ହାଇଦ୍ରାବାଦ:ବନ୍ଧୁତା...ଖାଲି ଏକ ସମ୍ପର୍କ ନୁହେଁ, ବରଂ ଅନାବିଳ ପ୍ରେମ, ବିଶ୍ବାସ ଓ ଭରସାର ପ୍ରତୀକ । ସମ୍ପର୍କ ରକ୍ତର ନୁହଁ କିନ୍ତୁ ଲାଗେ ଯେମିତି ଆତ୍ମା ସହ ଜଡିତ । ରାଗ,ଋଷା, ଅଭିମାନ ଓ ଭଲ ପାଇବାର ଅତୁଟ ଏ ବନ୍ଧନ । ଜୀବନରେ ପ୍ରକୃତ ବନ୍ଧୁର ସ୍ଥାନ ସ୍ବତନ୍ତ୍ର । ଏହା ହେଉଛି ଏମିତି ଏକ ବନ୍ଧନ, ଯାହାର ପରିଭାଷାକୁ ବର୍ଣ୍ଣନା କରିବା ସହଜ ନୁହେଁ ।
ସାଙ୍ଗ, ଛାତି ତଳର ଏକ ସାଇତା ସ୍ମୃତି ଓ ନିଃସ୍ବାର୍ଥପର ଭଲପାଇବାର ଏକ ଅଭୁଲା ଠିକଣା । ସାଙ୍ଗ ସିଏ ଯିଏ ବର୍ଷା ଭିଜା ଆଖିର ଲୁହକୁ ଦେଖି ବୁଝିପାରିଥାଏ ସାଙ୍ଗର ବେଦନା । କିଛି ନକହିବା ପୂର୍ବରୁ ସେ ଜାଣି ପାରେ ମନର କଥା । ଦୁଃଖର ସମୟକୁ ଯିଏ ହସି ହସି ସହିବାର ଶକ୍ତି ଦେଇଥାଏ ସେ ହେଉଛି ସାଙ୍ଗ । ଏମିତି କୌଣସି ବ୍ୟକ୍ତିତ୍ବ ଟିଏ ନାହିଁ ଯିଏ କେବେ ବନ୍ଧୁଟିଏ କରି ନାହିଁ । ବେଳେ ବେଳେ ଲାଗେ ଯେମିତି ସାଙ୍ଗ ବିନା ବଞ୍ଚିବା ମୁସ୍କିଲ । ସାଙ୍ଗର ଦୁଃଖକୁ ଖୁସିରେ ପରିଣତ କରିବାକୁ ଅନ୍ୟ ଏକ ସାଙ୍ଗ କେତେ ଯେ ଚେଷ୍ଟା କରେ ତାହା କେବଳ ଏକ ଅନୁଭବୀ ହୃଦୟ ହିଁ ଜାଣିପାରେ ।
ଫ୍ରେଣ୍ଡସିପ୍ ଡେ ପାଳନ ପଛର ଉଦ୍ଦେଶ୍ୟ