ ତାଙ୍କ ପ୍ରତିନିଧି ଭାବେ ଷ୍ଟେଟ୍‌ କାଉନସିଲ ପ୍ରିମୟରଙ୍କୁ ଭାରତ ପଠାଇବେ । ଭାରତ ସହିତ ସୀମା ବିବାଦ, ନୂଆ ମାନଚିତ୍ରରେ ଉତ୍ତର-ପୂର୍ବ ଭାରତୀୟ ରାଜ୍ୟ ଅରୁଣାଚଳ ପ୍ରଦେଶକୁ ନିଜର ଦାବି କରିବା ତିକ୍ତତା ଆଦି ପ୍ରସଙ୍ଗ ପାଇଁ ସେ ଭାରତ ନଆସିବାକୁ ସ୍ଥିର କରିଥିବା ଚର୍ଚ୍ଚା ହେଉଛି ।

ଅନ୍ୟପଟେ ଭାରତ ସହ ଏକାଧିକ କ୍ଷେତ୍ରରେ ଭଲ ବାଣିଜ୍ୟିକ ସମ୍ପର୍କ ଥିବା ଋଷର ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ମଧ୍ୟ ସାମରିକ ମିଶନରେ ବ୍ୟସ୍ତତା କାରଣ ଦର୍ଶାଇ ଦିଲ୍ଲୀ ଆସୁ ନାହାନ୍ତି । ପୁଟିନ ୟୁକ୍ରେନ-ଋଷ ଯୁଦ୍ଧ ପରଠାରୁ ପୁଟିନ କୌଣସି ଦେଶ ଗସ୍ତ କରିନାହାନ୍ତି । ତାଙ୍କ ସ୍ଥାନରେ ପ୍ରତିନିଧି ଭାବେ ଦିଲ୍ଲୀ ଆସୁଛନ୍ତି ଋଷର ପ୍ରତିରକ୍ଷା ମନ୍ତ୍ରୀ ସର୍ଗାଇ ଲାଭରୋଭ । ଉଭୟ ପୁଟିନ ଓ ଜିନପିଙ୍ଗଙ୍କ ପରି ଶକ୍ତଶାଳୀ ନେତାଙ୍କ ସମ୍ମିଳନୀରେ ପ୍ରତ୍ୟେକ୍ଷ ଅନୁପସ୍ଥିତି ହେବାକୁ ଥିବା ଗ୍ଲାବାଲ ଇକୋନୋମିକ ଏଜେଣ୍ଡାକୁ କିଛି ମାତ୍ରାରେ ପ୍ରଭାବିତ କରିବା ଆକଳନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ :-G20 Summit: ବାଇଡେନଙ୍କୁ ସ୍ବାଗତ କରିବେ କେନ୍ଦ୍ରମନ୍ତ୍ରୀ ବି.କେ ସିଂ, ଜାଣନ୍ତୁ କେଉଁ ରାଷ୍ଟ୍ରମୁଖ୍ୟଙ୍କୁ ସ୍ବାଗତ ଦାୟିତ୍ବରେ କେଉଁ ମନ୍ତ୍ରୀ

ଜି-20 ଶିଖର ସମ୍ମିଳନୀରେ ଯୋଗଦେଉଥିବା ଅନ୍ୟ ପ୍ରମୁଖ ବିଶ୍ୱ ନେତାମାନେ ହେଉଛନ୍ତି ଆମେରିକା ରାଷ୍ଟ୍ରପତି ଜୋ.ବାଇଡେନ, ଜର୍ମାନ ଚାନ୍ସେଲର ଓଲାଫ ସ୍କୋଲଜ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ, ସାଉଦି ଆରବ ରାଷ୍ଟ୍ରପତି ମହମ୍ମଦ ବିନ୍‌ ସଲମାନ୍‌ ଏବଂ ଜାପାନ୍‌ର ଫୁମିଓ କିଶିଦା, ଚୀନ୍ ପ୍ରିମିୟର ଲି କିଆଙ୍ଗ୍‌ ଏବଂ ଋଷର ବୈଦେଶିକ ମନ୍ତ୍ରୀ ସର୍ଗାଇ ଲାଭରୋଭ ପ୍ରମୁଖ ସାମିଲ ହେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details