ଓଡିଶା

odisha

ETV Bharat / bharat

ବାବା କେଦାରନାଥଙ୍କ ଶୃଙ୍ଗାର କରୁଛି ତୁଷାର, ଦେଖନ୍ତୁ ମନଲୋଭା ଦୃଶ୍ୟ - ବାବା କେଦାରନାଥ

ଧଳାଚାଦରରେ ଆଚ୍ଛାଦିତ ହୋଇଛି କେଦାରନାଥ ଧାମ । ଏହି ଦୃଶ୍ୟ ଦେଖିଲେ ସତେ ଯେମିତି ଲାଗୁଛି ବାବା କେଦାରନାଥଙ୍କ ଶୃଙ୍ଗାର କରୁଛି ବରଫ । ଏପଟେ ଶୀତର ପ୍ରକୋପ ବଢିଥିଲେ ବି ବାବାଙ୍କ ଭକ୍ତଙ୍କ ମନରେ ଉତ୍ସାହ କୌଣସି ଗୁଣରେ କମ୍‌ ହୋଇ ନାହିଁ ।

ବାବା କେଦାରନାଥଙ୍କ ଶୃଙ୍ଗାର କରୁଛି ତୁଷାର, ଦେଖନ୍ତୁ ମନଲୋଭା ଦୃଶ୍ୟ
ବାବା କେଦାରନାଥଙ୍କ ଶୃଙ୍ଗାର କରୁଛି ତୁଷାର, ଦେଖନ୍ତୁ ମନଲୋଭା ଦୃଶ୍ୟ

By

Published : Nov 3, 2020, 1:57 PM IST

ଡେରାଡୁନ: ଧଳାଚାଦରରେ ଆଚ୍ଛାଦିତ ହୋଇଛି କେଦାରନାଥ ଧାମ । ଏହି ଦୃଶ୍ୟକୁ ଦେଖିଲେ ମନବିମୋହିତ ହୋଇ ଉଠୁଛି । କିନ୍ତୁ ଏପଟେ ଶୀତର ପ୍ରକୋପ ସହିବାକୁ ପଡୁଛି ଶ୍ରଦ୍ଧାଳୁମାନଙ୍କୁ । କିନ୍ତୁ ସେମାନଙ୍କର ଉତ୍ସାହ ଆହୁରି ବଢିବାରେ ଲାଗିଛି । ଅନେକ ଲୋକ ତୁଷାରପାତର ମଜା ଉଠେଉଥିବାର ଦେଖିବାକୁ ମିଳିଛି ।

ବାବା କେଦାରନାଥଙ୍କ ଶୃଙ୍ଗାର କରୁଛି ତୁଷାର, ଦେଖନ୍ତୁ ମନଲୋଭା ଦୃଶ୍ୟ

କେଦାରନାଥ ଧାମରେ 2ଇଞ୍ଚର ବରଫର ଚାଦର ଦେଖିବାକୁ ମିଳିଛି । ନଜରକୁ ଆସିଛି ବାବା କେଦାରନାଥଙ୍କ ଦର୍ଶନ ଲାଗି ଭକ୍ତମାନେ ତୁଷାରପାତରେ ବି ଲମ୍ବା ଧାଡିରେ ଛିଡା ହୋଇ ଅପେକ୍ଷା କରୁଛନ୍ତି । ଏଥିସହ ତୁଷାରପାତ କାରଣରୁ ପୁର୍ନଃନିର୍ମାଣରେ ବାଧା ସୃଷ୍ଟି ହୋଇଛି ।

ଧଳାଚାଦରରେ ଆଚ୍ଛାଦିତ ହୋଇଛି କେଦାରନାଥ ଧାମ
ବାବା କେଦାରନାଥ ଧାମର ମନଲୋଭା ଦୃଶ୍ୟ

ଅନ୍ୟପଟେ କେଦାରପୁରୀରେ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରଶାସନ କୌଣିସି ବ୍ୟବସ୍ଥା କରି ନଥିବାରୁ ସେମାନଙ୍କୁ ରାତିରେ ଥଣ୍ଡାରେ ରହିବାକୁ ପଡୁଛି । ସକାଳୁ ସକାଳୁ ସେଠାରେ ତାପମାତ୍ର -2ଡିଗ୍ରୀ ତଳେ ରହୁଛି । ଏଥିସହ ସଂଧ୍ୟାରେ ବି ସର୍ବନିମ୍ନ ତାପମାତ୍ରା -ତଳେ ରହୁଛି । ଏପଟେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାରୁ କେଦାରନାଥ ଧାମରେ ରହଣୀ ନିମନ୍ତେ କୌଣସି ଉଚିତ୍‌ ବ୍ୟବସ୍ଥା କରାଯାଇ ନାହିଁ ।

ଶଙ୍କରାଚାର୍ଯ୍ୟ ସମାଧି ସ୍ଥଳରୁ ବାବା କେଦାରନାଥ ଧାମର ଦୃଶ୍ୟ

ବର୍ତ୍ତମାନ ସୁଦ୍ଧା କେଦାରନାଥ ଧାମରେ ଏକଲକ୍ଷରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ପହଞ୍ଚି ସାରିଲେଣି । ସର୍ବମୋଟ 1ଲକ୍ଷ 136 ଯାତ୍ରୀ ବାବା କେଦାରଙ୍କ ଦର୍ଶନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details