ଜୟପୁର: ଦେଶରେ ଜାରି ରହିଛି ଥଣ୍ଡାର ପ୍ରକୋପ । କେଉଁ କେଉଁ ସ୍ଥାନରେ ହାଡ ଭଙ୍ଗା ଶୀତରେ ଜୀବନ ଅତିବାହିତ କରିବାରେ ସମସ୍ୟା ଉପୁଜୁଥିବାବେଳେ ଆଉ କେଉଁଠି ଆଂଶିକ ଭାବେ ଅନୁଭବ ହେଉଛି ଥଣ୍ଡା। ବର୍ତ୍ତମାନ ଡିସେମ୍ବର ମାସରେ ଉତ୍ତର ଭାରତରେ ସର୍ବାଧିକ ଥଣ୍ଡା ଅନୁଭୂତ ହେଉଛି। ସେଥିମଧ୍ୟରୁ ରାଜସ୍ଥାନ ଗୋଟିଏ ।
କମୁଛି ପାରଦ, ମାଉଣ୍ଟ ଆବୁରେ ପ୍ରଥମ ତୁଷାରପାତ - snow fall
ମାଉଣ୍ଟଆବୁରେ ତାପମାତ୍ରା 1 ଡିଗ୍ରୀ ସେଲସିୟସ ଥିବାବେଳେ ଆରମ୍ଭ ହୋଇଛି ବରଫପାତ ।
ତେବେ ଚଳିତବର୍ଷ ଡିସେମ୍ବରରେ ଅତ୍ୟଧିକ ଶୀତ ଅନୁଭବ ହେବା ଗତ ସମସ୍ତ ବର୍ଷର ରେକର୍ଡ ଭାଙ୍ଗିଛି । ଏବେ ଠାରୁ ମାଉଣ୍ଟ ଆବୁରେ ଗତ 2 ଦିନ ଧରି ତାପମାତ୍ରା 1 ଡିଗ୍ରୀ ତଳକୁ ରହିଛି। ଯେଉଁଥିପାଇଁ ଅତ୍ୟଧିକ ମାତ୍ରାରେ ଶୀତଲହରୀ ବହିବା ସହ ଚଳିତ ଶୀତ ଋତୁରେ ବରଫ ପାତ ହୋଇଛି । ତେବେ ହିମପାତକୁ ନେଇ ଅଞ୍ଚଳବାସୀ ବେଶ ଖୁସି ଥିବା ଦେଖିବାକୁ ମିଳିଛି । ଆଉ ଏପରି ସମୟରେ ମାଉଣ୍ଡ ଆବୁର ପରିସର ଆହୁରି ସୌନ୍ଦର୍ଯ୍ୟରେ ଭରିଯାଉଥିବା ଦେଖିବାକୁ ମିଳିଛି ।
ଅନ୍ୟପଟେ ଏଠାକୁ ବୁଲିବାକୁ ଆସିଥିବା ପର୍ଯ୍ୟଟକମାନେ ଏହାର ଭରପୁର ମଜା ନେଉଥିବାବେଳେ ଏହି ସ୍ଥାନ ମନାଲି ପରି ପ୍ରତୀତ ହେଉଥିବା କହିଛନ୍ତି। ଏହାସହ ତଳେ ପଡିଥିବା ବରଫକୁ ଅତି ଖୁସିର ସହ ହାତରେ ଉଠାଉଥିବା ଦେଖିବାକୁ ମିଳିଛି।