ଓଡିଶା

odisha

Tamilnadu: ମଦ ପିଇବାକୁ ବାରଣ କରିବାରୁ ଗୋଟିଏ ପରିବାରର 4 ଜଣଙ୍କୁ ବୀଭତ୍ସ ହତ୍ୟା

ତାମିଲନାଡୁରେ ବୀଭତ୍ସ ହତ୍ୟାକାଣ୍ଡ । ଗୋଟିଏ ପରିବାରର ଚାରି ଜଣଙ୍କୁ ହତ୍ୟା କଲେ ନିଶାସକ୍ତ ଯୁବକ। ଅଧିକ ପଢନ୍ତୁ

By ETV Bharat Odisha Team

Published : Sep 4, 2023, 9:06 AM IST

Published : Sep 4, 2023, 9:06 AM IST

ETV Bharat / bharat

Tamilnadu: ମଦ ପିଇବାକୁ ବାରଣ କରିବାରୁ ଗୋଟିଏ ପରିବାରର 4 ଜଣଙ୍କୁ ବୀଭତ୍ସ ହତ୍ୟା

four same family murdered in tamil nadu
four same family murdered in tamil nadu

ଚେନ୍ନାଇ: ନିଶାସକ୍ତ ଯୁବକଙ୍କ ଉନ୍ମତକାଣ୍ଡ । ମଦ୍ୟପାନ କାହିଁକି କରୁଥିବାରୁ ପଚାରିବାରୁ ଯୁବକଙ୍କ ମୁଣ୍ଡରେ ଚଢିଲା ପିତ । ଗୋଟିଏ ପରିବାରର 4ଜଣଙ୍କୁ କଲା ବୀଭତ୍ସ ହତ୍ୟା । ଏଭଳି ହତ୍ୟାକାଣ୍ଡ ଘଟିଛି ତାମିଲନାଡୁର ତିରିପୁରରେ । 4 ମୃତକ ହେଉଛନ୍ତି ସେଣ୍ଟିଲ କୁମାର, ମୋହନ କୁମାର, ପୁଷ୍ପାବତୀ ଓ ରାଥିନାମ୍ବଲ । ମୃତକ ସମସ୍ତେ ଗୋଟିଏ ପରିବାରର । ପୋଲିସ ସେଣ୍ଟିଲ କୁମାରଙ୍କ ମୃତଦେହକୁ ପୋଷ୍ଟମଟମ ପାଇଁ ପଠାଇଛି । ଅଭିଯୁକ୍ତକୁ ଗିରଫ ପରେ ଅନ୍ୟ ତିନି ଜଣଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯିବ ବୋଲି ଗ୍ରାମବାସୀ କହିଛନ୍ତି । ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି ।

ଏହା ମଧ୍ୟ ପଢନ୍ତୁ-Shahabad Murder Case: ହତ୍ୟା ପୂର୍ବରୁ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା ସାହିଲ, FSL ରିପୋର୍ଟରେ ଖୁଲାସା

ମିଳିଥିବା ସୂଚନା ଅନୁଯାୟୀ, ମୃତ ସେଣ୍ଟିଲ କୁମାରଙ୍କ ଖାଲି ଥିବା ପ୍ଲଟରେ କିଛି ଲୋକ ଏକାଠି ହୋଇ ମଦ୍ୟପାନ କରୁଥିଲେ । ଏହି ସମୟରେ ସେଣ୍ଟିଲ କୁମାର ସେମାନଙ୍କ ମଧ୍ୟରୁ ଜଣଙ୍କୁ କାହିଁକି ଏଠାରେ ମଦ୍ୟପାନ କରୁଛ ବୋଲି ପ୍ରଶ୍ନ କରିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ନିଶାସକ୍ତ ଅବସ୍ଥାରେ ବ୍ୟକ୍ତି ଜଣଙ୍କ ଏକ ଧାରୁଆ ଅସ୍ତ୍ରରେ ସେଣ୍ଟିଲଙ୍କୁ ଆକ୍ରମଣ କରିଥିଲେ । ଏହି ସମୟରେ ତାଙ୍କ ପରିବାର ଲୋକେ ସେଣ୍ଟିଲଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ଫଳରେ ସେମାନେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ଫଳରେ ଘଟଣା ସ୍ଥଳରେ 4 ଜଣଙ୍କର ମୃତ୍ୟୁ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-Delhi Murder Case: ଓକିଲ ହେବାକୁ ଚାହୁଁଥିଲେ ସାକ୍ଷୀ, ଫାଶୀ ଦଣ୍ଡ ମାଗିଲା ପରିବାର; 2ଦିନ ତଳେ ହରିଦ୍ୱାରରୁ ଛୁରୀ କିଣିଥିଲା ସାହିଲ

ଏହା ମଧ୍ୟ ପଢନ୍ତୁ-Telangana: ୨୪ ବର୍ଷୀୟ ସଫ୍ଟୱେର ଇଞ୍ଜିନିୟରଙ୍କୁ ହତ୍ୟା, ଭଉଣୀ ଓ ପ୍ରେମିକର ସମ୍ପୃକ୍ତି ଅଭିଯୋଗ

ଏନେଇ ଖବର ପାଇ ପାଲ୍ଲାଡାମ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେଣ୍ଟିଲ କୁମାରଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିବା ବେଳେ ଗ୍ରାମବାସୀ ଅନ୍ୟ ତିନି ଜଣଙ୍କର ମୃତଦେହକୁ ଘଟଣାସ୍ଥଳରୁ ନେବାକୁ ଦେଇନଥିଲେ । ହତ୍ୟାକାରୀକୁ ଗିରଫ କରିବାକୁ ସ୍ଥାନୀୟ ଲୋକେ ଓ ମୃତକଙ୍କ ପରିବାର ଦାବି କରିଥିଲେ । ପୋଲିସ ସେମାନଙ୍କୁ ବୁଝାସୁଝା ପରେ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ତେବେ ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ହତ୍ୟାକାଣ୍ଡରେ କେତେ ଜଣ ସମ୍ପୃକ୍ତ ଅଛନ୍ତି ତାହା ଅସ୍ପଷ୍ଟ ରହିଥିବା ବେଳେ ଜଣଙ୍କୁ ଗିରଫ କରିଛି ପୋଲିସ ।

କିଛିଦିନ ତଳେ ହାଇଦ୍ରାବାଦରେ ଜଣେ 24 ବର୍ଷୀୟ ସଫ୍ଟୱେର ଇଞ୍ଜିନିୟରଙ୍କୁ ହତ୍ୟା କରାଯାଇଥିବା ଖବର ସାମ୍ନାକୁ ଆସିଥିଲା । ବଡ଼ ଭଉଣୀକୁ ହତ୍ୟା କରିଥିଲା ସାନ ଭଉଣୀ । ଘରୁ ଟଙ୍କା, ସୁନା ରୂପା ଧରି ପ୍ରେମିକ ସହିତ ଫେରାର ହେଉଥିବା ବେଳେ ବାଧା ଦେବାରୁ ଭଉଣୀଙ୍କୁ ହତ୍ୟା କରିଥିଲା ଭଉଣୀ ।

ABOUT THE AUTHOR

...view details